ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲାର ଗୁମ୍ମା ଓ ଆର୍.ଉଦୟଗିରି ବ୍ଲକରେ ନବନିର୍ମିତ ହୋଇଥିବା ନୂତନ "ଆମ ବସଷ୍ଟାଣ୍ଡ" କୁ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ଦ୍ବାରା ଉଦଘାଟିତ ହୋଇଯାଇଛି। ଗୁମ୍ମା ବ୍ଲକରେ ନିର୍ମିତ ହୋଇଥିବା ନୂତନ ଆମ ବସଷ୍ଟାଣ୍ଡର ଅଟୋକଳ ମୂଲ୍ୟ ୩,୦୨,୦୮,୫୦୦/ ଟଙ୍କା।
ଗତବର୍ଷ ୦୯.୦୬.୨୦୨୨ ରେ କାର୍ଯ୍ୟ ଆରମ୍ଭ ହୋଇ ତା.୩୧.୦୫.୨୦୨୩ରିଖରେ କାର୍ଯ୍ୟ ଶେଷ କରାଯାଇଥିଲା ଯାହାକି ୦.୬୮ ଏକର ଜାଗାରେ ନିର୍ମିତ ହୋଇଛି। ସେଥିମଧ୍ୟରୁ ମୁଖ୍ୟ ବିଲିଡିଙ୍ଗ , ମାର୍କେଟ କମ୍ପ୍ଲେକ୍ସ , ସେକ୍ୟୁରିଟୀ ଶେଡ୍ , ଡ୍ରାଇଭର ରେଷ୍ଟ ହାଉସ୍ , ଗାଧୁଆ ଘର , ପାକିଂ ଇତ୍ୟାଦି ବିଭିନ୍ନ ଉନ୍ନତ ମାନର କାର୍ଯ୍ୟ କରଯାଇଛି।
ସେହିପରି ଆର୍.ଉଦୟଗିରି ବ୍ଲକରେ ମଧ୍ୟ ନୂତନ "ଆମ ବସଷ୍ଟାଣ୍ଡ" ନବନିର୍ମିତ ଉଦଘାଟନ ହୋଇଯାଇଛି , ଯାହାର ଅଟୋକଳ ମୂଲ୍ୟ ୩,୪୩,୫୧,୪୦୦/- ଟଙ୍କା। କାର୍ଯ୍ୟ ଆରମ୍ଭ ଗତବର୍ଷ ୦୯.୦୬.୨୦୨୨ରେ ଓ ତା- ୩୧.୦୫.୨୦୨୩ରିଖରେ କାର୍ଯ୍ୟ ଶେଷ କରାଯାଇଥିଲା। ଏହି ବସ ଷ୍ଟାଣ୍ଡ ୦.୭୦ ଏକର ଜାଗାରେ ନିର୍ମିତ ହୋଇଅଛି। ସେଥିମଧ୍ୟରୁ ମୁଖ୍ୟ ବିଲିନିଙ୍ଗ , ମାର୍କେଟ କମ୍ପ୍ଲେକ୍ସ , ସେକ୍ୟୁରିଟୀ ଶେଡ୍ , ଡ୍ରାଇଭର ରେଷ୍ଟ ହାଉସ୍ , ଗାଧୁଆ ଘର , ପାର୍କିଂ ଇତ୍ୟାଦି ବିଭିନ୍ନ ଉନ୍ନତ ମାନର କାର୍ଯ୍ୟ କରାଯାଇଛି।
ମୋହନା ବ୍ଲକରେ ଆଜି ମାନ୍ୟବର ମୁଖ୍ୟମନ୍ତ୍ରୀ ଆମ ବସ ଷ୍ଟାଣ୍ଡ ନିର୍ମାଣ ସକାଶେ ଶିଳାନ୍ୟାସ କରିଛନ୍ତି। ଏହି ବସ ଷ୍ଟାଣ୍ଡ ନିର୍ମିତ ହେବା ଦ୍ବାରା ବହୁ ଜନସାଧାରଣ ଉପକୃତ ହୋଇପାରିବେ। ଏହି ବସ ଷ୍ଟାଣ୍ଡ ୧.୫୦ ଏକର ଜାଗାରେ ନିର୍ମିତ ହେବାକୁସ୍ଥିର କରାଯାଇଅଛି।
ରାଜ୍ୟ
ଗଜପତି ଜିଲ୍ଲାର ଗୁମ୍ମା ଓ ଆର୍ .ଉଦୟଗିରି ବ୍ଲକରେ ''ଆମ ବସଷ୍ଟାଣ୍ଡ'' ଉଦ୍ଘାଟିତ
- Hits: 330








