ହେଡଲାଇନସ୍:

ମୁଖ୍ୟମନ୍ତ୍ରୀଙ୍କ ଦ୍ଵାରା ଜିଲ୍ଲାରେ ତିନିଟି ନୂତନ 'ଆମ ବସ ଷ୍ଟାଣ୍ଡ ର ଶିଳାନ୍ୟାସ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଜଗତସିଂହପୁର,ତା-୨୩.୦୮.୨୦୨୩/ସୁମନ୍ତ କୁମାର ଦାସ-ଆଜି ଅପରାହ୍ନ ପାଞ୍ଚଟା ତିରିଶ ଘଟିକା ସମୟରେ ମାନ୍ୟବର ମୁଖ୍ୟମନ୍ତ୍ରୀ, ଭିଡିଓ କନଫରେନସି ମଧ୍ୟମରେ ରାଜ୍ୟର 21 ଟି ନୂଆ ବସ ଷ୍ଟାଣ୍ଡ (ଓ ସ ଆଇ ଟି ସି ) ର ଉଦଘାଟନ କରିଥିଲେ l ଏହା ପରେ ସେ ୨୬ ଟି ଜିଲ୍ଲାର ୧୨୪ ଟି ନୂତନ ଆମ ବସଷ୍ଟାଣ୍ଡର ଶିଳାନ୍ୟାସ କରିଥିଲେ l ଯେଉଁଥିରେ ଜଗତସିଂହପୁର ଜିଲ୍ଲାର ବାଲିକୁଦା, ବିରିଡି ଏବଂ ଏରସମା ଠାରେ ୩ ଟି ବସଷ୍ଟାଣ୍ଡ ଅନ୍ତର୍ଭୁକ୍ତ l ଉକ୍ତ କାର୍ଯ୍ୟକ୍ରମରେ ପ୍ରିନସିପାଲ ସେକ୍ରେଟେରୀ ଶ୍ରୀମତୀ ଉଷା ପାଢ଼ୀ ସ୍ୱାଗତ ଭାଷଣ ଦେଇ ବିକଶିତ ଓଡ଼ିଶାର ସୁନ୍ଦର ପ୍ରତିଛବି ଓ ଉପକୃତ ଜନତାଙ୍କର ଏକ ଛୋଟ ନମୁନା ପ୍ରଦାନ କରିଥିଲେ l ପରେ ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ଶ୍ରୀମତୀ ଟୁକୁନି ସାହୁ ରାଜ୍ୟର ପରିବହନ ଓ ଯୋଗାଯୋଗର ବିଭିନ୍ନ ଉନ୍ନତିମୂଳକ ପଦକ୍ଷେପ ବିଷୟରେ ଆଲୋକପାତ କରିଥିଲେ l ଓଡ଼ିଶାର ସ୍ବପ୍ନକୁ ସାକାର କରିବାକୁ ଆହ୍ୱାନ ଦେଇଥିଲେ l ମୋ ପରିବହନ ସେବା ଏବଂ ଡ୍ରାଇଭରମାନଙ୍କ ପାଇଁ ମୁଁ ବାହକ ଟ୍ରେନ କାର୍ଯ୍ୟକ୍ରମକୁ ଉଦଘାଟନ କରିଥିଲେ l ଏହି କାର୍ଯ୍ୟକ୍ରମ ଜିଲ୍ଲାପାଳ କାର୍ଯ୍ୟାଳୟ ପରିସରରେ ଥିବା ଓ ସୱାନ ହଲରେ ଆୟୋଜିତ ହୋଇଥିଲା l

0
0
0
s2sdefault