ପ୍ରଧାନମନ୍ତ୍ରୀ ଆବାସ ଯୋଜନା ରେ ଘୋଟାଲା, ପଞ୍ଚାୟତ ଅଧିକାରୀ ମାଲେମାଲ !!!

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 


ଦୁର୍ନୀତି ଅଭିଯୋଗ ଉପରେ ତଦନ୍ତ କରି ଯୋଗ୍ୟ ହିତାଧିକାରୀଙ୍କୁ ଆବାସ ପ୍ରଦାନ କରିବାକୁ ଦାବି

ଯାଜପୁର, (ବାଞ୍ଚାନିଧି ସାହୁ)ଯାଜପୁର ଜିଲ୍ଲା ବରୀ ବ୍ଲକ ରେ ପ୍ରଧାନମନ୍ତ୍ରୀ ଆଭାସ ଯୋଜନାରେ ବଡଧରଣର ଘୋଟାଲା ହୋଇଛି, ଏଥିରେ କେତେ ଜଣ ପଞ୍ଚାୟତ ଅଧିକାରୀ ମାଲେମାଲ ହେଉଥିବା ଘଟଣା ପଦାକୁ ଆସିଛି | ଏନେଇ ଗୋଷ୍ଠୀ ଉନ୍ନୟନ ଅଧିକାରିଣୀ ଙ୍କ ନିକଟରେ ଅଭିଯୋଗ ପହଁଞ୍ଚିଛି, ଏହି ଅଭିଯୋଗ କୁ ତଦନ୍ତ କରିବେ ବୋଲି ସୂଚନା ମିଳିଛି | ଏହି ଯୋଜନାରେ କୋଠା ଘର ନଥିବା ଗରିବ ଶ୍ରେଣି ର ହିତାଧିକାରୀ ମାନଙ୍କୁ ସରକାରୀ ନିୟମ ଅନୁଯାଇ ଘର ଟିଏ ଯୋଗାଇ ଦେବା ପାଇଁ କେନ୍ଦ୍ର ସରକାର ଯୋଜନା କରିଛନ୍ତି | କିନ୍ତୁ ଏହି ଯୋଜନା ରେ ଏହି ବ୍ଲକ ରେ ଘୋଟାଲା ହେବାରେ ଲାଗିଛି,ପ୍ରକୃତ ହିତାଧିକାରୀ ଙ୍କ ପାଖରେ ଘର ପହଞ୍ଚି ପାରୁନାହିଁ ବୋଲି ଅଭିଯୋଗ ହୋଇଛି | ମୋଟା ଅଙ୍କ ରେ ଅଧିକାରୀ ଅଙ୍କ କୁ ହାତେଇ ନେଇ କୋଠା ଘର ଥିବା ହିତାଧିକାରୀ ଙ୍କୁ ଘର ଯୋଗାଇ ଦେଉଛନ୍ତି ବୋଲି ଜଣାପଡିଛି | ରମ୍ଫା ଓ ବାଇଁସିରିଆ ପଞ୍ଚାୟତ ରେ ଏଭଳି ଘଟଣା ପଦାକୁ ଆସିଛି | ବାଇଁସିରିଆ ପଞ୍ଚାୟତ ସାରଙ୍ଗପୁର ଗ୍ରାମ ର ଝୁନୁ ସାହୁ ଙ୍କ ର ପୂର୍ବ ରୁ 6 ବଖରା କୋଠା ଘର ଅଛି | ଆଉ ଏକ ସ୍ଥାନରେ କୋଠା ଘର ଥିଲାବେଳେ ଏବେ ତାଙ୍କୁ ଫନି ସ୍କିମରେ ଘର ନଷ୍ଟ ହୋଇଯାଇଥିବା ଦର୍ଶାଇ ପୂର୍ବ ରୁ ହୋଇଥିବା ଘରକୁ ଦେଖାଇ ଏକ ଲକ୍ଷ ପାଞ୍ଚ ହଜାର ଟଙ୍କା ହାତେଇ ନେଉଥିବା ଅଭିଯୋଗ ହେଉଛି | 14/7/2023 ରେ ପ୍ରଥମ କିସ୍ତି, ବାବଦରେ 40 ହଜାର, 24/7/2023 ରେ 65 ହଜାର ଟଙ୍କା ଝୁନୁ ସାହୁ ଙ୍କୁ ମିଳିଥିବା ପଞ୍ଚାୟତ ସମିତି ରେକର୍ଡ କହୁଛି | ଏବାବଦରେ ଦାୟିତ୍ଵରେ ଥିବା ଅଧିକାରୀ ଅଦ୍ୟାବଧି 40 ହଜାର ଟଙ୍କା କୁଜି ନେତା ଜରିଆରେ ହାତେଇ ନେଇଥିବା ଅଭିଯୋଗ ହୋଇଛି | ଏଥିପାଇଁ ଏକ କଚା ଘର କୁ ରେକର୍ଡ ରେ ଦର୍ଶାଯାଇଛି | ଏଭଳି ଘର ଏ ପଞ୍ଚାୟତ ଭିତରେ ନଥିବା ଜଣାପଡିଛି | ଏହି ହିତାଧିକାରୀ ଆହୁରି ଆବାସ ଯୋଜନା ରେ ଅର୍ଥ ପାଇବା ପାଇଁ ପ୍ରସ୍ତୁତି ଚାଲିଛି | ସେହିପରି ରମ୍ଫା ପଞ୍ଚାୟତ ରେ ଏହି ଯୋଜନା ରେ ଘୋଟାଲା ହୋଇଛି, ପ୍ରକୃତ ହିତାଧିକାରୀ ମାନଙ୍କୁ ଘର ମିଳୁ ନଥିବା ବେଳେ କୁଜି ଙ୍କ ଜରିଆରେ ମୋଟା ଅଙ୍କ ଅଧିକାରୀ ଙ୍କ ନିକଟରେ ପହଞ୍ଚିଲା ପରେ ଥିଲା ବାଲା ଙ୍କୁ ଘର ମିଳିଯାଉଛି | ଏନେଇ ବାଇଁସିରିଆ ପଞ୍ଚାୟତ ଦାୟିତ୍ଵରେ ଥିବା ଜି ଆର ଏସ୍ ଙ୍କୁ ପଚାରିବାରୁ "ମୋର ଦସ୍ତଖତ ନାହିଁ "ବୋଲି କହିଛନ୍ତି | ପଞ୍ଚାୟତ ଅଧିକାରୀଙ୍କୁ ପଚାରିବାରୁ "ସାକ୍ଷାତ ହେଲେ କହିବି" ବୋଲି କହିଛନ୍ତି | ଖାଲି ଏ ଦୁଇ ପଞ୍ଚାୟତ ନୂହେଁ ବରୀ ବ୍ଲକ ର ଆହୁରି 27 ପଞ୍ଚାୟତ ରେ ଏଭଳି ଘୋଟାଲା ହେଉଥିବା ଅଭିଯୋଗ ହୋଇଛି, ବିଡିଓ ନମିତା ବାରିକଙ୍କୁ ପଚାରିବାରୁ "ପଞ୍ଚାୟତ ଅଧିକାରୀଙ୍କୁ ପଚାରି ଥିଲି | ସେ ହିତାଧିକାରୀର ଲିଷ୍ଟ ରେ ନାଁ ଥିଲା ବୋଲି କହୁଛନ୍ତି, ତଥାପି ତଦନ୍ତ କରିବି" ବୋଲି କହିଛନ୍ତି |

0
0
0
s2sdefault