ହିଞ୍ଜିଳିକାଟୁରୁ ରଜତ ପଟ୍ଟନାୟକ : ହିଞ୍ଜିଳିକାଟୁ ପୌର ପରିଷଦ ପକ୍ଷରୁ ନିଖିଳ ଭାରତ ସ୍ୱାୟତ୍ତ ଶାସନ ଦିବସ ପାଳନ ଉପଲକ୍ଷେ ମଙ୍ଗଳବାର ଅପରାହ୍ନରେ ଏକ ପ୍ରସ୍ତୁତି ବୈଠକ ପୌର ପରିଷଦର ସଭା କକ୍ଷ ପରିସର ରେ ଅନୁଷ୍ଟିତ ହୋଇଥିଲା l ଗୃହନିର୍ମାଣ ଓ ନଗରଉନ୍ନୟନ ବିଭାଗ ନିର୍ଦ୍ଦେଶ ଅନୁସାରେ ଚଳିତ ବର୍ଷ ହିଞ୍ଜିଳିକାଟୁ ପୌରପରିଷଦ ପକ୍ଷରୁ ସ୍ଵୟତ ଶାସନ ଦିବସ ପାଳନ ଉତ୍ସବ ଆସନ୍ତା ଅଗଷ୍ଟ ୩୧ଓ ସେପ୍ଟେମ୍ୱର ୧ତାରିଖ ୨ଦିନ ଧରି ଆୟୋଜନ ହେବା ସ୍ଥିର ହୋଇଚି l ପୌର ପରିଷଦ କାର୍ଯ୍ଯ ନିର୍ବାହୀ ଅଧିକାରୀ ଜୁବୁଲି ଚରଣ ବେହେରା ଙ୍କ ସଂଯୋଜନା ରେ ଆୟୋଜିତ କାର୍ଯ୍ୟକ୍ରମରେ ପୌରାଧକ୍ଷ୍ୟ ସୁବାଷ ଚନ୍ଦ୍ର ପଲେଇ ପୌରହିତ୍ୟ କରିଥିଲେ l ଗ୍ରୀଟ୍ ଅଧକ୍ଷ ପବିତ୍ର ପାଣିଗ୍ରାହୀ, ନଗର ଯୁବ ସଭାପତି ସଞ୍ଜୟ କୁମାର ପଣ୍ଡା, ନଗର ବିଜେଡି ସଭାପତି ଭୀମସେନ ବେହେରା, ରାଜ୍ୟ ବିଜେଡି ସମ୍ପାଦକ ଶିବରାମ ଗୌଡ଼, ରଜ୍ୟ ବିଜେଡ଼ି ସାଧାରଣ ସମ୍ପାଦକ ଦେବାନନ୍ଦ ମହାପାତ୍ର, ଆସିକା ସାଂସଦ ଙ୍କ ବ୍ୟକ୍ତିଗତ ସଚିବ ନୀଳମଣି ପଟ୍ଟନାୟକ, ପୂର୍ବତନ ନଗରପାଳ ଓ ଗଞ୍ଜାମ ଜିଲ୍ଲା ବିଜେଡ଼ି ଉପସଭାପତି ହୃଦୟା ନନ୍ଦ ମହାପାତ୍ର, ପ୍ରଦୀପ କୁମାର ପଣ୍ଡା, କିରଣ ପଟ୍ଟନାୟକ, ରୋହିତ ବିଷୋୟୀ, ପ୍ୟାରୀମୋହନ ପାଢ଼ୀ,ବସନ୍ତ ବେହେରା, ଶ୍ୟାମଘନ ବେହେରା ସମେତ ପୌର ପରିଷଦର କର୍ମଚାରୀ ଓ ସମସ୍ତ ସାମ୍ବାଦିକ ମାନେ ଉପସ୍ଥିତ ଥିଲେ l ବିଭିନ୍ନ କ୍ଷେତ୍ରରେ ପାରଦର୍ଶିତା ହାସଲ କରିଥିବା ସହରର ବ୍ୟକ୍ତି ବିଶେଷ ଙ୍କୁ ସମର୍ଦ୍ଧନା ଏବଂ ସହର ର ବିଭିନ୍ନ ପ୍ରତିଯୋଗୀତା ରେ କୃତିତ୍ୱ ହାସଲ କରିଥିବା ଛାତ୍ର ଛାତ୍ରୀ ଙ୍କୁ ପୁରସ୍କୃତ କରାଯିବ l ସ୍ଥାନୀୟ ମିନି ଷ୍ଟାଡିୟମରେ ଆୟୋଜିତ ସଭା ଓ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜନ ହେଵ ବୋଲି ସ୍ଥିର ହୋଇଚି l ସ୍ଥାନୀୟ କଳା ଅନୁଷ୍ଠାନ ତରଫରୁ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ ହେବ l ସେହିପରି ବାଇଞ୍ଚବଣିଆ ଡାକବଙ୍ଗଳା ଠାରୁ ମିନି ଷ୍ଟାଡିୟମ ପର୍ଯ୍ୟନ୍ତ ଏକ ପଦଯାତ୍ରା ର ଆୟୋଜନ କରାଯାଇଛି l କାର୍ଯ୍ୟକ୍ରମ କୁ ଅଧିକ ଆକର୍ଷଣୀୟ ଓ ସୁନ୍ଦର ରୂପ ରେ ଆୟୋଜନ କରିବା ପାଇଁ କାର୍ଯ୍ଯ ନିର୍ବାହୀ ଅଧିକାରୀ ସମସ୍ତଙ୍କ ସହଯୋଗ କାମନା କରିଛନ୍ତି
ରାଜ୍ୟ
ହିଞ୍ଜିଳିକାଟୁ ସ୍ୱାୟତ୍ତ ଶାସନ ଦିବସ ପାଳନ ଉପଲକ୍ଷେ ପ୍ରସ୍ତୁତି ବୈଠକ
- Hits: 684








