ଆଜି ଅପରାହ୍ନରେ ଓଡିଶା ସମଗ୍ର ଶିକ୍ଷାସ୍ଥିତ ସମ୍ମିଳନୀ କକ୍ଷରେ ପ୍ରାଥମିକ ଶିକ୍ଷକ ସଂଘର କର୍ମକର୍ତ୍ତାମାନଙ୍କ ସହ ସୌହାର୍ଦ୍ଦ୍ୟପୂର୍ଣ୍ଣ ଆଲୋଚନା କରାଯାଇଛି । ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ, ଶ୍ରୀଯୁକ୍ତ ସୁଦାମ ମାର୍ଣ୍ଡିଙ୍କ ପୌରହିତ୍ୟରେ ହୋଇଥିବା ଏହି ଆଲୋଚନାରେ ବିଭାଗୀୟ ସଚିବ, ଆଶ୍ବଥି.ଏସ୍ ଏବଂ ସମଗ୍ରଶିକ୍ଷାର ରାଜ୍ୟ ପ୍ରକଳ୍ପ ନିର୍ଦ୍ଦେଶକ, ଶ୍ରୀଯୁକ୍ତ ଅନୁପମ ସାହାଙ୍କ ଉପସ୍ଥିତିରେ ପ୍ରାଥମିକ ଶିକ୍ଷକ ସଙ୍ଘର କର୍ମକର୍ତ୍ତାମାନେ ନିଜର ୩ ଦଫା ସମ୍ବଳିତ ଦାବୀ ଉପସ୍ଥାପନ କରିଥିଲେ । ପୁଙ୍ଖାନୁପୁଙ୍ଖ ଆଲୋଚନା ପୂର୍ବକ ସମସ୍ତ ଦାବୀଗୁଡିକୁ ଆନ୍ତଃ ମନ୍ତ୍ରୀସ୍ତରୀୟ ବୈଠକରେ ଉପସ୍ଥାପନ କରାଯିବାଏବଂ ଅନ୍ୟାନ୍ୟ ଆନୁଷଙ୍ଗିକ ଦାବୀ ଗୁଡିକସମ୍ପର୍କରେ ବିଭାଗ ରିତ ପଦକ୍ଷେପ ଗ୍ରହଣ କରାଯିବା ସଂପର୍କରେନିଷ୍ପତ୍ତି ଗ୍ରହଣ ନିଆଯାଇଥିଲା ।
ରାଜ୍ୟ
ଗଣଶିକ୍ଷା ବିଭାଗ ମନ୍ତ୍ରୀ ଓ ସଚିବଙ୍କ ସହ ପ୍ରାଥମିକ ଶିକ୍ଷକ ସଂଘ କର୍ମକର୍ତ୍ତାମାନଙ୍କ ଆଲୋଚନା
- Hits: 276








