ଭୁବନେଶ୍ୱର,: ଆଜି ପୂର୍ବାହ୍ନରେ ମହାମହିମ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ପର୍ବତ ଆରୋହଣକାରୀ ଶ୍ରୀ ସୌଭାଗ୍ୟ କୁମାର ରଥଙ୍କୁ ଉତ୍ତରୀୟ ପ୍ରଦାନ କରି ଶୁଭେଚ୍ଛା ଜଣାଇଛନ୍ତି । ପ୍ରକାଶ ଥାଉକି, ୭୭ତମ ସ୍ୱାଧୀନତା ଦିବସ ପୂର୍ବରୁ ଶ୍ରୀ ରଥ ୟୁରୋପ ଓ ଋଷର ସର୍ବୋଚ୍ଚ ଶୃଙ୍ଗ ମାଉଣ୍ଟ ଏଲବ୍ରସ୍ ପର୍ବତ (୫୬୪୨ ମିଟର) ଆରୋହଣ କରି ଭାରତର ଜାତୀୟ ପତାକା ଉଡ଼ାଇଥିଲେ । ଏହି ସଫଳତା ପାଇଁ ମହାମାନ୍ୟ ରାଜ୍ୟପାଳ ପ୍ରଫେସର ଗଣେଶୀ
ଲାଲ ସାମାଜିକ ଗଣମାଧ୍ୟମରେ ଶୁଭେଚ୍ଛା ଜଣାଇଥିଲେ । ଏହି ଅବସରରେ ପର୍ବତ ଆରୋହଣକାରୀ ଶ୍ରୀ ରଥ ତାଙ୍କ ଧର୍ମପତ୍ନୀ ଡ. ସାଗରିକା ମିଶ୍ର ଓ ଶ୍ୱଶୁର ଶ୍ରୀ ସତ୍ୟପି୍ରୟ ମିଶ୍ରଙ୍କ ସମେତ ସୂଚନା ଅଧିକାରୀ ଶ୍ରୀ ସଚ୍ଚିଦାନନ୍ଦ ବେହେରା ପ୍ରମୁଖ ଉପସ୍ଥିତ ଥିଲେ ।
ରାଜ୍ୟ
ରାଜ୍ୟପାଳଙ୍କ ଦ୍ୱାରା ପର୍ବତ ଆରୋହଣକାରୀ ସମ୍ବର୍ଦ୍ଧିତ
- Hits: 280








