ଜିଲ୍ଲା ସ୍ତରୀୟ ୩୮ତମ ଚକ୍ଷୁଦାନ ପକ୍ଷ ପାଳନ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଜଗତସିଂହପୁର,ତା-୨୫.୦୮.୨୦୨୩/ସୁମନ୍ତ କୁମାର ଦାସ: ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ସଭାଗୃହଠାରେ ବିଶ୍ବ ଚକ୍ଷୁଦାନ ପକ୍ଷ ପାଳିତ ହୋଇଯାଇଅଛି । ପ୍ରତିବର୍ଷ ୨୫ ଅଗଷ୍ଟରୁ ୮ ସେପ୍ଟେମ୍ବର ପର୍ଯ୍ୟନ୍ତ ଏହି ପକ୍ଷ ପାଳନ କରାଯାଇଥାଏ । ଉକ୍ତ ସଭାରେ ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନସ୍ୱାସ୍ଥ୍ୟ ଅଧିକାରୀ ଡାକ୍ତର କ୍ଷେତ୍ରବାସୀ ଦାଶ ଅଧ୍ଯକ୍ଷତା କରି ସମସ୍ତଙ୍କୁ ସ୍ବାଗତ କରିଥିଲେ ଓ ଅଭିଭାଷଣରେ ଏହି ପକ୍ଷ ପାଳନର ବହୁବିଧ ଉଦ୍ଦେଶ୍ୟ ଯଥା ଚକ୍ଷୁର ଯତ୍ନ, ଚକ୍ଷୁଦାନ କରିବାର ମହତ୍ବ ,ସେ ବିଷୟରେ ସଚେତନତା ଓ ଅନ୍ଧତ୍ବ ଦୂରୀକରଣ ନିମନ୍ତେ ଲୋକମାନଙ୍କ ମନରେ ଥିବା ଅନ୍ଧ ବିଶ୍ୱାସକୁ ଦୂରେଇବା ପାଇଁ ପରାମର୍ଶ ଦେଇଥିଲେ । ସମସ୍ତେ ଏହାର ମୂଲ୍ୟ ବୁଝି ଚକ୍ଷୁଦାନ ନିମନ୍ତେ ଆଗେଇ ଆସିଲେ ହିଁ ଅନ୍ଧତ୍ବ ଦୂରୀକରଣରେ ସହାୟକ ହୋଇପାରିବ ବୋଲି ଶ୍ରୀ ଦାଶ ମତପ୍ରକାଶ କରିଥିଲେ । ମୃତ୍ୟୁପରେ ଚକ୍ଷୁଦାନ କରିବା ନିମନ୍ତେ ନିଜେ ଓ ନିଜ ପରିବାର ଲୋକଙ୍କ ମନରେ ଥିବା ଅନ୍ଧ ବିଶ୍ବାସ ଦୂରେଇବା ହିଁ ଏହି ଦିବସ ପାଳନର ଅଭିପ୍ରାୟ । ଜିଲ୍ଲା ଅତିରିକ୍ତ ଜନସ୍ବାସ୍ଥ୍ୟ ଅଧିକାରୀ ଡାକ୍ତର ପ୍ରମୋଦ କୁମାର ବାରିକ ଅଭିଭାଷଣରେ ଏହି ଦିବସ ପାଳନର ଉଦ୍ଦେଶ୍ୟ ବିଷୟରେ ଆଲୋକପାତ କରି କହିଥିଲେ ଚକ୍ଷୁ ଦାନ ଦ୍ବାରା କରନିଆ ଯୋଗୁ ହେଉଥ‌ିବା ଅନ୍ଧତ୍ବକୁ ଦୂରେଇଦେଇହବ । ଆମ ରାଜ୍ୟ ଓଡ଼ିଶାରେ 5t ଚକ୍ଷୁ ଦାନ କେନ୍ଦ୍ର ଅଛି, ଯଥା ଏସ .ସି .ବି. ମେଡିକାଲ କଲେଜ, କଟକ, ଭିମସାର ବୁର୍ଲା,ଏମ .କେ .ସି .ଜି ମେଡିକାଲ କଲେଜ, ବ୍ରହ୍ମପୁର, ଆର .