ହେଡଲାଇନସ୍:

ବରତୁଣ୍ଡା ମହିଳା ସମାବେଶରେ ବିଧାୟିକା ବର୍ଷା

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ବରଗଡ:- ବିଜୁ ଜନତା ଦଳରେ ମହିଳା ସଂଗଠନ କୁ ସୁଦୃଢ଼ କରିବା ପାଇଁ ସ୍ଵତନ୍ତ୍ର ଭାବରେ ପ୍ରୟାସ କରାଯାଇଥାଏ । ବିଜେଡି ସୁପ୍ରିମୋ , ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ହୁଅନ୍ତୁ ବା ଯେ କୋଣସି ମନ୍ତ୍ରୀ କିମ୍ବା ବିଧାୟକ , ମହିଳା ମାନଙ୍କୁ ସଂଗଠିତ କରି ବିଜୁ ଜନତା ଦଳ ସହିତ ଯୋଡି ରଖିବାର ପ୍ରୟାସ ସମସ୍ତେ କରିଥାନ୍ତି । ଆଜି ପାଇକମାଲ ବ୍ଲକ ବରତୁଣ୍ଡା ଗ୍ରାମପଞ୍ଚାୟତ ଠାରେ ବିଜୁ ଜନତା ଦଳର ପାଞ୍ଚାୟତ ସଭାପତି ନରସିଂହ ବନଛୋରଙ୍କ ସଭାପତିତ୍ୱରେ ସ୍ଥାନୀୟ ଲକ୍ଷ୍ମୀ ମଣ୍ଡପ ନିକଟରେ ଅନୁଷ୍ଠିତ ମହିଳା ସମାବେଶରେ ମୁଖ୍ୟ ଅତିଥି ଭାବେ ବିଧାୟିକା ବର୍ଷା ସିଂ ବରିହାଙ୍କ ଯୋଗଦାନରେ ମହିଳା ମାନେ ଉତ୍ଫୁଲିତ ହୋଇ ବିଜେଡି ଜିନ୍ଦାବାଦ,ବର୍ଷା ସିଂ ବରିହା ଜିନ୍ଦାବାଦ,ନବୀନ ପଟ୍ଟନାୟକ ଜିନ୍ଦାବାଦ,ବିଜୟ ବରିହା ଅମର ରହେ ପଦଧ୍ୱନୀରେ ସାରା ଅଞ୍ଚଳଟି ପ୍ରକମ୍ପିତ ହୋଇ ଉଠିଥିଲା।ଏହି ସମାବେଶରେ ଅନ୍ୟମାନଙ୍କ ମଧ୍ୟରେ ବିଜୁ ଯୁବ ଜନତା ଦଳର ପାଇକମାଲ ବ୍ଲକ ସଭାପତି ଗୈାତମ ସିଂ,ପାଇକମାଲ ବ୍ଲକ ବିଜେଡି ସଭାପତି ରାଜେନ୍ଦ୍ର ରାଉତ,ବିଜୁ ଯୁବ ଜନତା ଦଳର ବରତୁଣ୍ଡା ପଞ୍ଚାୟତର ସଭାପତି ଗୋବିନ୍ଦ ସୁନା,ବରତୁଣ୍ଡା ସରପଞ୍ଚ ରୀତା ସରାପ,ସମିତି ସଭ୍ୟ ରାଇସ ମହମ୍ମଦ,ବରିଷ୍ଠ ବିଜେଡ଼ି କର୍ମୀ ଦଶରଥ ଚାନ୍ଦ,ଉଗ୍ରସେନ ସାହୁ ପ୍ରମୁଖ ଯୋଗଦାନ କରିଥିଲେ।ସଭାରେ ମୁଖ୍ୟ ଅତିଥି ବିଧାୟିକା ବର୍ଷା ସିଂ ବରିହା ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କ ପାଇଁ ଆଜି ନାରୀ ସମାଜ ବହୁ ଉର୍ଦ୍ଧରେ।ସେମାନଙ୍କୁ ସ୍ୱଭାଲମ୍ୱୀ କରିବାକୁ ମହିଳା ସ୍ଵଂୟ ସହାୟକ ଗୋଷ୍ଠୀ ସୃଷ୍ଟି ଏକ ଜ୍ୱଳନ୍ତ ଉଦାହରଣ।ତେଣୁ ଏଠାରେ ଉପସ୍ଥିତ ସମସ୍ତ ମାଆ ମାନଙ୍କୁ ଅନୁରୋଧ ଯେ,ନବୀନ ବାବୁଙ୍କ ପ୍ରତି ସବୁବେଳେ ଆପଣ ସ୍ନେହଶ୍ରଦ୍ଧା ଥାଉ ଏବଂ ଆଗକୁ ନାରୀ ସମାଜ ପାଇଁ ମୁଁ ସଦାସର୍ବଦା ରହିଛି ରହିବି ମଧ୍ୟ ଏହା ମୋର ସଂକଳ୍ପ ବୋଲି ମତବ୍ୟକ୍ତ କରିଥିଲେ।ଏହି ସମାବେଶରେ ୫୦୦ରୁ ଉର୍ଦ୍ଧ ମହିଳା ଯୋଗଦାନ କରିଥିଲେ।

0
0
0
s2sdefault