ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ୱାରା ଭର୍ଚୁଆଲ୍ ମାଧ୍ୟମରେ ଦୁଇ କେନ୍ଦ୍ର ଉଦ୍ଘାଟିତ
ଭୁବନେଶ୍ୱର: ଭାରତର ସର୍ବବୃହତ ଆଲୁମିନିୟମ୍ ନିର୍ମାତା ବେଦାନ୍ତ ଆଲୁମିନିୟମ୍ ପକ୍ଷରୁ ଯଥାକ୍ରମେ ଝାରସୁଗୁଡ଼ା ଓ ଲଇକେରାରେ ଦୁଇଟି ଅତ୍ୟାଧୁନିକ ନିଦାନ କେନ୍ଦ୍ର ସ୍ଥାପନ କରି ଓଡ଼ିଶାରେ ଲୋକମାନଙ୍କ ପାଖରେ ସ୍ୱାସ୍ଥ୍ୟ ସେବା ପହଂଚାଇବା କ୍ଷେତ୍ରରେ ଉଲ୍ଲେଖନୀୟ ଉନ୍ନତି ଆଣିବା ଦିଗରେ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ଗ୍ରହଣ କରିଛି । ଓଡ଼ିଶାର ସମ୍ମାନନୀୟ ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ଦୁଇ କେନ୍ଦ୍ରକୁ ଭର୍ଚୁଆଲ୍ ମାଧ୍ୟମରେ ଉଦ୍ଘାଟନ କରିଥିବା ବେଳେ
ଝାରସୁଗୁଡ଼ା ବିଧାୟିକ ଦୀପାଳି ଦାସ ଓ ଝାରସୁଗୁଡ଼ାର ଜିଲ୍ଲାପାଳ ତଥା ଜିଲ୍ଲା ମାଜିଷ୍ଟେ୍ରଟ୍ ଆଇଏଏସ୍ ଆବୋଲି ନରବଣେ ଉପସ୍ଥିତ ଥିଲେ । ଏହା ହେଉଛି ପଶ୍ଚିମ ଓଡ଼ିଶାର ସର୍ବବୃହତ ମେଡିକାଲ୍ ନିଦାନ ବ୍ୟବସ୍ଥା ଏବଂ ଏହି ଅଂଚଳର ୧୦ରୁ ଅଧିକ ଜିଲ୍ଲାର ଆବଶ୍ୟକତାକୁ ତାହା ପୂରଣ କରିବ ।
ଏହି ପ୍ରକଳ୍ପର ପରିକଳ୍ପନା କରିଥିଲେ ଓଡ଼ିଶା ସରକାରଙ୍କ ପୂର୍ବତନ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ସ୍ୱର୍ଗତଃ ଶ୍ରୀ ନବ କିଶୋର ପଟ୍ଟାନୟକ । ୨୦୧୯ରେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ଏହି ପ୍ରକଳ୍ପର ଶିଳାନ୍ୟାସ କରିବା ସହ ଏକ ସୁସ୍ଥକର ଓ ଅଧିକ ସମୃଦ୍ଧ ଓଡ଼ିଶା ଦିଗରେ ଯାତ୍ରାର ଏକ ଗୁରୁତ୍ୱପୂର୍ଣ୍ଣ ମାଇଲଖୁଂଟ ହାସଲ ହୋଇଥିଲା ।
