ହେଡଲାଇନସ୍:

ଅବକାରୀ ବିଭାଗ ର ଚଢ଼ାଉ , ନିଶା କାରବାର ରେ ବ୍ୟବହୃତ ଗାଡି ଛାଡି ଚମ୍ପଟ ଅଭିଯୁକ୍ତ ନିଶା ବ୍ୟବସାୟୀ

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ବରଗଡ :- ବରଗଡ଼ ଜିଲ୍ଲାର ଯୁବ ସମାଜ କୁ କିଛି ଖଲ ପ୍ରକୃତି ର ବ୍ୟବସାୟୀ ଅବୈଧ ନିଶା କାରବାର କରି ଯୋଜନା ବଦ୍ଧ ଭାବରେ ହୀନ ଷଡଯନ୍ତ୍ର ବା ଚକ୍ରାନ୍ତ କରି , ପଥଭ୍ରଷ୍ଟ କରିବା ସହିତ ମୋଟା ଅଙ୍କରେ ଅର୍ଥ ଉପାର୍ଜନ କରିବା ପାଇଁ ପ୍ରାଣପଣେ ଲାଗି ପଡିଛନ୍ତି । ଏହି ଭଳି କୁଚକ୍ରି ବ୍ୟବସାୟୀ ମନଙ୍କୁ କାବୁ କରିବା ପାଇଁ ପୋଲିସ ତଥା ଅବଜାରୀ ବିଭାଗ ତରଫରୁ ଯଦିଓ ଯଥେଷ୍ଟ ଉଦ୍ୟମ କରାଯାଉଛି ତଥାପି ଅନେକ ଚୋରା ବାଟ ଦେଇ ପୋଲିସ ଓ ଅବଜାରୀ ବିଭାଗ କୁ ଚକମା ଦେବାରେ ସଫଳ ହୋଇ ଯାଉଛନ୍ତି । ଗତ କିଛିଦିନ ତଳେ ବରଗଡ଼ ପୋଲିସ ଦୁଇ ଗୋଟି ଗତିରୁ ହଜାର ହଜାର ବୋତଲ କଫ ସିରଫ ଜବତ କରିବାରେ ସଫଳ ହୋଇଥିବା ବେଳେ ଗତ କାଲି ରାତିରେ ବରଗଡ଼ ଅବକାରୀ ଅଧିକ୍ଷକ ଶ୍ରୀ ସୁବନ କୁମାର ନାୟକ ଙ୍କର ନିର୍ଦେଶ କ୍ରମେ ପାଇକମାଲ ଅବକାରୀ ଥାନା ଅଧିକାରୀ ଙ୍କୁ ବିଶ୍ୱସ୍ତ ସୁତ୍ର ରୁ ମିଳିଥିବା ସୂଚନା ଅନୁସାରେ , ପଦ୍ମପୁର ଅବକାରୀ ଇନ୍ସପେକ୍ଟର ରଶ୍ମିତା ଲାକ୍ରା ତତ୍ୱବାଧାନ ରେ ଜଣେ କଫ ସିରଫ ବ୍ୟବସାୟୀ ଦିନେଶ ରାଓ ( ପିତା , ମଧୁସୂଦନ ର ବାଇକ କୁ କୁ ଜବତ କରିବା ସହିତ ବାଇକରୁ ବିପୁଳ ପରିମାଣରେ କଫ ସିରଫ ବୋତଲ ଓ ଅପମିଶ୍ରିତ କଫ ସିରଫ ଜବତ କରିବା ସହିତ କଫ ସିରଫ ବ୍ୟବସାୟ ରେ ଅଭିଯୁକ୍ତ ଦିନେଶ ବ୍ୟବହାର କରୁଥିବା ଗୋଟେ ପଲସର ବାଇକ OD17U3978 କୁ ମଧ୍ୟ ଜବତ କରିବାରେ ସଫଳତା ପାଇଛନ୍ତି । ଅବକାରୀ ବିଭାଗ ର ଅଧିକାରୀ ମାନଙ୍କୁ ଦେଖି ଦିନେଶ ଗାଡି ଛାଡି ଚମ୍ପଟ ମାରିଥିଲା । ପୂର୍ବରୁ ମଧ୍ୟ ଅଭିଯୁକ୍ତ ଦିନେଶ ରାଓ ବିରୋଧରେ ଏହି କଫ ସିରଫ କାରବାର କରିବାର ଅନେକ ଅଭିଯୋଗ ରହିଛି । ପାଇକମାଲ ଅବକାରୀ ଥାନାରେ କେଶ ନମ୍ବର 143/23 ଧାରା 21 ( b ) of NDPS ଆକ୍ଟ ରେ ମାମଲା ରୁଜୁ କରି ତଦନ୍ତ ଜାରି ରହିଛି । ବର୍ତ୍ତମାନ ଅଭିଯୁକ୍ତ ଦିନେଶ କୁ ଧରିବା ପାଇଁ ଅବକାରୀ ବିଭାଗ ଉଦ୍ୟମ କରୁଛି । ଉକ୍ତ ଚଢ଼ାଉରେ ପାଇକମାଲ ଅବକାରୀ ଥାନାର କର୍ମଚାରୀ ଙ୍କର ସମେତ ପଦ୍ମପୁର ଅବକାରୀ ଥାନାର oic H, ଜଗା ରାଓ ଏବଂ ତାଙ୍କର ସହକର୍ମୀ , ମୋବାଇଲ ୟୁନିଟ ର ଲକ୍ଷ୍ମୀ ଧର ମାଝୀ ଓ ତାଙ୍କର ସହକର୍ମୀ ମାନେ ଉପସ୍ଥିତ ଥିବା ପାଇକମାଲ ଅବକାରୀ ଥାନା ଅଧିକାରୀ ଶ୍ରୀ ସିଦ୍ଧାନ୍ତ ପାତ୍ର ସୂଚନା ପ୍ରଦାନ କରିଛନ୍ତି ।।

0
0
0
s2sdefault