ହେଡଲାଇନସ୍:

"ବିରୋଧୀ ଯେତେ ଚକ୍ରାନ୍ତ କରିଲେ ମଧ୍ୟ ମାହାଙ୍ଗା ରେ ବିଧାୟକ ପ୍ରତାପ ଜେନା ଙ୍କ ପ୍ରତି ମାହାଙ୍ଗା ବାସୀଙ୍କ ଭରସା ଏବଂ ବିଶ୍ଵାସ ଅତୁଟ"

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଙ୍କ ସ୍ୱଚ୍ଛ ନିର୍ମଳ ଶାସନରେ ଅନୁପ୍ରାଣିତ ବିଧାୟକ ପ୍ରତାପ ଜେନା ଙ୍କ ଲୋକପ୍ରିୟତା ଉପରେ ଉତ୍ତର ରଖିଲେ ମାହାଙ୍ଗାବାସୀ

 ମାହାଙ୍ଗାବାସୀଙ୍କ ବିପୁଳ ଜନସମର୍ଥନ ରେ 3 ଥର ବିଜୟ ହୋଇଛନ୍ତି ଏବଂ ଲଗାତର 4ର୍ଥ ଥର ବହୁ ଭୋଟରେ ବିଜୟ ହୋଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଙ୍କ ହାତମୁଠାକୁ ଟାଣକରିବେ l   

