ହେଡଲାଇନସ୍:

ରାଜ୍ୟର ଶିକ୍ଷା ଭିତ୍ତିଭୂମିର ବିକାଶ ପଦକ୍ଷେପ ପାଇଁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଧନ୍ୟବାଦ ଜ୍ଞାପନ

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଓଡିଶାରେ ଶିକ୍ଷାର ଭିତ୍ତିଭୂମିର ବିକାଶପାଇଁ କେନ୍ଦ୍ର ଶିକ୍ଷା ମନ୍ତ୍ରଣାଳୟ ତରଫରୁ ସୁଯୋଗ ସୃଷ୍ଟି କରାଯାଇଛି। ଗଜପତି ଜିଲ୍ଲାର ସଦର ମହକୁମା ପାରଳାଖେମୁଣ୍ଡିର ମହେନ୍ଦ୍ରଗିରି (ପୌର) ସରକାରୀ ଉଚ୍ଚ ବିଦ୍ୟାଳୟ ଓଡିଶାର ଘୋଷିତ ୧୪ଟି ବିଦ୍ଯାଳୟରୁ ଅନ୍ୟତମ। ୨୦୨୩-୨୪ ବର୍ଷ ଆର୍ଥିକ ଅଟକଳରେ ସମୁଦାୟ ୧୪ କୋଟି ୬୮ ଲକ୍ଷ ଟଙ୍କା ଅଟକଳ ଅନୁମୋଦିତ ହୋଇଛି। ମହେନ୍ଦ୍ରଗିରି(ପୌର)ସରକାରୀ ଉଚ୍ଚ ବିଦ୍ୟାଳୟ ପାଇଁ ୭୦ ଲକ୍ଷ ଟଙ୍କା ଅନୁମୋଦିତ ହୋଇଛି।
ଏହି ଅର୍ଥରେ ଶ୍ରେଣୀଗୃହ , ସ୍ମାର୍ଟ କ୍ଲାସରୁମ , ଶୌଚାଳୟ , ଖେଳପଡିଆ , ପାନୀୟ ଜଳ ଯୋଗାଣ , ରୋଷେଇ ଘରର ନବୀକରଣ କରାଯିବ।
ଏହିପରି ଏକ ସାର୍ବଜନୀନ ବିକାଶପାଇଁ ମହେନ୍ଦ୍ରଗିରି ସରକାରୀ ଉଚ୍ଚ ବିଦ୍ୟାଳୟର ପୁରାତନ ଛାତ୍ର ଭାଗବତ ପାଢୀ , ବିଚିତ୍ରାନନ୍ଦ ବେବର୍ତ୍ତା , ନିମାଇଁ ଚରଣ ପାତ୍ର , ମଲ୍ଲିକାର୍ଜୁନ ପଟ୍ଟନାୟକ , ଡକ୍ଟର କିଶୋର ଚନ୍ଦ୍ର ପଟ୍ଟନାୟକ , ସୂର୍ଯ୍ୟନାରାୟଣ ରାଜଗୁରୁ , ସୁଜିତ କୁମାର ପାଢୀ , ବୁଲୁ ପାଢୀ , ହରିହର ପାଢୀ , ଶାନ୍ତନୁ କୁମାର ପାଢୀ ତଥା ଜିଲ୍ଲା ସରକାରୀ ମାଧ୍ୟମିକ ବିଦ୍ୟଳୟ ସଂଘର ପ୍ରାକ୍ତନ ସଂପାଦକ ପ୍ରଫୁଲ୍ଲ ଚନ୍ଦ୍ର ପାଣିଗ୍ରାହୀ ପ୍ରମୁଖ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଧନ୍ୟବାଦ  ଜଣାଇଛନ୍ତି। ଏହି ଯୋଜନା ଉକ୍ତ ବିଦ୍ୟାଳୟର ସାମୂହିକ ବିକାଶ ହେବ ବୋଲି ମତ ପ୍ରକାଶ ପାଇଛି।

0
0
0
s2sdefault