ହେଡଲାଇନସ୍:

ସଂଯୁକ୍ତା ପାଣିଗ୍ରାହୀଙ୍କ ୭୯ତମ ଜୟନ୍ତୀ ପାଳିତ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଭୁବନେଶ୍ୱର ତା.୨୪.୦୮.୨୦୨୩- ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଆନୁକୂଲ୍ୟରେ ସୁପ୍ରସିଦ୍ଧ ଓଡିଶୀ ନୃତ୍ୟାଙ୍ଗନା ସଂଯୁକ୍ତା ପାଣିଗ୍ରାହୀଙ୍କ ୭୯ତମ ଜୟନ୍ତୀ ପାଳିତ ହୋଇଛି । ଏହି ଅବସରରେ ଭୁବନେଶ୍ୱରସ୍ଥିତ ଗୁରୁ କେଳୁଚରଣ ଓଡିଶୀ ଗବେଷଣା କେନ୍ଦ୍ର ପରିସରସ୍ଥ ତାଙ୍କ ପ୍ରତିମୂର୍ତ୍ତିସ୍ଥଳୀରେ ଆଜି ପ୍ରତ୍ୟୁଷରେ ପୁଷ୍ପମାଲ୍ୟ ପ୍ରଦାନ ସହ ଦୀପଦାନ କରାଯାଇ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଅଛି ।

ଏହି କାର୍ଯ୍ୟକ୍ରମରେ ବିଧାୟକ ପ୍ରଫୁଲ୍ଲ ସାମଲ, ପ୍ରବୀର ମହାନ୍ତି, ସମାଜସେବୀ ଗିରିଜା ଶଙ୍କର ମହାପାତ୍ର, କବିତା ନାୟକ, ସ୍ମୃତିରେଖା ପ୍ରତିହାରୀ, ଜୟଗୁରୁ ପ୍ରଧାନ, ଜ୍ୟୋତିରାଣୀ ନାୟକ ଓ ନୀଳିମା ପ୍ରଧାନ ପ୍ରମୁଖ ଯୋଗଦେଇ ନିଜ ବକ୍ତବ୍ୟରେ ସଂଯୁକ୍ତା ପାଣିଗ୍ରାହୀଙ୍କ ବହୁମୁଖୀ ପ୍ରତିଭା ସମ୍ପର୍କରେ ଆଲୋକପାତ କରିବା ସହ ଗୁରୁ କେଳୁଚରଣ ମହାପାତ୍ରଙ୍କ ଠାରୁ ଓଡିଶୀ ନୃତ୍ୟ ଶିକ୍ଷା କରି ନିଜ ନୃତ୍ୟ ପ୍ରତିଭା ବଳରେ ସେ ଓଡିଶୀ ନୃତ୍ୟକୁ ବିଶ୍ୱର କୋଣ ଅନୁକୋଣରେ ପରିବେଷଣ କରି ଲୋକପ୍ରିୟ କରିପାରିଥିଲେ ବୋଲି କହିଥିଲେ । ଏଥିପାଇଁ ସେ ବହୁତ ସମ୍ନାନର ଅଧିକାରୀ ହୋଇଥିଲେ । ଓଡିଶୀ ନୃତ୍ୟ ଓ ଓଡ଼ିଆ ଭାଷା ଶାସ୍ତ୍ରୀୟ ମାନ୍ୟତା ପାଇଥିବାବେଳେ ଓଡିଶୀ ଗୀତକୁ ଶାସ୍ତ୍ରୀୟ ମାନ୍ୟତା ପ୍ରଦାନ କରାଯିବା ଆବଶ୍ୟକ ବୋଲି ମତଦେଇ ଅତିଥି ମାନେ ଭକ୍ତିପୂତ ସମ୍ମାନ ଜଣାଇଥିଲେ ।

ବିଭାଗୀୟ ସ୍ୱତନ୍ତ୍ର କର୍ତ୍ତବ୍ୟରତ ଅଧିକାରୀ ଲଷ୍ମୀଧର ବେହେରା କାର୍ଯ୍ୟକ୍ରମ ସଂଯୋଜନା କରିଥିବା ବେଳେ ଓଡିଶା ପ୍ରତ୍ନତତ୍ତ୍ୱ ସଂସ୍ଥାର ଅଧିକ୍ଷକ ଅଶ୍ୱିନୀ ଶତପଥୀ ଧନ୍ୟବାଦ ଅର୍ପଣ କରିଥିଲେ ।

0
0
0
s2sdefault