ପଦ୍ମପୁର/ନୀଳ ଦୀପ - ଓଡିଶାର ଭାତ ହାଣ୍ଡି ବୋଲାଉଥିବା ବରଗଡ ଜିଲ୍ଲାର ଚାଷୀ ଏବେ ଜୈବିକ ପଦ୍ଧତିରେ ଚାଷକାର୍ଯ୍ୟ ଆଡେ ମୁହଁ କରିବା ଆରମ୍ଭ କଲେଣି । ଯେଉଁ ଚାଷରେ କୌଣସି ରାସାୟନିକ ସାର କିମ୍ବା ଔଷଧ ବ୍ୟବହାର ହେବ ନାହଁ ଏବଂ ସେହି ଧାନରେ ବାହାରୁଥିବା ଚାଉଲ ସ୍ୱାଦିଷ୍ଟ ହେବା ସହିତ ମଣିଷ ଶରୀରକୁ ଆବଶ୍ୟକୀୟ ପୋଷ୍ଟିକ ତତ୍ୱ ଯୋଗାଇବାରେ ସହାୟକ ହେବ । ଏହାର ଚାଉଲର ଚାହିଦା ମଧ୍ୟ କେନସରେ ବହୁଲଭାବରେ ପ୍ରଭାବିତ ହୋଇପଡିଥିବା ବରଗଡ ଜିଲ୍ଲା ସହିତ ଆଖପାଖ ଜିଲ୍ଲା ରେ ବଢିବାରେ ଲାଗିଛି । ଏପିରି ଜୈବିକ ଚାଷରେ ନିପୁଣତା ହାସଲ କରି ଏବେ ଆଖପାଖର ଚାଷୀ ମାନଙ୍କୁ ପ୍ରୋସାହନ ମଧ୍ୟ କରୁଛନ୍ତି ବରଗଡ ଜିଲ୍ଲା ପଦ୍ମପୁର ବ୍ଲକ ସାରସମାଲ ଗ୍ରାମର ଚାଷୀ ଅଶୋକ ସାହୁ ।
ଚାଷୀ ଅଶୋକ ସାହୁ ଜୈବିକ ପଦ୍ଧତିରେ ଦେଶି ଧାନ ଚାଷ କରି ମଧ୍ୟ ଚାଷୀ ଲାଭବାନ ହୋଇପାରିବ, ସେହି ବିଚାରଧାରାରେ ପ୍ରଭାବିତ ହୋଇ ଗତ ୨୦୧୧ ବର୍ଷରୁ ଜୈବିକ ଚାଷ ଆରମ୍ଭ କରିଥିଲେ ତାଙ୍କ ତିନି ଏକର ଜମିରେ । ସେହି ବର୍ଷ ସେ ଚାଷରୁ ବେଶି ଲାଭବାନ ହେବା ସହିତ ସେହି ଦେଶି କିସମର ଧାନ ଚାଷରେ ରୋଗ ପୋକ ର ସମସ୍ୟା ମଧ୍ୟ ହୋଇ ନ ଥିଲା । ଏହା ସହ ଏହି ଦେଶି ଧାନର ଚାଉଲର ଚାହିଦା ମଧ୍ୟ ବଢିବାରେ ଲାଗିଛି । ଲୋକେ ଏବେ ସଚେତନ ହେଲେଣି ଏବଂ ବିନା ରାସାୟନିକ ସାର ଓ କିଟନାଶକ ପ୍ରୟୋଗ କରାଯାଇଥିବା ଚାଉଲକୁ ଉଚ୍ଚା ଦର ଦେଇ କିଣିବା ପାଇଁ ସଙ୍କୋଚ କରୁ ନାହାନ୍ତି । ଏହି ସବୁ ଦିଗ ଦେଖି ସେ ଆହୁରି ଉସାହିତ ହୋଇଥିଲେ ଏବଂ ସେ ବିଗତ ତିନି