ଡ଼ିମିରିମୁଣ୍ଡା ଗ୍ରାମ ବାଲ୍ୟବିବାହ ମୁକ୍ତ ଘୋଷଣା

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଜମନକିରା/ ଲିପନ ନାୟକ : ଜମନକିରା ବ୍ଲକ ଡ଼ିମିରିମୁଣ୍ଡା ଗ୍ରାମ ପଞ୍ଚାୟତର ଡ଼ିମିରିମୁଣ୍ଡା ଗ୍ରାମକୁ ବାଲ୍ୟ ବିବାହ ମୁକ୍ତ ଗ୍ରାମ ଭାବରେ ଜମନକିରା ସମନ୍ୱିତ ଶିଶୁ ବିକାଶ ପ୍ରକଳ୍ପ କାର୍ଯ୍ୟାଳୟ ତରଫରୁ ଘୋଷଣା କରାଯାଇଛି l ଏହି ଅବସରରେ ପଞ୍ଚାୟତ ଉଚ୍ଚ ବିଦ୍ୟାଳୟ ଭାତପୁରାର ସହକାରୀ ଶିକ୍ଷକ ସୁବ୍ରତ କୁମାର ପଣ୍ଡା,କ୍ଷେତ୍ର ପରିଚାଳିକା ମିନା ନାୟକ,ସ୍ୱାସ୍ଥ୍ୟ କର୍ମୀ ନରୋତ୍ତମ ସାହୁ, ସିଏଚଓ ଡିଲେଶ୍ଵରୀ ନାଏକ, ସିଆରପି ମଞ୍ଜୁଲତା ବେହେରା, ଆଶା କର୍ମୀ ଜ୍ୟୋତି ମହାକୁଳ, ଦୀପ୍ତି ମହାକୁଳ, ଅଙ୍ଗନବାଡି କର୍ମୀ ହେମଗିରି ଧୁରୁଆ ଏବଂ ସୁରତି କିସାନ ଏବଂ ଚାଇଲଡ ଲାଇନ କର୍ମୀ ଉପସ୍ଥିତ ଥିଲେ l ଏହି ଅବସରରେ କ୍ଷେତ୍ର ପରିଚାଳିକା ଗତ ଦୁଇ ବର୍ଷ ମଧ୍ୟରେ କାର୍ଯ୍ୟାଳୟର ସର୍ବେକ୍ଷଣ ଅନୁଯାୟୀ ଏହି ଗ୍ରାମରେ ବାଲ୍ୟ ବିବାହ କରାଯାଇ ନ ଥିବାର ଉପସ୍ଥିତ ସମସ୍ତଙ୍କୁ ଅବଗତ କରିଥିଲେ l ଏହା ସହିତ ଜନ ସଚେତନତା ସଭା କରାଯାଇଥିବା ବେଳେ ବାଲ୍ୟ ବିବାହ ଏକ କୁସଂସ୍କାର ପ୍ରଥା ହୋଇଥିବା ବେଳେ ଅମାନବିକ ଚିନ୍ତା ଧାରା ବୋଲି ସହକାରୀ ଶିକ୍ଷକ ଉପସ୍ଥିତ ସଭାରେ ମତ ବ୍ୟକ୍ତ କରିଥିଲେ l ଡ଼ିମିରିମୁଣ୍ଡା ଗ୍ରାମକୁ ବାଲ୍ୟ ବିବାହ ମୁକ୍ତ ଗ୍ରାମ ବୋଲି ଘୋଷଣାକୁ ସମନ୍ୱିତ ଶିଶୁ ବିକାଶ କାର୍ଯ୍ୟାଳୟ ତରଫରୁ ଏହା ଏକ ସ୍ୱାଗତ ଯୋଗ୍ୟ ପଦକ୍ଷେପ ବୋଲି ମଧ୍ୟ କହିଥିଲେ l ଏହା ସହିତ ବାଲ୍ୟ ବିବାହର କୁପରିଣାମ, ଦଣ୍ଡ ବିଧାନ ସମ୍ବନ୍ଧରେ ଚାଇଲଡ ଲାଇନ କର୍ମୀ ଅବଗତ କରିଥିଲେ l ଏହି ଅବସରରେ ବାଲ୍ୟ ବିବାହ ନିରାକରଣ ନିମନ୍ତେ ଏକ ଶପଥ ପାଠ କରାଯାଇଥିଲା l ଏଥିରେ ଛାତ୍ର ଛାତ୍ରୀ, ଗ୍ରାମର ସ୍ୱୟଂ ସହାୟକ ଗୋଷ୍ଠୀର ଉପସ୍ଥିତ ଥିଲେ l

0
0
0
s2sdefault