ହେଡଲାଇନସ୍:

ମହାରାଜାଙ୍କ ବାଳକ ଉଚ୍ଚ ବିଦ୍ୟାଳୟରେ ଜୁନିୟର ରେଡକ୍ରସର ପରାମର୍ଶଦାତା ମାନଙ୍କର ଏକ ଦିବସୀୟ ପ୍ରଶିକ୍ଷଣ ଶିବିର

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ପାରଳାଖେମୁଣ୍ଡି / ବାାଳକୃଷ୍ଣ ପାଣିଗ୍ରାହି : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ମହାରାଜାଙ୍କ ବାଳକ ଉଚ୍ଚ ବିଦ୍ୟାଳୟ ପରିସରରେ ଗଜପତି ଜିଲ୍ଲା ଜୁନିୟର ରେଡ଼କ୍ରସର ପରାମର୍ଶଦାତା ମାନଙ୍କର ଏକ ଦିବସୀୟ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଯାଇଛି।
ଏ ଅବସରରେ ଅତିରିକ୍ତ ଜିଲ୍ଲା ଶିକ୍ଷାଧିକାରୀ ଶ୍ରୀ ମନୋଜ ରଞ୍ଜନ ଦଳାଇ ମୁଖ୍ୟ ଅତିଥି ରୂପେ ଯୋଗ ଦେଇ ପ୍ରଦୀପ ପ୍ରଜ୍ବଳନ କରି ଶୁଭ ଉଦଘାଟନ କରିଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ମୋନାଲିଶା ଦାସ , ଜିଲ୍ଲା ବିଜ୍ଞାନ ନିରୀକ୍ଷକ ଶ୍ରୀ ଆମ୍ପୋଲୁ ରବି କୁମାର ଓ ସାଲା ଲକ୍ଷ୍ମଣ ରାଓ ସ୍ୱତନ୍ତ୍ର ଅତିଥି ରୂପେ ଯୋଗ ଦେଇଥିଲେ।
ଜେ ଆର୍ ସି ଓ ଶ୍ରୀ ସଂଜୀବ କୁମାର ଦାସଙ୍କ ତତ୍ୱାବଧାନରେ ଜିଲ୍ଲା ସମ୍ପାଦକ ଶ୍ରୀ ସିଦ୍ଧାର୍ଥ ଶଙ୍କର ପାଠୀ , ରାଜ୍ୟ ପୁରସ୍କୃତ ଶିକ୍ଷକ ତଥା ସମ୍ବଳ ସାଧନ କର୍ମୀ ଶ୍ରୀ ସୁବାସ ଚନ୍ଦ୍ର ସାହୁ ଓ ଶ୍ରୀ ପ୍ରହଲ୍ଲାଦ ଶିଅଳ ଓ ୱାଇ.ଧର୍ମା ରାଓ ଯୋଗ ଦେଇ ବିଦ୍ୟାଳୟ ସ୍ତରରେ ପରାମର୍ଶଦାତା ମାନଙ୍କର କର୍ତ୍ତବ୍ୟ ଓ ଭୂମିକା ଜୁନିୟର ରେଡକ୍ରସର କାର୍ଯ୍ୟକ୍ରମ , ପ୍ରାଥମିକ ଚିକିତ୍ସାର ଉପଯୋଗ ସମ୍ପର୍କରେ ଶିକ୍ଷା ଦାନ ଦେଇଥିଲେ।
ସମସ୍ତ ବିଦ୍ୟାଳୟ ମାନଙ୍କରେ ଜୁନିୟର ରେଡ଼କ୍ରସ ୟୁନିଟ ଖୋଲି ଛାତ୍ର ଛାତ୍ରୀ ମାନଙ୍କୁ ସଂଶ୍ଲିଷ୍ଟ କରାଇବା ପାଇଁ ଅତିଥି ମାନଙ୍କର ମତ ପ୍ରକାଶ ପାଇଥିଲା। ବରିଷ୍ଠ କ୍ରୀଡା ଶିକ୍ଷକ ସାଲା ଲକ୍ଷ୍ମଣ ରାଓଙ୍କ ଜୀବନ ବ୍ୟାପି ଜୁନିୟର ରେଡ଼କ୍ରସରେ ଯୋଗଦାନ ପାଇଁ ଜିଲ୍ଲା ଜୁନିୟର ରେଡ଼କ୍ରସ ତରଫରୁ ତାଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ବିଦ୍ୟାଳୟର ସମସ୍ତ ଶିକ୍ଷକ କର୍ମଚାରୀ ସହଯୋଗ କରିଥିଲେ I ଜିଲ୍ଲା ସମ୍ପାଦକ ଶ୍ରୀ ସିଦ୍ଧାର୍ଥ ଶଙ୍କର ପାଠୀ ଉପସ୍ଥିତ ସମସ୍ତଙ୍କୁ ଧନ୍ୟବାଦ ଜ୍ଞାପନ କରିଥିଲେ।

0
0
0
s2sdefault