ଓଡ଼ଗାଁ,୨୪।୮(ଶ୍ରୀକାନ୍ତ କୁମାର ମିଶ୍ର): ଉଚ୍ଚଶିକ୍ଷା ବିଭାଗ ଆଂଚଳିକ ନିର୍ଦ୍ଦଶିକା ଦେବଦତ୍ତା ଶତପଥୀ ଗୁରୁବାର ଅଚାନକ ଓଡ଼ଗାଁ ରଘୁନାଥ ସମବାୟ ମହାବିଦ୍ୟାଳୟ ପରିଦର୍ଶନ କରିବା ସହିତ ସ୍ବଛତା ଓ ପରିମଳ ସମ୍ପର୍କରେ ଅନୁଧ୍ୟାନ କରି ଫେରିଥିବା ଜଣାପଡିଛି । ସୂଚନା ଅନୁଯାୟୀ, କିଛିଦିନ ତଳେ ମହାବିଦ୍ୟାଳୟର ଛାତ୍ରଛାତ୍ରୀମାନେ କଲେଜ ପରିସରରେ ଶୈାଚାଳୟ ଓ ପରିଶ୍ରାଗାର ନଥିବା ନେଇ ଅଭିଯୋଗ କରିଥିଲେ । ଅଭିଯୋଗକୁ ଭିତି କରି ଆଜି ନିର୍ଦ୍ଦେଶିକା ଦେବଦତ୍ତା ଶତପଥୀ ଅଚାନକ ମହା ବିଦ୍ୟାଳୟରେ ପହଂଚି ସମସ୍ତ ଶୈାଚାଳୟ ଓ ପରିଶ୍ରାଗାର ଗୁଡ଼ିକ ତଦାରଖ କରିଥିଲେ। କଲେଜ ପରିସରରେ ୨୯ ଗୋଟି ଶୈୖାଚାଳୟ ଓ ପରିଶ୍ରାଗାର ସହିତ ୨୦ଟି ଗାଧୁଆ ଘର ରହିଥିବା ସେ ଜାଣିବାକୁ ପାଇ ସନ୍ତୋଷ ପ୍ରକଟ କରିଥିବା ବେଳେ ସେଗୁଡ଼ିକର ନବୀକରଣ ଚାଲିଥିବା ସମୟରେ ଛାତ୍ରଛାତ୍ରୀ ମାନେ ଏହି ଅଭିଯୋଗ କରିଥିବା ଅଧ୍ୟକ୍ଷ ରାଜକିଶୋର ସାହୁ କହିଥିଲେ । ଏଥିରେ ଅଧ୍ୟାପକ ସୁକାନ୍ତ କୁମାର ସାହୁ, ପ୍ରଦୀପ୍ତ କୁମାର ବିଶ୍ବାଳ, ପଦ୍ମନାଭ ମହାପାତ୍ର ଏବଂ ଅନ୍ୟ କର୍ମଚାରୀମାନେ ଉପସ୍ଥିତରହି ସହଯୋଗ କରିଥିଲେ । ପରେ ନିର୍ଦ୍ଦଶିକା ଦୁତୀକେଶ୍ବର ମହାଦେବ ମନ୍ଦିର ଓ ରଘୁନାଥ ମନ୍ଦିର ପରିଦର୍ଶନ କରି ଫେରିଥିଲେ।
ରାଜ୍ୟ
ଓଡ଼ଗାଁ କଲେଜ ପରିଦର୍ଶନ କଲେ ଉଚ୍ଚଶିକ୍ଷା ବିଭାଗ ଆଂଚଳିକ ନିର୍ଦ୍ଦେଶିକା
- Hits: 338