ପ୍ରାୟ ୪୦ କୋଟି ଟଙ୍କା ନିବେଶରେ ସ୍ଥାପନ କରାଯାଇଥିବା ଏହି ନିଦାନ କେନ୍ଦ୍ରଗୁଡ଼ିକ ଝାରସୁଗୁଡ଼ା ଓ ଲଇକେରାରେ ସ୍ଥାନୀୟ ଲୋକମାନଙ୍କ ଆବଶ୍ୟକତା ପୂରଣ କରି ଏହି ଅଂଚଳର ଲୋକମାନଙ୍କ ପାଖରେ ସ୍ୱାସ୍ଥ୍ୟ ସେବା ପହଂଚାଇବାରେ ବିପ୍ଳବ ଆଣିବ । ଝାରସୁଗୁଡ଼ାରେ ୦.୭୪ ଏକର ଏବଂ ଲଇକେରାରେ ୦.୫ ଏକର ଜମିରେ ନିର୍ମାଣ କରାଯାଇଥିବା ଏହି ନିଦାନ କେନ୍ଦ୍ରଗୁଡ଼ିକୁ ଯଥାକ୍ରମେ ୧୦,୦୦୦ ବର୍ଗଫୁଟ ଏବଂ ୫୦୦୦ ବର୍ଗଫୁଟ ଅଂଚଳରେ ସ୍ଥାପନ କରାଯାଇଛି ।
ଏହି କେନ୍ଦ୍ରଗୁଡ଼ିକ ଏମ୍ଆରଆଇ ଓ ସିଟି ସ୍କାନ୍ ଭଳି ସୁବିଧା ସହିତ ବ୍ୟାପକ ରେଡିଓଲୋଜି ଓ ପାଥୋଲୋଜି ସେବା ପ୍ରଦାନ କରିବ ଯାହା ଏହି ଅଂଚଳରେ ସ୍ୱାସ୍ଥ୍ୟ ସେବା ପ୍ରଦାନ ଓ ନିଦାନ କ୍ଷେତ୍ରରେ ଉନ୍ନତି ଆଣିବା ପ୍ରତି ଯୋଗଦାନ ପ୍ରଦାନ କରିବ । କେନ୍ଦ୍ର ସରକାର ସ୍ୱାସ୍ଥ୍ୟ ସ୍କିମ୍ (ସିଜିଏଚ୍ଏସ୍) ହାରରେ ସର୍ବନିମ୍ନ ମୂଲ୍ୟରେ ଏହି ନିଦାନ କେନ୍ଦ୍ରଗୁଡ଼ିକ ସେବା ପ୍ରଦାନ କରିବ ଏବଂ ସେଥିରେ ଲାବୋରେଟୋରି ସେବା ଚବିଶ ଘଂଟା ଏବଂ ରେଡିଓଲୋଜି ସେବା ସକାଳ ୮ଟାରୁ ରାତି ୮ଟା ପର୍ଯ୍ୟନ୍ତ ପରିଚାଳିତ ହେବ ।
ନିଦାନ କେନ୍ଦ୍ରଗୁଡ଼ିକୁ ଭର୍ଚୁଆଲ (ଆଭାସି) ମାଧ୍ୟମରେ ଉଦ୍ଘାଟନ କରି ଓଡ଼ିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ କହିଛନ୍ତି ଯେ, “ଲଇକେରା ଓ ଝାରସୁଗୁଡ଼ାରେ ଦୁଇ ନିଦାନ କେନ୍ଦ୍ର ଉଦ୍ଘାଟନ କରିଥିବାରୁ ମୁଁ ବହୁତ ଖୁସି । ଏକ ସୁସ୍ଥକର ଓଡ଼ିଶା ହେଉଛି ଖୁସିର ଓଡ଼ିଶା । ଗୁଣାତ୍ମକ ସ୍ୱାସ୍ଥ୍ୟ ସେବା ହେଉଛି ବିକାଶର ଏକ ପ୍ରମୁଖ ସୂଚକ । ସ୍ୱାସ୍ଥ୍ୟ ସେବାରେ ସରକାରଙ୍କ ସମେତ ଘରୋଇ କ୍ଷେତ୍ରର ସହଯୋଗ ଏକ ସ୍ୱାଗତଯୋଗ୍ୟ ପଦକ୍ଷେପ । ଝାରସୁଗୁଡ଼ା ଜିଲ୍ଲାରେ ସ୍ୱାସ୍ଥ୍ୟ ସେବା ଭିତିଭୂମିକୁ ସୁଦୃଢ଼ କରିବାରେ ବେଦାନ୍ତର ଉଦ୍ୟମକୁ ମୁଁ ପ୍ରଶଂସା କରୁଛି । ନୂତନ ଭାବେ ଶୁଭାରମ୍ଭ ହୋଇଥିବା ଏହି ନିଦାନ କେନ୍ଦ୍ରଗୁଡ଼ିକ ଏହି ଅଂଚଳର ଲୋକମାନଙ୍କ ପାଖରେ ଗୁଣାତ୍ମକ ସ୍ୱାସ୍ଥ୍ୟ ସେବା ପହଂଚାଇବ ।’’
