ହେଡଲାଇନସ୍:

ରାଜ୍ୟ ବିଦ୍ୟାଳୟ କ୍ରୀଡ଼ା ସଂଗଠନର ସାଧାରଣ ସଭା ୨୦୨୩-୨୪ ଅନୁଷ୍ଠିତ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

କ୍ରୀଡ଼ା ପ୍ରତିଯୋଗିତା କାର୍ଯ୍ୟକ୍ରମକୁ ଶାନ୍ତି,ଶୃଙ୍ଖଳା ଓ ସରସ ସୁନ୍ଦର କରିବା ପାଇଁ ଗଣଶିକ୍ଷା ମନ୍ତ୍ରୀ ଶ୍ରୀ ମାର୍ଣ୍ଡିଙ୍କ ପରାମର୍ଶ


ଭୁବନେଶ୍ୱର: ବିଦ୍ୟାଳୟ ଓ କ୍ରୀଡ଼ା ସଂଗଠନ ପକ୍ଷରୁ ଅକ୍ଟୋବର ମାସ ପ୍ରଥମ ସପ୍ତାହରେ ଆୟୋଜିତ ହେବାକୁ ଥିବା ଶିକ୍ଷାନୁଷ୍ଠାନର କ୍ରୀଡ଼ା କାର୍ଯ୍ୟକ୍ରମକୁ ଶାନ୍ତି, ଶୃଙ୍ଖଳା ଓ ସରସ ସୁନ୍ଦର କରିବା ପାଇଁ ଆଜି ପୂର୍ବାହ୍ନରେ ରାଜ୍ୟ ପ୍ରକଳ୍ପ ନିର୍ଦ୍ଦେଶକ (ଓସେପା)ଙ୍କ କାର୍ଯ୍ୟାଳୟ ପରିସରର ସୁବର୍ଣ୍ଣରେଖା ସଭାଗୃହରେ ଆୟୋଜିତ ବୈଠକରେ ଯୋଗଦେଇ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ଶ୍ରୀ ସୁଦାମ ମାର୍ଣ୍ଡି ସମସ୍ତ ସଦସ୍ୟସଦସ୍ୟାମାନଙ୍କୁ ପରାମର୍ଶ ଦେଇଥିଲେ । ଛାତ୍ରଛାତ୍ରୀମାନଙ୍କର ଶାରୀରିକ ଦକ୍ଷତା ଓ ମାନସିକ ବିଚକ୍ଷଣତା ଦିଗରେ କ୍ରୀଡ଼ାର ଆବଶ୍ୟକତା ରହିଛି । ଏହି କ୍ରୀଡ଼ା ପ୍ରତିଯୋଗିତାରେ ଛାତ୍ରଛାତ୍ରୀମାନଙ୍କ ନିମନ୍ତେ ଖାଦ୍ୟପେୟ, ସ୍ୱାସ୍ଥ୍ୟ ଏବଂ ସୁରକ୍ଷା ଦିଗରେ ସଚେତନ ରହି କାର୍ଯ୍ୟ କରିବାକୁ ମନ୍ତ୍ରୀ ଶ୍ରୀ ମାର୍ଣ୍ଡି ପରାମର୍ଶ ଦେଇଥିଲେ । ଏହି ଅବସରରେ ଓଡ଼ିଶା ବିଦ୍ୟାଳୟ ଶିକ୍ଷା କାର୍ଯ୍ୟକ୍ରମ ପ୍ରାଧିକରଣ(ଓସେପା) କାର୍ଯ୍ୟାଳୟ ପରିସରରେ ୫-"ଟି' କାର୍ଯ୍ୟକ୍ରମ ନିମନ୍ତେ ତିନୋଟି ରୁମ୍କୁ ମନ୍ତ୍ରୀ ଶ୍ରୀ ମାର୍ଣ୍ଡି ଉଦ୍ଘାଟନ କରିଥିଲେ । ପ୍ରାରମ୍ଭରେ ବିଦ୍ୟାଳୟ ଓ ଗଣଶିକ୍ଷା କମିଶନର ତଥା ଶାସନ ସଚିବ ଶ୍ରୀମତୀ ଅଶ୍ୱଥୀ. ଏସ୍ ଓ ରାଜ୍ୟ ପ୍ରକଳ୍ପ ନିର୍ଦ୍ଦେଶକ (ଓସେପା) ଶ୍ରୀ ଅନୁପମ ସାହା ଆସନ୍ତା ଅକେଫାବର ମାସରେ ଆରମ୍ଭ ହେବାକୁ ଥିବା କ୍ରୀଡ଼ା ପ୍ରତିଯୋଗିତା ସମ୍ପର୍କରେ ତଥ୍ୟ ଉପସ୍ଥାପନା କରିଥିଲେ ।
ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶକ ଶ୍ରୀ ସୁଶାନ୍ତ କୁମାର ଦାଶ ସ୍ୱାଗତ ଭାଷଣ ଦେଇଥିବାବେଳେ ବିଭାଗୀୟ ଯୁଗ୍ମ ନିର୍ଦ୍ଦେଶକ ଶ୍ରୀ ସପନ କୁମାର ଜେନା ଧନ୍ୟବାଦ ପ୍ରଦାନ କରିଥିଲେ । ଏହି ବୈଠକରେ ରାଜ୍ୟର ସମସ୍ତ ଜିଲ୍ଲାଶିକ୍ଷା ଅଧିକାରୀ, ଜିଲ୍ଲା ପ୍ରକଳ୍ପ ଅଧିକାରୀଙ୍କ ସମେତ ବିଭାଗୀୟ ପଦାଧିକାରୀବୃନ୍ଦ ଉପସ୍ଥିତ ଥିଲେ ।

0
0
0
s2sdefault