ବର୍ଷ ହେଲା ବିଭିନ୍ନ ରାଜ୍ୟରୁ ଦେଶି ବିହନର ବିଭିନ୍ନ କିସମ ସଂଗ୍ରହ କରି ଏବେ ୧୦ ଏକଡ ଜମିରେ ଜୈବିକ ତଥା ଶ୍ରୀ ପଦ୍ଧତି ମାଧ୍ୟମରେ ଚାରା ରୋପଣ କରି ଚାଷ କରୁଛନ୍ତି । ଗତ ବର୍ଷ ସେ ୭ ପ୍ରକାର ଧାନ ଚାଷ କରିଥିବା ବେଳେ ଚଳିତ ବର୍ଷ କଳା, ନାଳି, ଧୁସର ଓ ସରୁ କିସମର ୧୯ ପ୍ରକାର ଦୁର୍ଲଭ ଦେଶି ଧାନର ବିହନ ସଂଗ୍ରହ କରି ଚାଷ କରିଛନ୍ତି । ଏଥି ମଧ୍ୟରୁ କଳା ରଙ୍ଗର ଚାଉଲ ହେଉଥିବା କଳାବତୀ ଓ କଳା ମଲ୍ଲିଫୁଲ ଏବଂ ନାଲି ରଙ୍ଗର ଚାଉଲ ହେଉଥିବା ବଗରୀ ଝୁଲି ଓ ମହିସୁରର ରାଜ ପରିବାର ଖାଉଥିବା କର୍ଣ୍ଣାଟକର ରାଜମୁଡି ଧାନ ଦୁର୍ଲଭ କିସମର । ଏଥିରେ ଶରୀର ପାଇଁ ଆବଶ୍ୟକ ସମସ୍ତ ପୋଷ୍ଟିକ ତତ୍ୱ ଭରପୁର ରହିଥିବାରୁ ଏହାର ଦର ମଧ୍ୟ ବଜାରରେ ଢେର ଅଧିକ ରହିଛି । ସେହିପରି ଧୁସର ଚାଉଳ ହେଉଥିବା ନଭରା ଓ ରାଣୀସାହିବା, ବାସ୍ନା କିସମର କଳାକୃଷ୍ନ, ବାସପତରୀ ଓ ଯୁବରାଜ ଏବଂ ସରୁ କିଶମର ଯଯାତି, ବୁରୋମାଲ, ଆକୁଲ, କୁସୁମକଳି, ମ୍ଲଲିଫୁଲ ଝୁଲି, ମୁଗଜାଇ, ମହାରଷ୍ଟ୍ର ଏଚଏମଟି, ଦଶମତି ଓ ସୁନାହରିଣ ଧାନ କରିଛନ୍ତି ଅଶୋକ । ଏହି ଜୈବିକ ପଦ୍ଧତିରେ ଧାନ ଚାଷ କରିବା ଦ୍ୱାରା ଚାଷ ଜମିର ଉର୍ବରତା ବଜାୟ ରହିବା ସହ ଚାଷରେ ରୋଗପୋକର ଆଶଙ୍କାକୁ କମାଇ ଦେଇଥାଏ ଓ ପରିବେଶକୁ ମଧ୍ୟ ସଫା ରଖିଥାଏ । ଏହା ସହ ସେ ପାକୃତିକ ଉପାୟରେ କିଟପତଙ୍ଗକୁ ଚାଷ ଜମିରୁ ଦୁର ରେ ରଖିବାପଇଁ ଜମି ହିଡରେ ନିମ୍ବ ଓ ତୁଲସି ପରି ବୃକ୍ଷ ରୋପଣ କରିଛନ୍ତି । ତାଙ୍କ ପ୍ରେରଣାରେ ଏବେ ଅଂଚଳର ଅନେକ ଚାଷୀ ତାଙ୍କ ଠୁଁ ବିହନ ନେଇ ଏହି ପଦ୍ଧତିରେ ଚାଷକାର୍ଯ୍ୟ ଆରମ୍ଭ କଲେଣି ଏବଂ ଖର୍ଚ୍ଚ ତୁଲନାରେ ଆଦାୟ ହିସାବ କଲେ ଜୈବିକ ଚାଷ ବେଶି ଲାଭଦାୟକ ହେଉଥିବା ଅଶୋକ ଓ ତାଙ୍କଠାରୁ ବିହନ ନେଇ ଚାଷ କରିଥିବା ଚାଷି ଜଣାଇଛନ୍ତି ।