ଏହି ଅବସରରେ ଝାରସୁଗୁଡ଼ା ବିଧାୟିକା ଦୀପାଳି ଦାସ କହିଛନ୍ତି ଯେ, “ଝାରସୁଗୁଡ଼ା ଓ ଓଡ଼ିଶାର ଲୋକମାନେ ବେଶ ଭାଗ୍ୟବାନ ଯେ ସେମାନଙ୍କ ପାଖରେ ଏଭଳି ଜଣେ ନେତା ଥିଲେ ଯିଏ ଗୋଷ୍ଠୀ ଓ ସାମୂହିକ ପ୍ରଗତିର ଶକ୍ତି ଉପରେ ବିଶ୍ୱାସ କରୁଥିଲେ । ଓଡ଼ିଶା ଏକ ରାଜ୍ୟ ଯେଉଁଠାରେ ସାମୂହିକ ପ୍ରଗତି ସବୁକିଛିଠାରୁ ଆଗରେ । ମୁଖ୍ୟମନ୍ତ୍ରୀଙ୍କ ଦୂରଦୃଷ୍ଟି ସମ୍ପନ୍ନ ନେତୃତ୍ୱ ରାଜ୍ୟରେ ସ୍ୱାସ୍ଥ୍ୟସେବା ବ୍ୟବସ୍ଥାକୁ ନୂତନ ଶିଖର ପର୍ଯ୍ୟନ୍ତ ପହଂଚାଇଛି । ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କ ମାର୍ଗଦର୍ଶନରେ ମୋ ସ୍ୱର୍ଗତଃ ବାପା ଝାରସୁଗୁଡ଼ାର ସ୍ୱାସ୍ଥ୍ୟ ବ୍ୟବସ୍ଥାରେ ବିପ୍ଳବ ଆଣିବାକୁ ଏକ ସ୍ୱପ୍ନ ଦେଖିଥିଲେ ଏବଂ ଏହି ନିଦାନ କେନ୍ଦ୍ରଗୁଡ଼ିକ ସେହି ସ୍ୱପ୍ନକୁ ସାକାର କରିବା ଦିଗରେ ଏକ ପଦକ୍ଷେପ । ଏହି ନିଦାନ କେନ୍ଦ୍ରଗୁଡ଼ିକ ଲକ୍ଷଲକ୍ଷ ଲୋକଙ୍କୁ ସେବା ପ୍ରଦାନ କରିବା ସହିତ ସମସ୍ତଙ୍କ ପାଖରେ ଗୁଣାତ୍ମକ ସ୍ୱାସ୍ଥ୍ୟ ସେବା ସୁଲଭ ମୂଲ୍ୟରେ ପହଂଚାଇବ । ଏହି ରୂପାନ୍ତରୀତ କାର୍ଯ୍ୟକୁ ସକ୍ଷମ କରିଥିବାରୁ ମୁଁ ବେଦାନ୍ତକୁ ଧନ୍ୟବାଦ ଜଣାଇବାକୁ ଚାହୁଛି ।’’
ଝାରସୁଗୁଡ଼ା ଜିଲ୍ଲାପାଳ ଓ ଜିଲ୍ଲା ମାଜିଷ୍ଟେ୍ରଟ୍ ଆଇଏଏସ୍ ଆବୋଲି ନରବଣେ କହିଛନ୍ତି ଯେ, “ଝାରସୁଗୁଡ଼ା ଓ ଲଇକେରାରେ ନିଦାନ କେନ୍ଦ୍ରର ଉଦ୍ଘାଟନୀ ସମାରୋହରେ ଅତିଥି ଭାବେ ଯୋଗ ଦେଇଥିବାରୁ ମୁଁ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କୁ ଧନ୍ୟବାଦ ଜଣାଇବାକୁ ଚାହୁଛି । ଏହି ନିଦାନ କେନ୍ଦ୍ର ଦ୍ୱାରା ସମଗ୍ର ଜିଲ୍ଲା ଉପକୃତ ହେବ ଏବଂ ସେଥିପାଇଁ ମୁଁ ବେଦାନ୍ତକୁ ଧନ୍ୟବାଦ ଜଣାଇବାକୁ ଚାହୁଛି ।’’
