ହେଡଲାଇନସ୍:

ସେପ୍ଟେମ୍ବର ୯ରେ କେନ୍ଦ୍ରାପଡ଼ାରେ ରାଷ୍ଟ୍ରୀୟ ଲୋକ ଅଦାଲତ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଭୁବନେଶ୍ୱର, (ଶାସକ ପ୍ରଶାସକ): କେନ୍ଦ୍ରାପଡ଼ା ଜିଲ୍ଲା ଆଇନସେବା ପ୍ରାଧିକରଣ ଆନୁକୂଲ୍ୟରେ ଆସନ୍ତା ସେପ୍ଟେମ୍ବର ୯ ତାରିଖରେ ରାଷ୍ଟ୍ରୀୟ ଲୋକ ଅଦାଲତ ଆୟୋଜିତ ହେବ । ଏହି ଅବସରରେ ଜିଲ୍ଲାରେ ବିଚାରଧୀନ ଥିବା ଅନେକ ମାମଲାର ଶୁଣାଣି କରାଯିବ । ଦେଓ୍ୱାନୀ ଫୌଜଦାରୀ ମାମଲା ସମେତ ଅପରାଧିକ ମାମଲା, ପାରିବାରିକ ଓ ବୈବାହିକ ମାମଲା, ଜମି ଅଧିଗ୍ରହଣ, ଖାଉଟି ମାମଲା, ରାଜସ୍ୱ ଓ ଶ୍ରମ ସମ୍ବନ୍ଧୀୟ ମାମଲା, ପୈଠ ହୋଇ ନଥିବା ବିଦ୍ୟୁତ ଓ ଜଳ ବିଲ୍ ମାମଲା ଇତ୍ୟାଦିର ସମାଧାନ କରାଯିବ । ଜିଲ୍ଲା ସିଭିଲକୋର୍ଟ ପରିସରରେ ଆୟୋଜିତ ହେବାକୁ ଥିବା ଏହି ରାଷ୍ଟ୍ରୀୟ ଲୋକ ଅଦାଲତରେ ଜନସାଧାରଣ ଉପସ୍ଥିତ ରହିବାକୁ ଜିଲ୍ଲା ଆଇନ ସେବା ପ୍ରାଧିକରଣ ପକ୍ଷରୁ ଅନୁରୋଧ କରାଯାଇଛି ।

0
0
0
s2sdefault