ହେଡଲାଇନସ୍:

ଓଡ଼ଗାଁ ଏନଏସିରୁ ହଟିଲା ବଡ ଜବରଦଖଲ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଓଡ଼ଗାଁ, ୨୪।୮(ଶ୍ରୀକାନ୍ତ କୁମାର ମିଶ୍ର): ଓଡ଼ଗାଁ କଲେଜ ରୋଡ଼ ଅନ୍ତର୍ଗତ ଦଲକ ମୌଜାର ବିଏସ ଏନ୍ ଏଲ ସ୍ଥାୟୀ ଅଫିସ ପାର୍ଶ୍ବରେ ଅବସ୍ଥିତ ୩୦ ଡ଼ିସିମିଲ ଜବରଦଖଲ ସ୍ଥାନରୁ ଓଡ଼ଗାଁ ଏନ୍ ଏସି ବୁଧବାର ଜବରଦଖଲ ହଟାଇବା ପ୍ରକ୍ରିୟା ଆରମ୍ଭ କରିଥିବା ବେଳେ ଗୁରୁବାର ସମ୍ପୁର୍ଣ୍ଣ କରିଛି । ବୁଧବାର ସନ୍ଧ୍ୟାସୁଧା ପ୍ରଶାସନ ପ୍ରାୟ ୬୦ ଭାଗ ଅଂଶକୁ ଅକ୍ତିଆରକୁ ଆଣିଥିବା ବେଳେ ଗୁରୁବାର ସକାଳେ ଅବଶିଷ୍ଟ ୪୦ ଭାଗ ସ୍ଥାନରେ ଥିବା ପକ୍କା ଘରକୁ ଭାଙ୍ଗି ଦଖଲକୁ ଆଣିଥିଲା । ଏନ୍ଏସି କର୍ତ୍ତୃପକ୍ଷ ନିଜ ଅକ୍ତିଆରକୁ ଆଣିଥିବା ସ୍ଥାନରେ ଖୁବଶୀଘ୍ର ତାରବାଡ ଦେଇ ଆବଦ୍ଧ କରିବେ ବୋଲି କାର୍ଯ୍ୟନିର୍ବାହୀ ଅଧିକାରୀ ସନ୍ତୋଷ କୁମାର ଜେନା କହିଛନ୍ତି । ଏହି ଉଚ୍ଛେଦ କାର୍ଯ୍ୟରେ ୨ଜେସିବି ସହିତ ଗୋଟିଏ ହିଟାଚି କାର୍ଯ୍ୟ କରିଥିଲା । ଉଚ୍ଛେଦ ସ୍ଥଳରେ ତହସିଲଦାର ଅନିଲ କୁମାର ଆଚର୍ଯ୍ୟ, ଅତିରିକ୍ତ ତହସିଲଦାର ନିରଞ୍ଜନ ନାୟକ, ଆଦର୍ଶ ଥାନା ଆଇଆଇସି ରଶ୍ମି ରଞ୍ଜନ ସାହୁ ଏବଂ ଏନଏସି ଓ ସଂସଦ ତହସିଲ କର୍ମଚାରୀ ଉପସ୍ଥିତ ରହିଥିବା ବେଳେ ଆଇନ ଶୃଙ୍ଖଳା ରକ୍ଷା କରିବା ପାଇଁ ୧ ପ୍ଳାଟୁନ ପୋଲିସ ଫୋର୍ସ ମୁତୟନ ରହିଥିଲେ ।

0
0
0
s2sdefault