ପୁରୀ (ଅନିମେଶ ପଟ୍ଟନାୟକ): ପୋଲିସ ଗୁଳିରେ ଆହତ ହୋଇଛି କୁଖ୍ୟାତ ପିନୁ, ଓରଫ ପିନାକୀ ବରାଳ । ବାସେଳୀ ସାହି ଥାନା ଅଧିନ ଶଙ୍କରେଶ୍ୱର ମନ୍ଦିର ଜଙ୍ଗଲରେ ପୋଲିସ କରିଛି ଏନକାଉଣ୍ଟର।
ସୂଚନା ମୁତାବକ ପିନୁ ପୁରୀରେ କୌଣସି ଅପରାଧ ଘଟାଇବାର ଯୋଜନା କରିବାର ଖବର ବାସେଳୀସାହି ପୋଲିସ ପାଇଥିଲା । ଥାନା ଅଧିକାରୀ ମାନସ ବାରିକ ନିଜ ଟିମ ନେଇ ପିନୁକୁ ଧରିବାକୁ ଉଦ୍ୟମ କରିଥିଲେ । ଶଙ୍କରେଶ୍ୱର ଜଙ୍ଗଲରେ ପିନୁ ଓ ପୋଲିସ ମଧ୍ଯରେ ଗୁଳି ବିନିମୟ ହୋଇଥିଲା । ଫଳରେ ପୋଲିସର ଗୁଳି ପିନୁ ର ବାମ ଗୋଡରେ ବାଜିଥିଲା । ପୋଲିସ ପାନୁକୁ କାବୁ କରି ଚିକିତ୍ସା ପାଇଁ ଜିଲ୍ଲା ମୁଖ୍ଯ ଚିକିତ୍ସାଳୟରେ ଭର୍ତ୍ତି କରିଥିଲା । ପିନୁ ନାଁରେ ବିଭିନ୍ନ ଥାନାରେ ୧୧ରୁ ଉର୍ଦ୍ଧ୍ବ ମାମଲା ରହିଛି । ତେବେ ପିନୁଠାରୁ ପୋଲିସ ଗୋଟିଏ ବନ୍ଧୁକ, ଦୁଇଟି ଗୁଳି ଓ ଏକ ବାଇକ୍ ଜବତ କରିଥିବା ସୂଚନା ରହିଛି ।








