ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଆଜି ୫-ଟି ସଚିବ ଭି.କେ.ପାଣ୍ଡିଆନ ଓ କ୍ରୀଡ଼ା ସଚିବ ଆର୍ . ଭିନିଲକ୍ରିଷ୍ଣାଙ୍କ ଗଜପତି ଜିଲ୍ଲା କୁ ଅଚାନକ ଗସ୍ତ। ପ୍ରଥମେ ସେ ଗଜପତି ଜିଲ୍ଲା ପାରଳାଖେମୁଣ୍ଡି ନିକଟସ୍ଥ ସେଞ୍ଚୁରିଆନ ବିଶ୍ଵ ବିଦ୍ୟାଳୟର ହେଲିପେଡ ଗ୍ରାଉଣ୍ଡରେ ପହଞ୍ଚି ସେଠାରୁ କଡ଼ା ସୁରକ୍ଷା ବଳୟରେ ପାରଳାଖେମୁଣ୍ଡି ଅଭିମୁଖେ ବାହାରି ଥିଲେ। ଗଜପତି ଜିଲ୍ଲାର ସରକାରଙ୍କ ୫-ଟି ବିଭାଗ ଅଧୀନରେ ରହିଥିବା ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟର ଜିଲ୍ଲା ପ୍ରଶାସନ ସହ ଆଲୋଚନା କରିଥିଲେ। ଏହା ପରେ ସେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଓ ପାରଳାଖେମୁଣ୍ଡି ଆଦର୍ଶ ପୋଲିସ ଥାନା ପରିଦର୍ଶନ କରିଥିଲେ।
ମୁଖ୍ୟ ଚିକିତ୍ସାଳୟରେ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡ଼ଃ. ପ୍ରଦୀପ କୁମାର ପାତ୍ରଙ୍କ ସହ ରୋଗୀଙ୍କ ଚିକିତ୍ସା ଓ ଚିକିତ୍ସାଳୟର ଉନ୍ନତି ପାଇଁ ଆଲୋଚନା କରିଥିଲେ। ସେହିପରି ଆଦର୍ଶ ପୋଲିସ ଥାନାରେ ମୋ ସରକାର ପରିଚାଳନା ବ୍ୟବସ୍ଥାର ତଦାରଖ କରିଥିଲେ।
ଉନୟନ ମୂଳକ ଆଲୋଚନାରେ ଗଜପତି ଜିଲ୍ଲାପାଳ ସ୍ମୃତି ରଞ୍ଜନ ପ୍ରଧାନ , ଆରକ୍ଷୀ ଅଧିକ୍ଷକ ଏସ୍.ସ୍ଵାତୀ କୁମାର ଓ ଜିଲ୍ଲା ସ୍ତରୀୟ ସମସ୍ତ ଅଧିକାରୀ ଉପସ୍ଥିତ ରହିଥିଲେ। ଆଲୋଚନା କାର୍ଯ୍ୟକ୍ରମ ସରିବା ପରେ ସେ ପାରଳାଖେମୁଣ୍ଡି ସ୍ଥିତ ସର୍କିଟ ହାଉସ ଠାରେ ରାତି ଯାପନ କରି ଆସନ୍ତା କାଲି ଗଞ୍ଜାମ ଜିଲ୍ଲା ଗସ୍ତର କାର୍ଯ୍ୟକ୍ରମ ରହିଥିବା ସୂଚନା ରହିଛି । ସଚିବଙ୍କ ଏହି ଗସ୍ତକୁ ଆଖି ଆଗରେ ରଖି ଗଜପତି ପୋଲିସ ପ୍ରଶାସନ ତରଫରୁ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରିବା ସହ ବ୍ୟାପକ ପୋଲିସ ଫୋର୍ସ ମୁତୟନ କରାଯାଇଛି।
ରାଜ୍ୟ
୫-ଟି ସଚିବଙ୍କ ଅଚାନକ ଗଜପତି ଗସ୍ତ : ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟର କରିବେ ସମୀକ୍ଷା
- Hits: 569