ଏହି ଉଦଘାଟନୀ ଅବସରରେ ବେଦାନ୍ତ ଲିମିଟେଡ୍-ଆଲୁମିନିୟମ୍ ବ୍ୟବସାୟର ସିଓଓ ଶ୍ରୀ ସୁନିଲ ଗୁପ୍ତା କହିଛନ୍ତି ଯେ, “ଝାରସୁଗୁଡ଼ା ଓ ଲଇକେରାରେ ଦୁଇ ଅତ୍ୟାଧୁନିକ ନିଦାନ କେନ୍ଦ୍ରର ଉଦ୍ଘାଟନୀ ସମାରୋହରେ ଅଂଶଗ୍ରହଣ କରିଥିବାରୁ ମୁଁ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଜୀଙ୍କୁ ଆନ୍ତରିକ କୃତଜ୍ଞତା ଜଣାଉଛି, ଯାହହା ହେଉଛି ପଶ୍ଚିମ
ଓଡ଼ିଶାରେ ଅନ୍ୟତମ ସର୍ବବୃହତ ଓ ପ୍ରଥମ ଧରଣର ନିଦାନ କେନ୍ଦ୍ର । ମୁଁ ଝାରସୁଗୁଡ଼ା ବିଧାୟିକା ସୁଶ୍ରୀ ଦୀପାଳି ଦାସ ଓ ଝାରସୁଗୁଡ଼ାର ଜିଲ୍ଲାପାଳ ଓ ଜିଲ୍ଲା ମାଜିଷ୍ଟେ୍ରଟ୍ ସୁଶ୍ରୀ ଆବୋଲି ନରବଣେଙ୍କୁ ତାଙ୍କ ସହଯୋଗ ଓ ଉତ୍ସାହ ପାଇଁ ଧନ୍ୟବାଦ ଜଣାଇବାକୁ ଚାହୁଛି ଯାହା ଏହି ଅଭିଯାନ ପାଇଁ ଗୁରୁତ୍ୱପୂର୍ଣ୍ଣ ଥିଲା । ଏହି ନିଦାନ କେନ୍ଦ୍ରଗୁଡ଼ିକର ସ୍ଥାପନ ହେଉଛି ଗୋଷ୍ଠୀକଲ୍ୟାଣ ପାଇଁ ବେଦାନ୍ତର ଅତୁଟ ପ୍ରତିବଦ୍ଧତାର ପ୍ରତିଫଳନ । ଏହି ଅଂଚଳର ସ୍ୱାସ୍ଥ୍ୟ ସେବା ପହଂଚିବାରେ ଥିବା ଅନ୍ତରଗୁଡ଼ିକୁ ଏହି ଆଧୁନିକ ବ୍ୟବସ୍ଥାଗୁଡ଼ିକ ପୂରଣ କରିବେ । ଆମର ବିଶ୍ୱାସ ରହିଛି ଯେ ଗୁଣାତ୍ମକ ସ୍ୱାସ୍ଥ୍ୟ ସେବା ହେଉଛି ଏକ ମୌଳିକ ଅଧିକାର ଏବଂ ଗୁଣାତ୍ମକ ସ୍ୱାସ୍ଥ୍ୟ ସେବାକୁ ପହଂଚାଇବା, ସୁଲଭ କରିବା ଏବଂ ପ୍ରତିଟି ବ୍ୟକ୍ତିଙ୍କ ହାତପାଆନ୍ତାରେ ପହଂଚାଇବାରେ ଏହି କେନ୍ଦ୍ରଗୁଡ଼ିକ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିବେ, ଫଳରେ ଏହି ଅଂଂଚଳରେ ଜୀବନର ଗୁଣାତ୍ମକ ମାନରେ ଉନ୍ନତି ହୋଇପାରିବ । ଏହି ପ୍ରୟାସ କେବଳ କର୍ପୋରେଟ୍ ଦାୟିତ୍ୱବୋଧଠାରୁ ବହୁତ କିଛି ଏବଂ ଏହା ହେଉଛି ଏକ ସୁସ୍ଥକର ଓ ଅଧିକ ସମୃଦ୍ଧ ଓଡ଼ିଶା ସୃଷ୍ଟି କରିବା ପାଇଁ ଆମ ସାମୂହିକ ପ୍ରତିବଦ୍ଧତାର ଭାବନାକୁ ପ୍ରତିଫଳିତ କରୁଛି ।’’
