
ନିଶ୍ଚିନ୍ତକୋଇଲି(ଶାସକ ପ୍ରଶାସକ): ଲୋକମାନଙ୍କୁ ଉତମ ବ୍ୟାଙ୍କ ସେବା ଯୋଗାଇବା ପାଇଁ ରାଜ୍ୟ ସରକାରଙ୍କ ନୂତନ ଯୋଜନାରେ ପ୍ରତ୍ୟେକ ପଂଚାୟତରେ ଗ୍ରାହକ ସେବା କେନ୍ଦ୍ର ପ୍ଲସ (ସିଏସପି ପ୍ଲସ) ଖୋଲିବାକୁ ଯାଉଛନ୍ତି । ଏହି ସିଏସପି ପ୍ଲସ ଖୋଲିବା ଦ୍ୱାରା ପୂର୍ବରୁ ଭାରତୀୟ ଷ୍ଟେଟ ବ୍ୟାଙ୍କ ଅଧିନରେ ପଂଚାୟତ ଗୁଡ଼ିକରେ ଚାଲିଥିବା ଗ୍ରାହକ ସେବା କେନ୍ଦ୍ର (ସିଏସପି) ଗୁଡ଼ିକର ବହୁ କ୍ଷତି ହେବାର ଆଶଙ୍କା ଦେଖାଦେଇଛି । ପୂର୍ବରୁ ବ୍ୟାଙ୍କ ସେବା ପାଇଁ ପଂଚାୟତ ଗୁଡ଼ିକରେ ସିଏସପି ରହିଥିଲେ ମଧ୍ୟ ରାଜ୍ୟ ସରକାର ଏହାର ଉନ୍ନତିକରଣ ପାଇଁ ଚିନ୍ତା ନକରି ପୁର୍ନବାର ସିଏସପି ପ୍ଲସ ଖୋଲିବା ପାଇଁ ଘୋଷଣା କରିଥିବାରୁ ବର୍ତମାନ ସିଏସପିର ପରିଚାଳକମାନେ ଚିନ୍ତାରେ ପଡ଼ିଛନ୍ତି । ସିଏସପି ପରିଚାଳକମାନଙ୍କୁ ସରକାରଙ୍କର ନୂତନ ସିଏସପି ପ୍ଲସ ଯୋଜନାରେ ଅନ୍ତର୍ଭୁକ୍ତ କରାଇବା ପାଇଁ ପରିଚାଳକ ମଳୟ ଦେ, ପ୍ରମୋଦ କୁମାର ସ୍ୱାଇଁ, ବଳଦେବ ସ୍ୱାଇଁ , ଦୀପାଞ୍ଜଳୀ ନାୟକ ଙ୍କ ନେତୃତ୍ୱରେ ନଶ୍ଚିନ୍ତକୋଇଲି ବ୍ଲକ ଅଂଚଳରେ ରହିଥିବା ୨୦ରୁ ଉଦ୍ଧ୍ୱର୍ ଷ୍ଟେଟ ବ୍ୟାଙ୍କ ସିଏସପି ପରିଚାଳକମାନେ ଜିଲ୍ଲାପାଳଙ୍କ ଉଦେ୍ଧଶ୍ୟରେ ଏକ ଦାବିପତ୍ର ବିଡ଼ିଓ ଦିବ୍ୟଜ୍ୟୋତି ସ୍ମୃତିରଂଜନ ଦେଓଙ୍କୁ ପ୍ରଦାନ କରିଛନ୍ତି । ଗତ ୨୦୧୦ ମସିହାରୁ ଷ୍ଟେଟ ବ୍ୟାଙ୍କ ଅଧିନରେ ପଂଚାୟତ ଗୁଡ଼ିକରେ ଗ୍ରାହକ ସେବା କେନ୍ଦ୍ର ଖୋଲି ବିଭିନ୍ନ ବ୍ୟାଙ୍କିଙ୍କ ସେବା ସହିତ ସାମାଜିକ ସୁରକ୍ଷା ଯୋଜନାରେ ବିଭିନ୍ନ ବୀମାକରରଣ , ହିତାଧିକାରୀଙ୍କୁ ଭତା ପ୍ରଦାନ ଓ ସରକାରଙ୍କ ବିଭିନ୍ନ ଯୋଜନା ସଂକ୍ରାନ୍ତ ଅର୍ଥ କାରବାର ଆଦି ସେବା ନିରବିଚ୍ଛିନ୍ନ ଭାବେ କରିଚାଲିଛନ୍ତି । ଏହି ଗ୍ରାହକ ସେବା କେନ୍ଦ୍ର ଖୋଲିବା ପାଇଁ ପରିଚାଳକ ମାନେ ଲକ୍ଷ ଲକ୍ଷ ଟଙ୍କା ମଧ୍ୟ ଅର୍ଥ ବିନିଯୋଗ କରିଛନ୍ତି । ନିୟମ ଅନୁସାରେ ମିଳିଥିବା କମିଶନ ଅର୍ଥରେ ସେମାନଙ୍କର ପରିବାର ମଧ୍ୟ ଭରଣପୋଷଣ କରୁଛନ୍ତି । ବର୍ତମାନ ସରକାରଙ୍କର କ୍ୟାବିନେଟ ପାସ ଅନୁଯାୟୀ ପଂଚାୟତରେ ସିଏସପି ପ୍ଲସ ଖୋଲିଲେ ଏହି ପରିଚାଳକମାନେ ସେମାନଙ୍କର ପରିବାର ଚଳାଇବା କଷ୍ଟକର ହୋଇପଡ଼ିବ । ଏହାଛଡ଼ା ସିଏସପି ପ୍ଲସ ପରିଚାଳନା ପାଇଁ ସରକାରଙ୍କ ପକ୍ଷରୁ ଯେଉଁ ନୂତନ ଅପରେଟର ମାନଙ୍କୁ ନିଯୁକ୍ତି ଦିଆଯିବ ସେମାନଙ୍କ ଠାରୁ ବର୍ତମାନ ଗ୍ରାହକ ସେବା କେନ୍ଦ୍ର ଚଳାଇଥିବା ପରିଚାଳକମାନଙ୍କର ବହୁ ଅଧିକ ଦକ୍ଷତା ରହିଛି । ତେଣୁ ସବୁ ଦୃଷ୍ଟିରୁ ଦେଖିବାକୁ ଗଲେ ଷ୍ଟେଟ ବ୍ୟାଙ୍କ ସିଏସପି ପରିଚାଳକମାନଙ୍କୁ ସିଏସପି ପ୍ଲସ ରେ ଅର୍ନ୍ତଭୁକ୍ତ କରାଇଲେ ସମସ୍ତେ ଲାଭବାନ ହୋଇପାରିବେ । ଏଥିପ୍ରତି ରାଜ୍ୟ ମୁଖ୍ୟମନ୍ତ୍ରୀ ଓ ୫ଟି ସଚିବ ଦୃଷ୍ଟି ଦେବାକୁ ସିଏସପି ପରିଚାଳକମାନେ ଦାବି କରିଛନ୍ତି ।
ରାଜ୍ୟ
ସିଏସପି ପ୍ଲସରେ ଅର୍ନ୍ତଭୁକ୍ତ ପାଇଁ ଜିଲ୍ଲାପାଳଙ୍କ ଉଦ୍ଦେଶ୍ୟରେ ଗ୍ରାହକ ସେବାକେନ୍ଦ୍ର ପରିଚାଳକ ଙ୍କ ବିଡ଼ିଓଙ୍କୁ ଦାବିପତ୍ର
- Hits: 589








