ହେଡଲାଇନସ୍:

ମୁଖ୍ୟମନ୍ତ୍ରୀଙ୍କ ଦ୍ବାରା ଦ୍ବିତୀୟ ପର୍ଯ୍ୟାୟ ଆମ ବସ୍ ଷ୍ଟାଣ୍ଡ ଭିତ୍ତି ପ୍ରସ୍ତର ସ୍ଥାପନ

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ଛତ୍ରପୁର: ପରିବହନ କ୍ଷେତ୍ରରେ ସୁଧାର ଆଣିବା ନିମନ୍ତେ ଆମ ବସଷ୍ଟାଣ୍ଡ ନିର୍ମାଣ କରାଯାଉଛି । ସାଧାରଣ ଲୋକଙ୍କ ଯୋଗାଯୋଗ ପାଇଁ ଏହା ଏକ ପ୍ରମୁଖ ମାଧ୍ୟମ । ରାଜ୍ୟରେ ପ୍ରଥମ ପର୍ଯ୍ୟାୟରେ 55ଟି ଆମ ବସଷ୍ଟାଣ୍ଡ ନିର୍ମାଣ ହୋଇଥିବା ବେଳେ ସେଥି ମଧ୍ୟରୁ ୨୧ ଟିର କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇଯାଇଛି । ବୁଧବାର ଅପରାହ୍ନ ସମୟରେ ଓଡିଶାର ମାନ୍ୟବର ମୁଖ୍ଯମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ କରକମଳରେ ଆଭାସୀ ମାଧ୍ୟମରେ ଓସ୍ବାନ୍ ହଲ୍ ଠାରେ ଆମ ବସଷ୍ଟାଣ୍ଡର ଦ୍ବିତୀୟ ପର୍ଯ୍ୟାୟରେ ଓଡିଶାର ୨୬ ଟି ଜିଲ୍ଲାର ୧୨୪ ଟି ବସ୍ ଷ୍ଟାଣ୍ଡର ଭିତ୍ତିପ୍ରସ୍ତର ସ୍ଥାପିତ ହୋଇଥିଲା । ତନ୍ମଧ୍ୟରୁ ଗଞ୍ଜାମ ଜିଲ୍ଲାର ୯ ଟି ବସ୍ ଷ୍ଟାଣ୍ଡ ଯଥା- ଗଞ୍ଜାମ, କବିସୂର୍ଯ୍ୟନଗର, ସାନଖେମୁଣ୍ଡି, ଖଲ୍ଲିକୋଟ, ଧରାକୋଟ, ଜଗନ୍ନାଥ ପ୍ରସାଦ, ସୋରଡା, ପୁରୁଷୋତ୍ତମପୁର ଏବଂ ପୋଲସରା ବସଷ୍ଟାଣ୍ଡର ଭିତ୍ତି ପ୍ରସ୍ତର ସ୍ଥାପନ କରାଯାଇଥିଲା । ଏଥିରେ ଅନେକ ଅତ୍ୟାଧୁନିକ ବ୍ୟବସ୍ଥା ରହିଛି । ଏହାଦ୍ବାରା ଗଞ୍ଜାମ ଜିଲ୍ଲାର ଜନ ସାଧାରଣ ବିଶେଷ ଭାବେ ଉପକୃତ ହୋଇ ପାରିବେ । ପ୍ରତ୍ୟେକ ଜୀବନ ମୂଲ୍ୟବାନ । ଏଣୁ ପରିବହନ କ୍ଷେତ୍ରରେ ସୁଧାର ଆଣିବା ନିମନ୍ତେ ବ୍ରହ୍ମପୁର ଠାରେ ସୁବାହକ ତାଲିମ କେନ୍ଦ୍ର ମାନ୍ୟବର ମୁଖ୍ୟମନ୍ତ୍ରୀ ଆଭାସୀ ମାଧ୍ୟମରେ ଉନ୍ମୋଚନ କରିଥିଲେ ।
ଏହି ଭିତ୍ତି ପ୍ରସ୍ତର କାର୍ଯ୍ୟକ୍ରମରେ ଆସ୍କା ସାଂସଦ ଶ୍ରୀମତୀ ପ୍ରମିଳା ବିଷୋୟୀ, ଛତ୍ରପୁର ବିଧାୟକ ସୁବାସ ଚନ୍ଦ୍ର ବେହେରା, ଖଲ୍ଲିକୋଟ ବିଧାୟିକା ଶ୍ରୀମତୀ ସୂର୍ଯ୍ୟମଣୀ ବୈଦ୍ୟ, ପୋଲସରା ବିଧାୟକ ଶ୍ରୀକାନ୍ତ ସାହୁ, ଗଞ୍ଜାମ ଜିଲ୍ଲାପାଳ ଦିବ୍ୟ ଜ୍ୟୋତି ପରିଡା, ଗଞ୍ଜାମ ଆଞ୍ଚଳିକ ପରିବହନ ଅଧିକାରୀ ମାନସ ରଞ୍ଜନ ସାହୁ, ଭଞ୍ଜନଗର ଆଞ୍ଚଳିକ ପରିବହନ ଅଧିକାରୀ ଶୁଭେନ୍ଦୁ ରାୟ, ଏମ୍.ଭି.ଆଇ. ରବିନ୍ଦ୍ର ନାଥ ଜେନା ଓ ଅନ୍ୟାନ୍ୟ ଅଧିକାରୀ ପ୍ରମୁଖ ଯୋଗ ଦେଇଥିଲେ ।

0
0
0
s2sdefault