ହେଡଲାଇନସ୍:

ଗରିବ ଓ ଅସହାୟ ଲୋକ କିପରି କାରାଗାରରୁ ବେଲରେ ଆଣିବାକୁ ଉଦ୍ୟମ

User Rating: 4 / 5

Star ActiveStar ActiveStar ActiveStar ActiveStar Inactive
 

ମାନବ ଅଧିକାର ରକ୍ଷକ ଟିମ ରାଉରକେଲା ଓକିଲ ସଂଘ ସହ ସମ୍ପାଦିକାଙ୍କ ସହ ଆଲୋଚନା

ରାଉରକେଲା (ବସନ୍ତ କୁମାର ଜେନା):ରାଉରକେଲା କାରାଗାର ରେ ଅନେକ ବର୍ଷ ରୁ ବିନା ଦୋଷ ରେ ଅର୍ଥ ଅଭାବରୁ ପଡ଼ି ରହି ଦଣ୍ଡ ପାଉ ଥିବା ଗରିବ ଓ ନିରୀହ ଲୋକ ମାନଙ୍କ ପାଇଁ ଏକ ଆଶା ର ଆଲୋକ ନେଇ ଆସିଛନ୍ତି ରାଉରକେଲା ଅନ୍ତର୍ଜାତୀୟ ମାନବ ଅଧିକାର ରକ୍ଷକ ର ଟିମ୍। ଏହି ନିରୀହ ଲୋକ ମାନଙ୍କୁ କିପରି ବେଲ୍ ର ବ୍ୟବସ୍ଥା କରି ତାଙ୍କ ପରିବାର କୁ ଫେରେଇ ଆଣି ପାରିବେ ସେ ନେଇ ଗତ କାଲି ଟିମ୍ ର ସଭାପତି ମହମ୍ମଦ ପରୱେଜ୍ ଓ ସଦସ୍ୟ ମାନେ ଯାଇ ରାଉରକେଲା ବାର ଆସସିଏସନର ର ସହ ସମ୍ପାଦିକା ଶ୍ରୀମତୀ ପଦ୍ମିନୀ ଦାସ୍ ଙ୍କୁ ଭେଟିଥିଲେ । ଦୀର୍ଘ ସମୟ ର ଚର୍ଚା କରାଯିବା ପରେ ଶ୍ରୀମତୀ ପଦ୍ମିନୀ ଦାସ୍ ଗରିବ କଏଦୀ ମାନଙ୍କୁ କିପରି ଭାବରେ ଉଚିତ୍ ନ୍ୟାୟ ମିଳିପାରିବ ଏବଂ ସେମାନେ ନିଜ ପରିବାର କୁ ଫେରି ନିଜ ଜୀବନ ଅବସ୍ଥା ସୁଧାରି ପାରିବେ ସେଥି ପାଇଁ ସେ ଉଚିତ୍ ପଦକ୍ଷେପ ନେବାରେ ସାହାଯ୍ୟ କରିବେ ଓ ମାର୍ଗ ପରିଦର୍ଶକ ହେବେ ବୋଲି ପ୍ରତିଶ୍ରୁତି ଦେଇଥିଲେ।ତାଙ୍କର ଏପରି ନିଶ୍ୱାର୍ଥପର ମନୋଭାବ ଦେଖି , ସମସ୍ତ ଟିମ୍ ମେମ୍ବର ମାନେ ତାଙ୍କୁ ଅନେକ ସାଧୁବାଦ୍ ଜଣେଇବା ସଙ୍ଗେ ସଙ୍ଗେ ଏକ ମାନପତ୍ର ମଧ୍ୟ ପ୍ରଦାନ କରି ଥିଲେ ।ଏହି ସାକ୍ଷାତ କାର ରେ ଅନ୍ତର୍ଜାତୀୟ ମାନବ ଅଧିକାର ରକ୍ଷକ ର ସଭାପତି ମହମ୍ମଦ ପରୱେଜ୍ ଓ ସଦସ୍ୟ ସାବିତ୍ରୀ ସାହୁ, ନମିତା ରାଉତ, ସରିତା ସ୍ୱାଇଁ,ମହମ୍ମଦ ସହିଦ, ତସଲିମ୍ ଅଲମ୍, ବିଜୟ ନନ୍ଦ ସୁନ୍ଦର ରାୟ,ସନ୍ତୋଷ କୁମାର ରାଉତ,ବିକାଶ ଭୋଇ, ମହମ୍ମଦ ଏମ୍ରାନ୍ ଆଲମ୍ ଓ ପଙ୍କଜ ନାୟକ ଉପସ୍ଥିତ ଥିଲେ ।

0
0
0
s2sdefault