ହେଡଲାଇନସ୍:

ପ୍ରସିଦ୍ଧ ନୃସିଂହନାଥ ପୀଠରେ ସମ୍ବାଦିକ ଭବନ ପାଇଁ ଭୂମିପୂଜନ କଲେ ବିଧାୟିକା ବର୍ଷା

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ବରଗଡ :- ବିଶ୍ୱପ୍ରସିଦ୍ଧ ଗନ୍ଧମାର୍ଦ୍ଦନ ପାର୍ବତ ର ପାଦଦେଶରେ ଅବସ୍ଥିତ ମହାପ୍ରଭୁ ଶ୍ରୀ ଶ୍ରୀ ନୃସିଂହନାଥ ପୀଠକୁ ପ୍ରତେକ ଦିନ ରାଜ୍ୟ ତଥା ରାଜ୍ୟ ବାହାରୁ ହଜାର ହଜାର ତୀର୍ଥଯାତ୍ରୀ ଓ ପର୍ଯଟକ ଆସିଥାନ୍ତି , ଏମିତିକି ବିଦେଶ ରୁ ମଧ୍ୟ ଅନେକ ପର୍ଯଟକ ଓ ଗବେଷକ ପ୍ରତେକ ବର୍ଷ ବହୁ ସଂଖ୍ୟାରେ ଆସିଥାନ୍ତି । ଏହି ପୁଣ୍ୟପୀଠ ରେ ଯାତ୍ରୀ , ପର୍ଯଟକ ମାନଙ୍କ ପାଇଁ ଅନେକ ପ୍ରକାର ସୁ ବ୍ୟବସ୍ଥା ରହିଛି ଓ ଆଗାମୀ ଦିନରେ ରାଜ୍ୟ ସରକାର ଙ୍କର ଉଦ୍ୟମ ରେ ଆହୁରି ଅନେକ ପ୍ରକାର ର ସୁ ବ୍ୟବସ୍ଥା ହେବାକୁ ଯାଉଛି । ଆଜି ଉପଖଣ୍ଡ ସମ୍ବାଦିକ ସଂଘ ର ବହୁ ଦିନର ଦାବି କୁ ସମ୍ମାନ ଜଣାଇ ପଦ୍ମପୁର ନିର୍ବାଚନ ମଣ୍ଡଳୀର ମାନ୍ୟବର ବିଧାୟିକା ବର୍ଷା ସିଂ ବରିହା , ନୃସିଂହନାଥ ପୀଠ ନିକଟରେ ଏକ ସାମ୍ବାଦିକ ଭବନ ପାଇଁ ଭୂମି ପୂଜନ କରିଛନ୍ତି । ଉପଖଣ୍ଡ ସାମ୍ବାଦିକ ସଂଘ ର ସମସ୍ତ ସଭ୍ୟ ଙ୍କର ଇପସ୍ଥିତ ରେ ପ୍ରଥମେ ବିଧାୟିକା ଙ୍କୁ ସ୍ୱାଗତ କରାଯିବା ସହିତ , ତାଙ୍କ ସହିତ ଉପସ୍ଥିତ ପାଇକମାଲ ବିଡ଼ିଓ ତଥା ଶ୍ରୀ ଶ୍ରୀ ନୃସିଂହନାଥ ମନ୍ଦିର ଟ୍ରଷ୍ଟ ବୋର୍ଡ ର ମଧ୍ୟବର୍ତ୍ତୀ କାଳୀନ ଟ୍ରଷ୍ଟି ଶ୍ରୀ ସୁରେନ୍ଦ୍ର କୁମାର ସାହୁ , ଟାଟା ପାୱାର ଏସ ଡ଼ି ଓ ଶ୍ରୀ ମନୋରଞ୍ଜନ ନାୟକ , ପୂର୍ବତନ ପ୍ରଶାସନିକ ଅଧିକାରୀ ଶ୍ରୀ ରାଜେନ୍ଦ୍ର ରାଉତ , ଶ୍ରୀ ଗୌତମ ସିଂ , ପାଇକମାଲ ବ୍ଲକ ଉପାଧ୍ୟକ୍ଷ ଶ୍ରୀ ସଂଜୀବ ବରିହା ପ୍ରମୁଖ ଙ୍କୁ ସମ୍ବାଦିକ ବନ୍ଧୁ ମାନଙ୍କ ଦ୍ୱାରା ସ୍ୱାଗତ କରାଯିବା ସହିତ , ଉପସ୍ଥିତ ଅତିଥି ମନେ ନିଜର ମତାମତ ରଖୁଥିଲେ । ଏହି ଅବସରରେ ପଦ୍ମପୁର ଅଂଚଳରେ କାର୍ଯରତ ସମ୍ବାଦିକ ମାନଂକ କାମକୁ ପ୍ରଶଂସା କରିବା ସହିତ , ସମ୍ବାଦିକ ଭବନ ନିର୍ମାଣ ପାଇଁ ଯାହା ଆବଶ୍ୟକ ତାହା ପୂରଣ ଜରିବା ଦାଇତ୍ୱ ମୋର ବୋଲି ବିଧାୟିକା କହିଥଲେ । ଏହା ପରେ ଭବନ ନିର୍ମାଣ ପାଇଁ ପ୍ରସ୍ତାବିତ ସ୍ଥାନରେ ପ୍ରଥମେ ମାନ୍ୟବର ବିଧାୟିକା ଙ୍କର ଦ୍ୱାରା ବୃକ୍ଷରୋପଣ କରାଯାଇଥିଲା । ଏହାପରେ ବିଧିବଦ୍ଧ ଭାବରେ ପଣ୍ଡିତ ପ୍ରେମାନନ୍ଦ ଦେବତା ଙ୍କର ଦ୍ୱାରା ମହାପ୍ରଭୁ ନୃସିଂହନାଥ ଙ୍କର ପୂଜାପାଠ କରାଯାଇ ମମ୍ୟବର ବିଧାୟିକା ଙ୍କର ଦ୍ୱାରା ଭବନ ନିର୍ମାଣ ପାଇଁ ଭୂମିପୂଜନ କାର୍ଯ୍ୟକ୍ରମ ସମ୍ପନ୍ନ କରାଯାଇଥିଲା । ବରିଷ୍ଠ ସାମ୍ବାଦିକ ଲାଲ ବିହାରୀ ମିଶ୍ର , ଉପଖଣ୍ଡ ସମ୍ବାଦିକ ସଂଘ ର ସଭାପତି ଶ୍ରୀ ବଡ଼ ସଥପଥୀ , ସମ୍ପାଦକ ଶ୍ରୀ ରମେଶ ବାରିକ , କୋଷାଧ୍ୟକ୍ଷ ଶ୍ରୀ ସୁରଥ କୁମାର ସାହୁ ଙ୍କର ସମେତ ସଙ୍ଘ ର ପ୍ରାୟ ସମସ୍ତ କର୍ମକର୍ତ୍ତା ଉପସ୍ଥିତ ଥିଲେ ।

0
0
0
s2sdefault