ଜି. ଏଚ . ରାଉଲକେଲା ଏବଂ ଖୋର୍ଦ୍ଧା । ଯେଉଁଠାରେ ଡୋନରମାନଙ୍କ ଠାରୁ ଚକ୍ଷୁ ସଂଗ୍ରହ କରି ସୁରକ୍ଷିତ ରଖାଯାଇ କରନିଆ ଟ୍ରାନ୍ସପ୍ଳାଣ୍ଟ କରାଯାଇଥାଏ । ଜିଲ୍ଲା ପ୍ରୋଗ୍ରାମ ମ୍ୟାନେଜର ଚକ୍ରଧର ଜେନା ସୂଚନା ଦେଇଥିଲେ ଯେ ଆଗକୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଚକ୍ଷୁଦାନ ସମ୍ପର୍କିତ ସୂଚନା ଓ ପରାମର୍ଶ କେନ୍ଦ୍ର ହେବାକୁ ଯାଉଛି, ଯାହା ଦ୍ବାରା ଲୋକଙ୍କ ଭିତରେ ଆଗ୍ରହ ସୃଷ୍ଟି ହେବ ଏବଂ ସେମାନେ ଆଗେଇଆସି ମୃତ୍ୟୁପରେ ଚକ୍ଷୁଦାନ କରିବାକୁ ଶପଥ ନେବେ l ଚକ୍ଷୁ ବିଶେଷଜ୍ଞ ଡାକ୍ତର ଟବିନ ଅହମ୍ମଦ ଏକ ପାୱାର ପଏଣ୍ଟ ପ୍ରେଜେଣ୍ଟସନ ମାଧ୍ୟମରେ ଏହି ସମସ୍ତ ପ୍ରକ୍ରିୟା କୁ ଅତ୍ୟନ୍ତ ସୁନ୍ଦର ଭାବେ ବୁଝାଇଥିଲେ । ଯେଉଁଥିରେ ଆଖି ଏକ ମୂଲ୍ୟବାନ ଅଙ୍ଗ, ମୃତ୍ୟୁ ପରେ ଆଖୁର ସ୍ବଚ୍ଛ ପଟଳ ସଂଗ୍ରହ କରାଯାଇଥାଏ ୪୮ ଘଣ୍ଟା ମଧ୍ୟରେ ଏହାକୁ ଟ୍ରାନ୍ସପ୍ଲାନେଣ୍ଟ କରାଯାଇଥାଏ ଏକ ଅନ୍ଧ ବ୍ୟକ୍ତିକୁ । ଏହିପରି ଗୁରୁତ୍ବପୂର୍ଣ୍ଣ ତଥ୍ୟ ଉପସ୍ଥାପନ କରାଯାଇଥିଲା। ଯେ କୌଣସି ବୟସରେ ଯେ କୌଣସି ଜାତି,ଧର୍ମ, ବର୍ଣ୍ଣ, ଲିଙ୍ଗ, ନିର୍ବିଶେଷରେ ଚକ୍ଷୁ ଦାନ କରାଯାଇପାରିବ ଓ ଜଣେ ଲୋକ ଚକ୍ଷୁ ଦାନ ଦ୍ବାରା ଦୁଇ ଜଣଙ୍କ ଦୃଷ୍ଟି ଶକ୍ତି ଫେରାଇପାରିଥାଏ ବୋଲି ଶ୍ରୀ ଅହମ୍ମଦ କହିଥିଲେ । ସଭାରେ ମହିମା ଓ ନରାୟଣୀ ସ୍କୁଲ ଅଫ ନର୍ସର ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ଏକ କୁଇଜ ପ୍ରତିଯୋଗିତା କରାଯାଇ କୃତି ଛାତ୍ରଛାତ୍ରୀମାନଙ୍କୁ ପୁରସ୍କୃତ ମଧ୍ୟ କରାଯାଇଥିଲା । ଉକ୍ତ ସଭାରେ ମହିମା ଓ ନାରାୟଣୀ ସ୍କୁଲ ଅଫ ନସିଂର ପ୍ରିନସିପାଲ ଏବଂ ଛାତ୍ରଛାତ୍ରୀ, ଆଶାକର୍ମୀ, ସ୍ବାସ୍ଥ୍ୟକର୍ମୀଙ୍କ ସମେତ ଅନ୍ୟ କର୍ମଚାରୀମାନେ ଉପସ୍ଥିତ ଥିଲେ । ଜିଲ୍ଲାସ୍ତରରୁ ଡେପୁଟି ମ୍ୟାନେଜର ସୁକାନ୍ତ କୁମାର ପ୍ରଧାନ ସଭା ପରିଚାଳନା କରିଥିଲେ । ଜିଲ୍ଲା ଜନସ୍ବାସ୍ଥ୍ୟ ଯୋଗାଯୋଗ ଅଧିକାରିଣୀ ସଚଳା ମହାନ୍ତି ଧନ୍ୟବାଦ ଅର୍ପଣ କରିଥିଲେ ।

0
0
0
s2sdefault