ଭୁବନେଶ୍ୱର, ଅଗଷ୍ଟ ୨୪ : ଏକ ମାସ ଶିଶୁ କନ୍ୟାର ଶରୀରରେ ଇନ୍ଗୁଇନାଲ୍ ହାର୍ନିଆର ଲାପ୍ରୋସ୍କୋପିକ୍ ପଦ୍ଧତିରେ ସଫଳତାର ସହ ଅସ୍ତ୍ରୋପଚାର କରିବାରେ ସକ୍ଷମ ହୋଇପାରିଛନ୍ତି ସମ୍ ଅଲ୍ଟିମେଟ ମେଡିକେୟାରର ପେଡିଆଟି୍ରକ୍ ସର୍ଜନ୍ ।
“ଏଭଳି ଅସ୍ତ୍ରୋପଚାର ଆମେ ନିୟମିତ ହସ୍ପିଟାଲରେ କରୁଛୁ ତେବେ ଶିଶୁଟିର ଓଜନ ମାତ୍ର ୩ କେଜି ହୋଇଥିବାରୁ ଲାପ୍ରୋସ୍କୋପିକ୍ ସର୍ଜରୀ ଏକ ବଡ଼ ଆହ୍ୱାନ ଥିଲା” ବୋଲି ଏହି ଅସ୍ତ୍ରୋପଚାର ଟିମର ନେତୃତ୍ୱ ନେଇଥିବା ସମ୍ମମ୍ର କନ୍ସଲ୍ଟାଂଟ ସର୍ଜନ ପ୍ରଫେସର(ଡାକ୍ତର) ଅନ୍ତର୍ଯ୍ୟାମୀ ପ୍ରଧାନ କହିଛନ୍ତି ।
ହସ୍ପିଟାଲ୍ରେ ବର୍ତମାନ ସୁଦ୍ଧା ଲାପ୍ରୋସ୍କୋପିକ୍ ପଦ୍ଧତିରେ ଅସ୍ତ୍ରୋପଚାର କରିବାରେ ଏହି ଶିଶୁ କନ୍ୟାଟି ସବୁଠାରୁ କମ୍ ବୟସ୍କ ରୋଗୀ ବୋଲି କହିବା ସହ ତା’ର ଅଭିଭାବକମାନେ ଏହି ଅସ୍ତ୍ରୋପଚାର ପାଇଁ ପ୍ରଥମେ ଭୟଭୀତ ଥିବା ବେଳେ ଏବେ ସେମାନେ ଖୁବ୍ ଖୁସି ଅଛନ୍ତି ଏବଂ ଶିଶୁଟି ହସ୍ପିଟାଲ୍ରୁ ଡିସ୍ଚାର୍ଜ ହୋଇସାରିଛି ବୋଲି ପ୍ରଫେସର (ଡାକ୍ତର) ପ୍ରଧାନ କହିଛନ୍ତି ।
ଅସ୍ତେ୍ରାପଚାର ନିମନ୍ତେ ଅପରେସନ୍ ଥିଏଟରରେ ସୁରକ୍ଷିତ ନିଶ୍ଚେତକ ପ୍ରୟୋଗ ଓ ଅତ୍ୟାଧୁନିକ ସୁବିଧା ସୁଯୋଗ ଥିବାରୁ ନବଜାତ ଶିଶୁମାନଙ୍କର ଅସ୍ତେ୍ରାପଚାର ବିନା କୌଣସି ସମସ୍ୟାରେ ହୋଇପାରୁଛି ବୋଲି ସେ କହିଛନ୍ତି । ଲାପ୍ରୋସ୍କୋପିକ୍ ପଦ୍ଧତିରେ କମ୍ କଷ୍ଟ ଅନୁଭବ ହେବା ସହ ରୋଗୀ ଶୀଘ୍ର ଆରୋଗ୍ୟ ଲାଭ କରିପାରୁଛିି ଏବଂ ଅସ୍ତେ୍ରାପଚାରର ଗୋଟିଏ ଦିନ ପରେ ରୋଗୀଙ୍କୁ ହସ୍ପିଟାଲ୍ରୁ ଡିସ୍ଚାର୍ଜ କରାଯାଇପାରୁଛି ବୋଲି ପ୍ରଫେସର (ଡାକ୍ତର) ପ୍ରଧାନ କହିଛନ୍ତି ।
ଅସ୍ତ୍ରୋପଚାର ନିମନ୍ତେ ଆନେସ୍ଥେସିଓଲୋଜିଷ୍ଟ ଡାକ୍ତର ଦୀପଙ୍କର ପଢ଼ିହାରୀ ଓ ଡାକ୍ତର ଭବାନୀ ପତି ସହଯୋଗ କରିଥିବା ବେଳେ ଶିଶୁରୋଗ ବିଶେଷଜ୍ଞ ଡାକ୍ତର ପ୍ରଦୀପ କୁମାର ଦେ, ଡାକ୍ତର ଅଜୟ ଗାହାଣ, ଏନ୍ଆଇସିୟୁ ଷ୍ଟାଫ୍, ଫାର୍ମାସିଷ୍ଟ ଓ ଅନ୍ୟ ଓଟି କର୍ମଚାରୀମାନେ ଶିଶୁଟିର ଚିକିତ୍ସାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ ବୋଲି ସେ କହିଥିଲେ ।
ଜଟିଳ ଅସ୍ତ୍ରୋପଚାର ଗୁଡ଼ିକୁ ଉତମ ରୂପେ ସମ୍ପାଦନ କରିବାରେ ସମ୍ମମର ସିଇଓ ଡକ୍ଟର ଶ୍ୱେତପଦ୍ମା ଦାଶ ଓ ଚିଫ୍ ଅଫ୍ ମେଡିକାଲ୍ ସର୍ଭିସେସ୍ ବି୍ରଗେଡିୟର (ଡାକ୍ତର) ବିରାଜ ମୋହନ ମିଶ୍ରଙ୍କ ସହଯୋଗ ନିମନ୍ତେ ଧନ୍ୟବାଦ ଦେଇଛନ୍ତି ପ୍ରଫେସର ପ୍ରଧାନ ।
ରାଜ୍ୟ
ଏକ ମାସ ଶିଶୁ ଶରୀରରେ ସଫଳ ଲାପ୍ରୋସ୍କୋପିକ୍ ସର୍ଜରୀ କଲେ ସମ୍ମମ୍ ସର୍ଜନ୍
- Hits: 519








