ଉଦୟନାଥ ପଣ୍ଡା (ଭଞ୍ଜନଗର): ଗଞ୍ଜାମ ଜିଲ୍ଲା,ଭଞ୍ଜନଗର ଅବକାରୀ ବିଭାଗ, ଆଜି ୨୪/୦୮/୨୦୨୩ ରେ ଅଚାନକ ଚଢ଼ାଉ କରି ଭଞ୍ଜନଗର ଓ ଆଖପାଖ ଅଞ୍ଚଳ ରେ କିଛି ଦେଶୀ ମଦ ପ୍ରସ୍ତୁତ ଓ ବିକ୍ରେତା ଙ୍କୁ ଗିରଫ କରିବା ସହ ଦେଶୀ ହାତ ରନ୍ଧା ମହୁଲି ମଦ ଓ ବାହାର ଭାଟି ମଦ ଜବତ କରିଛନ୍ତି। ଏଥି ସହ ତିନି ଜଣ ବ୍ୟକ୍ତି ଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି ।ଆସାମୀ ମାନେ ହେଲେ ଶଙ୍କର ବିଷୋୟୀ , ବୟସ ୩୧ ଗ୍ରାମ ଅଢ଼େଇ ଗାଁ, ପବିତ୍ର ନାୟକ , ବୟସ ୩୮ ଗ୍ରାମ ଗାଙ୍ଗପୁର, ରାଜେନ୍ଦ୍ର ପାତ୍ର , ବୟସ ୨୨ ଗ୍ରାମ ଜିଲୁଣ୍ଡି। ସେମାନଙ୍କ ଠାରୁ ୧୦୦ ଲିଟର ହାତ ରନ୍ଧା ମଦ ଓ ୭୦ ଲିଟର ବାହାର ଭାଟି ମଦ ଜବତ ହୋଇଛି। ଏହି ଅବକାରୀ ଚଢ଼ାଉ ରେ ଅବକାରୀ ଥାନା ନିରିକ୍ଷକ ଶ୍ରୀ ଅଂଶୁମାନ ଜେନା, ଉପ ନିରିକ୍ଷକ ଅଲିଭା ମାଝୀ ଏ.ଏସ.ଆଇ ଶ୍ରୀ ନିରଞ୍ଜନ ବେହେରା ଓ ଭୁବନି ବେହେରା ସହ ସନାତନ ନାହାକ,ସୁବଳ ପ୍ରଧାନ, ଜଗନ୍ନାଥ ମହାପାତ୍ର, କୃଷ୍ଣ ଚନ୍ଦ୍ର ସେଠୀ, ସ୍ୱାଧୀନ ସାହୁ ସାମିଲ ଥିଲେ।
ରାଜ୍ୟ
ଭଞ୍ଜନଗର ଅବକାରୀ ବିଭାଗ ର ଧରପଗଡରେ ୩ ଗିରଫ ଓ ବହୁ ଦେଶୀ ମଦ ଜବତ
- Hits: 840