ଦୀର୍ଘସ୍ଥାୟୀ ଜୀବନଜୀବିକା, ଗୁଣାତ୍ମକ ଶିକ୍ଷା, ମହିଳା ସଶକ୍ତୀକରଣ, ସ୍ୱାସ୍ଥ୍ୟ, ପାନୀୟ ଓ ପରିମଳ, ଜୈବ-ନିବେଶ ଓ ଗୋଷ୍ଠୀ ଭିତିଭୂମି ଆଦି କ୍ଷତ୍ରରେ ବେଦାନ୍ତ ଲିମିଟେଡ୍ ଝାରସୁଗୁଡ଼ାର ସାମାଜିକ ପଦକ୍ଷେପ ଝାରସୁଗୁଡ଼ା ଓ ଆଖାପାଖ ଅଂଚଳର ୮୦ ଗ୍ରାମରେ ପହଂଚିଥିବା ବେଳେ ବର୍ଷକର ୩ ଲକ୍ଷରୁ ଅଧିକ ଲୋକ ଉପକୃତ ହୋଇଛନ୍ତି । ୨୦୦୮ ପରଠାରୁ ଏହା ୩୫୦ରୁ ଅଧିକ ଏସ୍ଏଚ୍ଜିର ୪୦୦୦ରୁ ଅଧିକ ମହିଳାଙ୍କୁ ସଶକ୍ତ କରିବା, ଭ୍ରାମ୍ୟମାଣ ସ୍ୱାସ୍ଥ୍ୟ ୟୁନିଟ୍ (ଏମ୍ଏଚ୍ୟୁ) ଜରିଆରେ ବାର୍ଷିକ ପ୍ରାୟ ୪୩,୦୦୦ ଲୋକଙ୍କ ପାଖରେ ସ୍ୱାସ୍ଥ୍ୟ ସେବା ପହଂଚାଇବା, ବର୍ତମାନ ସୁଦ୍ଧା ୧୩,୦୦୦ରୁ ଅଧିକ ଛାତ୍ରଛାତ୍ରୀଙ୍କୁ ଶିକ୍ଷାଗତ ସହାୟତା ପ୍ରଦାନ କରିଛି ।
ଭାରତର ସର୍ବବୃହତ ଆଲୁମିନିୟମ୍ ଉତ୍ପାଦନକାରୀ ବେଦାନ୍ତ ଲିମିଟେଡ୍ର ଏକ ବ୍ୟବସାୟ ବେଦାନ୍ତ ଆଲୁମିନିୟମ୍ ପକ୍ଷରୁ ଭାରତର ଅଧା ଆଲୁମିନିୟମ୍ ଅର୍ଥାତ ୨୦୨୨-୨୩ ଆର୍ଥିକ ବର୍ଷରେ ୨.୨୯ ନିୟୁତ ଟନ୍ ଉତ୍ପାଦନ କରାଯାଇଛି ।
ଏହା ମୂଲ୍ୟ ଯୁକ୍ତ ଆଲୁମିନିୟମ୍ ଉତ୍ପାଦନର ଅଗ୍ରଣୀ ସଂସ୍ଥା ଯାହାକୁ ମୌଳିକ ଶିଳ୍ପର ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟରେ ବ୍ୟବହାର କରାଯାଉଛି । ଆଲୁମିୟମ୍ ଶିଳ୍ପ ପାଇଁ ବିଶ୍ୱ ରାଙ୍କିଙ୍ଗ୍ ଡାଓ ଜୋନ୍ସ ସଷ୍ଟେନେବିଲିଟି ଇଣ୍ଡେକ୍ସ (ଡିଜେଏସ୍ଆଇ) ୨୦୨୨ରେ ବେଦାନ୍ତ ଆଲୁମିନିୟମ୍ର ର୍ୟାଙ୍କ ଦ୍ୱିତୀୟ ସ୍ଥାନରେ ରହିଛି ଯାହା ହେଉଛି ଏହାର ନିରନ୍ତରତା ବିକାଶ ପ୍ରଥାର ପ୍ରତିଫଳନ । ଭାରତରେ ବିଶ୍ୱଶ୍ରେଣୀର ଆଲୁମିନିୟମ୍ ସ୍ମେଲଟର, ଆଲୁମିନା ରିଫାଇନାରି ଓ ପାୱାର ପ୍ଲାଂଟ୍କୁ ସହ କଂପାନି ଏକ ସବୁଜ ଭବିଷ୍ୟତ ପାଇଁ “ଭବିଷ୍ୟତର ଧାତବ’ ଭାବେ ଆଲୁମିନିୟମ୍ର ଉଦୀୟମାନ ବ୍ୟବହାରକୁ ବଢ଼ାଇବା ପାଇଁ ଏହାର ଲକ୍ଷ୍ୟ ପୂରଣ କରୁଛି ।