ନିଜ ପ୍ରଚେଷ୍ଟାରେ ଅଶୋକ କରୁଥିବା କଳା, ନାଳି ଓ ଧୁଷର ଧାନ ଚାଷ ଏବେ ଏହି ଅଂଚଲର ଚାଷିଙ୍କ ମୁଖ୍ୟ ଆକର୍ଷଣର କେନ୍ଦ୍ର ପାଲଟିଛି । ଏହି ଧାନରୁ ଉତ୍ପାଦିତ ଚାଉଳ ବେଶ ପୁଷ୍ଟିକର ହେବା ସହ ଏହାର ଚାହିଦା ଦେଶ ବିଦେଶରେ ମଧ୍ୟ ରହିଛି । ତାଙ୍କର ଏପରି ଏକ ପରିବେସ ଓ ସ୍ୱାସ୍ଥ ହିତକାରୀ ଚାଷକୁ ସରକାରୀ ସ୍ତରେ ମଧ୍ୟ ପ୍ରୋସାହନ ଦିଆଯାଉଛି ,ତାଙ୍କର ଅବଶ୍ୟକତା ମୁତାବକ ସମସ୍ତ ପ୍ରକାରର ସହେଯୋଗ କରୁଛନ୍ତି କୃଷି ଅଧିକାରୀ ମାନେ । କେନ୍ଦ୍ର ସରକାରଙ୍କ ପରମ୍ପରାଗତ କୃଷି ବିକାଶ ଯୋଜନା ମାଧ୍ୟମରେ ଗତ ବର୍ଷରୁ ପଦ୍ମପୁର ବ୍ଲକର ଆହୁରି ଅନେକ ଚାଷୀ ଜୈବିକ କୃଷି ପଦ୍ଧତିକୁ ଆପଣାଇଛନ୍ତି ଏବଂ ଯେଉଁ ଚାଷୀ ବିନା କୌଣସି ସାର ଓ ରାସାୟନିକ ଔଷଧ ବ୍ୟବହାରରେ ତିନିବର୍ଷ ଚାଷ କରିବ ତାକୁ ତିନି ବର୍ଷ ପରେଏକ ସାର୍ଟିଫିକେଟ ପ୍ରଦାନ କରାଯିବ, ଯଦ୍ୱାରା ଚାଷି ଅଧିକ ମୁଲ୍ୟରେ ତାଙ୍କ ଧାନକୁ ବିକ୍ରୀ କରି ପାରିବେ । ଚାଷୀ ଏବେ ରାସାୟନିକ ସାର ଓ ଔଷଧ ପ୍ରୟୋଗ ଦ୍ୱାରା ଖର୍ଚ୍ଚାନ୍ତ ହୋଇ ତଲିତଲାନ୍ତ ହେଉଛି । ରୁଣ ଭାର ଏବଂ ଚକଡା ପୋକ ଭଲି ବିଭିନ୍ନ ସମସ୍ୟର ସମ୍ମୁଖୀନ ହେଉଛି ଏପରି ସ୍ଥଲରେ ଚାଷି ପାରମ୍ପାରିକ ଓ ଜୈବିକ ପଦ୍ଧତିର ଚାଷ ଅପଣାଇ ନିଜେ ଅତ୍ମନିର୍ଭରଶିଳ ହୋଇ ପାରିବ ଏବଂ ସ୍ୱାଭିମାନରେ ଜିବନ ଯାପନ କରିପାରିବ ।