ତିନି ଦାନ ବାକ୍ସ ଚୋରି ସହିତ ଲୁହା ଲକର ଭାଙ୍ଗି ଟଙ୍କା ନେଇଗଲେ ଚୋର
ବରଗଡ :- ପଶ୍ଚିମ ଓଡିଶାର ପ୍ରସିଦ୍ଧ ତୀର୍ଥକ୍ଷେତ୍ର ଶ୍ରୀ ଶ୍ରୀ ନୃସିଂହନାଥ ମହାପ୍ରଭୁଙ୍କ ଙ୍କର ମନ୍ଦିର ଏକ ବଡ ଧରଣର ଚୋରି ଘଟଣା ସମାନକୁ ଆସିଛି । ଆଜି ସକାଳେ ପୂଜକ ମାନେ ମହାପ୍ରଭୁଙ୍କ ଙ୍କର ନୀତି ସମ୍ପାଦନ ପାଇଁ ମଦିର ଖୋଲିବା ପରେ ମନ୍ଦିର ଭିତରେ ରହିଥିବା ଲୁହା ଲକର ( ଦାନ ବାକ୍ସ ) ଟି ସମ୍ପୁର୍ଣ୍ଣ ଭାବରେ ଭଙ୍ଗା ଯାଇଥିବା ଦେଖିବାକୁ ପାଇଥିଲେ । ଏହାପରେ ଆହୁରି ତିନି ଗୋଟି ଦାନ ବାକ୍ସ ଗୟାବ ଥିବା ଜାଣିବା ପରେ ମନ୍ଦିର କର୍ମଚାରୀ ମାନେ ପ୍ରଥମେ ମନ୍ଦିର କାର୍ୟ୍ଯ ନିର୍ବାହୀ ଅଧିକାରୀ ଶ୍ରୀ ପୁରୁଷୋତ୍ତମ ପ୍ରଧାନ ଙ୍କୁ ଘଟଣା ବାବଦରେ ଅବଗତ କରାଇଥିଲେ । ସମସ୍ତ ଘଟଣା ଜାଣିବା ପରେ ଶ୍ରୀ ପ୍ରଧାନ ପାଇକମାଲ ପୋଲିସ କୁ ଘଟଣା ବାବଦରେ ସୂଚନା ପ୍ରଦାନ କରିଥିଲେ । ସୂଚନା ପାଇବା ପରେ ପାଇକମାଲ ପୋଲିସ ମନ୍ଦିର କୁ ପହଂଛି , ପଦ୍ମପୁର ଉପଖଣ୍ଡ ଅରଖୀ ଅଧିକ୍ଷକ ବିଭୁତି ଭୂଷଣ ଭୋଇ ଙ୍କର ଉପସ୍ଥିତି ରେ ତଦନ୍ତ ଆରମ୍ଭ କରିଛି । ମନ୍ଦିର ରେ ଲାଗିଥିବା ସିସି ଟିଭି ରେ ତିନିଜଣ ମୁଖା ପିନ୍ଧା ଲୋକ ଏହି ଚୋରୀ ରେ ସମ୍ପୃକ୍ତ ଥିବା ଦେଖିବାକୁ ମିଳିଛି । ତେବେ ଘଟଣାର ତଦନ୍ତ ପରେ ସବୁକିଛି ସ୍ପଷ୍ଟ ହେବ । ମହାପ୍ରଭୁଙ୍କ ମନ୍ଦିର ଚୋରି ଘଟଣାରେ ସଂପୃକ୍ତ ଦୋଷୀ ମାନଙ୍କୁ ତୁରନ୍ତ ଧରି ଉଚିତ ଓ ଦୃଷ୍ଟାନ୍ତ ମୂଳକ ଦଣ୍ଡ ବିଧାନ ଜାରିବା ପାଇଁ ସାଧାରଣ ଜନତା ଙ୍କର ଦାବି ରହିଛି ।