(ମାହାଙ୍ଗା-ଶାସକ ପ୍ରଶାସକ) : ଯେତେବେଳେ ମାହାଙ୍ଗା ନିର୍ବାଚନ ମଣ୍ଡଳୀ ରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଙ୍କ ଶାସନରେ ଅନୁପ୍ରାଣିତ ପୂର୍ବତନ ମନ୍ତ୍ରୀ ତଥା ବିଧାୟକ ପ୍ରତାପ ଜେନା ଙ୍କ ପ୍ରତି ବିପୁଳ ଜନସମର୍ଥନ ଶତଗୁଣିତ ଭାବେ ବୃଦ୍ଧି ପାଇବାରେ ଲାଗିଛି ବିରୋଧୀ ତାହାକୁ ସହ୍ୟ କରିନପାରି ବିଭିନ୍ନ ପ୍ରକାର କୁଟଚକ୍ରାନ୍ତ କରି ଭୋକ ବିକଳରେ ତାଟିଆ କାମୁଡିବା ନ୍ୟାୟ ରେ ଜୋରଦାର ପ୍ରୟାସ ଆରମ୍ଭ କରିଦେଇଛି l ଏହାର କଡ୍ଡା ଜବାବ ରଖି ମାହାଙ୍ଗା ନିର୍ବାଚନ ମଣ୍ଡଳୀ ବାସୀଙ୍କ ସମେତ ନୁର୍ତ୍ତାଙ୍ଗ, ମାହାଙ୍ଗା, ଜଳେଶ୍ୱରପୁର, ପୋଡାମରାଇ, ଭଉଁରିଆ, ଉମର, ଗୋତରା,ନାହଙ୍ଗ, ଝାଡ଼େଶ୍ୱରପୁର ଗ୍ରାମବାସୀ ପ୍ରକାଶ କରିଛନ୍ତି କି ବିରୋଧୀ ଙ୍କ ଅପପ୍ରଚାର, କୂଚକ୍ରାନ୍ତ ଚଳିବ ନାହିଁ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଙ୍କ ସ୍ୱଚ୍ଛ, ନିର୍ମଳ ଶାସନ ରେ ବିଧାୟକ ପ୍ରତାପ ଜେନା ଙ୍କ ଭଳି ଜଣେ ଦୃଢ ସଂଗଠକ, ଅପ୍ରତିଦ୍ବନ୍ଦି, ବିକାଶପୁରୁଷ, ସାଧାରଣ ଲୋକମାନଙ୍କ ସୁଖ ଦୁଃଖର ସାଥି ଭଳି ନେତା ମିଳିବେ ନାହିଁ, ତାଙ୍କର ସୁସଂଗଠକ, ମେଳାପୀ ପରିକଳ୍ପନା କୁ ଟକ୍କର ଦେଲା ଭଳି ନେତା ଆଜି ପର୍ଯ୍ୟନ୍ତ ସୃଷ୍ଟି ହୋଇନାହାନ୍ତି ଏବଂ ମାହାଙ୍ଗା ର ଦାୟିତ୍ୱ ବିଧାୟକ ଶ୍ରୀ ଜେନା ନେଲାପରେ ମାହାଙ୍ଗା ନିର୍ବାଚନ ମଣ୍ଡଳୀ ର ବିକାଶ କଥା ତୁଳନା କରିବା ଅତୁଳନୀୟ l ଶିକ୍ଷା,ସ୍ୱାସ୍ଥ୍ୟ, ଗମନାଗମନ, ବାର୍ଦ୍ଧକ୍ୟ, ଦିବ୍ୟାଙ୍ଗ ଭତ୍ତା, ପାନୀୟ ଜଳ ପ୍ରକଳ୍ପ ,  ଦିବ୍ୟାଙ୍ଗ ବ୍ୟକ୍ତିମାନ ଙ୍କୁ ନିଜସ୍ୱ ଅର୍ଥରେ ଟ୍ରାଇ ସାଇକେଲ ବଣ୍ଟନ, ମାହାଙ୍ଗା ବାସୀ ଙ୍କ ସୁଖ ଦୁଃଖ ର ସାଥି ଭାବେ ଛିଡା ହୋଇ ବିକାଶର ଧାରା କୁ ଅନବରତ ଭାବେ କରିଚାଲିଛନ୍ତି l ଯେତେ ବାଧାବିଘ୍ନ ଆସିଲେ ମଧ୍ୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଙ୍କ ନୀତିରେ ଗାଁ ର ପ୍ରଗତି, କଥା କମ କାମ ବେଶୀ ନୀତି ଅଵଲମ୍ବନ କରି ମାହାଙ୍ଗା ନିର୍ବାଚନ ମଣ୍ଡଳୀରେ ତିନି ତିନି ଥର ବିଜୟ ଲାଭ ହୋଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଙ୍କ ହାତମୁଠାକୁ ଟାଣ କରି ଆସିଛନ୍ତି ଏବଂ ଚତୃର୍ଥ ଥର ପାଇଁ ମଧ୍ୟ 2024 ନିର୍ବାଚନ ରେ  ବିପୁଳ ଭୋଟରେ ବିଜୟ ହୋଇ ମାହାଙ୍ଗା ନିର୍ବାଚନ ମଣ୍ଡଳୀର ବିକାଶର ମଙ୍ଗ ଧରିବେ ବୋଲି ମାହାଙ୍ଗା ଅଞ୍ଚଳବାସୀ ପ୍ରକାଶ କରିଛନ୍ତି l ଅପରପକ୍ଷରେ ପୂଜ୍ୟ ପୂଜା ସାହିତ୍ୟ କୁ ସମ୍ମାନ ଜଣାଇ ମାହାଙ୍ଗା ନିର୍ବାଚନ ମଣ୍ଡଳୀର ଅନେକ ସ୍ଥାନରେ ସାହିତ୍ୟିକ, କବି, ସ୍ୱାଧୀନତା ସଂଗ୍ରାମୀ, ବରପୁତ୍ର ମାନଙ୍କ ପ୍ରତିମୃତ୍ତି ଉନ୍ମୋଚନ କରିଛନ୍ତି ବିଧାୟକ ଶ୍ରୀ ଜେନା l ସବୁକ୍ଷେତ୍ରରେ ବିକାଶ ହିଁ ବିକାଶ ର ଧାରା ବିଧାୟକ ପ୍ରତାପ ଜେନା ଙ୍କ ପାଇଁ ହୋଇଚାଲିଥିବାରୁ ମାହାଙ୍ଗା ବାସୀ କେବେବି ବିଧାୟକ ପ୍ରତାପ ଜେନାଙ୍କୁ ଭୁଲିପାରିବେ ନାହିଁ ବୋଲି ପ୍ରକାଶ କରିଛନ୍ତି l ବିରୋଧୀ ଯେତେ ଅପପ୍ରଚାର କଲେ ମଧ୍ୟ ମାହାଙ୍ଗା ରେ କେବଳ ପ୍ରତାପ ଜେନା ହିଁ ଜନସାଧାରଣ ଙ୍କ ବିଶ୍ଵାସ ଓ ଭରସା ବୋଲି ବହୁ ବୁଦ୍ଧିଜୀବୀ, ଯୁବକ, ମହିଳା ଏବଂ ଗ୍ରାମବାସୀ ମାନେ ପ୍ରକାଶ କରିଛନ୍ତି l

0
0
0
s2sdefault