ହେଡଲାଇନସ୍:

ନାବାଳିକା ଶାଳୀକୁ ଗର୍ଭବତୀ ପରେ ହତ୍ୟା: କୁଅରୁ ମୃତଦେହ ଉଦ୍ଧାର, ଜ୍ବାଇଁ ଅଟକ

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ଭଞ୍ଜନଗର,୨୩/୦୮ : ଗଞ୍ଜାମ ଜିଲ୍ଲା ଜଗନ୍ନାଥପ୍ରସାଦ ଥାନା ଅଧିନ ବରକୋଳିଆ ଗାଁ ଧୋବାତଇଲା ନିକଟ ଏକ ପରିତ୍ୟକ୍ତ କୂଅ ରୁ ବୁଧବାର ଜଣେ ନାବାଳିକାର ମୃତ ଦେହ ଉଧାର ହୋଇଛି।ମୃତ ନାବାଳିକା ଜଣକ ବୁଗୁଡା ଥାନା ଇଲାକା ଏକ ଗାଁ ର ହୋଇଥିବା ବେଳେ ସେ ଦଶମ ଶ୍ରେଣୀ ରେ ପାଠ ପଢୁଥିଲେ।ଏହି ଘଟଣାରେ ପୁଲିସ ମୃତ ନାବାଳିକା ଙ୍କ ଜ୍ବାଇଁ ଙ୍କୁ ପୁଲିସ ଅଟକ ରଖି ଅଧିକ ପଚରା ଉଚରା କରୁଛି।

ସୂଚନା ପ୍ରକାରେ, ଗତ ଦୁଇ ଦିନ ତଳେ ବୁଗୁଡା ଥାନା ଇଲାକାର ଜଣେ ନାବାଳିକା ନିଖୋଜ ଥିବା ନେଇ ବୁଗୁଡା ଥାନାରେ ପରିବାର ପକ୍ଷରୁ ଏତଲା ଦିଆଯାଇଥିଲା।ବୁଧବାର ସକାଳୁ ଜଗନ୍ନାଥପ୍ରସାଦ ଥାନା ବରକୋଳିଆ ଗାଁ ର କିଛି ଲୋକ କୂଅ ଭିତରେ ଗୋଟିଏ ଶବ ଭାସୁଥିବା ଦେଖି ନିକଟସ୍ଥ ଥାନାକୁ ଅବଗତ କରାଇଥିଲେ। ଖବର ପାଇ ପୁଲିସ ଦମକଳ ବାହିନୀ ଦ୍ୱାରା କୁଅ ମଧ୍ୟରୁ ଶବକୁ ଉଦ୍ଧାର କରିଥିଲା।ମୃତଦେହ ଟି ବୁଗୁଡା ଥାନା ଇଲାକା ର ଜଣେ ନାବାଳିକା ବୋଲି ସୂଚନା ମିଳିଥିଲା । ଖବର ପାଇ ବୁଗୁଡା ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ଶବ ଜବତ କରିବା ସହ ପୋଷ୍ଟମର୍ଟମ ପାଇଁ ବ୍ରହ୍ମପୁର ପଠାଇଛି । ମୃତ ନାବାଳିକା ର ବାପା କହିବା ପ୍ରକାରେ,ତାଙ୍କ ସାନ ଝିଅକୁ ତାଙ୍କ ଜ୍ବାଇଁ ଶାରୀରିକ ସମ୍ପର୍କ ରଖି ଗର୍ଭବତୀ କରି ଦେଇଥିଲେ। ଏହା ଜାଣିବା ପରେ ଜ୍ବାଇଁ ଙ୍କୁ ପଚାରାଯାଇଥିଲା। ଜ୍ବାଇଁ ମଧ୍ୟ ସବୁ ସତ କଥା ମାନିଥିଲେ। ପରେ ସାନ ଝିଅ କୁ ମଧ୍ୟ ନିଜ ଦ୍ଵିତୀୟ ପତ୍ନୀ କରି ରଖିବେ ବୋଲି ଘର ଲୋକଙ୍କୁ ପ୍ରତିଶୃତି ଦେଇଥିଲେ।ପରେ ନିଜ ଗାଁ ଜଗନ୍ନାଥପ୍ରସାଦ ଥାନା ବରକୋଳିଆ କୁ ସାଙ୍ଗରେ ଧରି ଗତ ୧୭ ତାରିଖରେ ଆସିଥିଲେ। ଝିଅ କୁ ସାଙ୍ଗ ଘରେ ରଖିଥିବା ଜ୍ବାଇଁ କହିଥିଲେ।ହେଲେ ବାପଘର ଲୋକଙ୍କ ମନରେ ସନ୍ଦେହ ଉପୁଜିଥିଲା। ବହୁ ଖୋଜାଖୋଜି କରିଥିଲେ ମଧ୍ୟ ଝିଅକୁ ପାଇନଥିଲେ। ଝିଅ ନିଖୋଜ ଥିବା ନେଇ ଗତ ସୋମବାର ଦିନ ବୁଗୁଡା ଥାନାରେ ପରିବାର ଲୋକେ ଲିଖିତ ଅଭିଯୋଗ ଦେଇଥିଲେ ।ଆଜି ସକାଳୁ ପରିତ୍ୟକ୍ତ କୂଅରୁ ଝିଅର ଶବ ପାଇବା ପରେ ଜ୍ବାଇଁ ନିଜ ପାପ ଲୁଚାଇବା ପାଇଁ ସାନ ଝିଅକୁ ହତ୍ୟା କରିଥିବା ଅଭିଯୋଗ କରିଛନ୍ତି । ପାରିପାର୍ଶ୍ବିକ ଅବସ୍ଥାରୁ ପାଞ୍ଚ ରୁ ଛଅ ଦିନ ପୁର୍ବେ ନାବାଳିକାକୁ ହତ୍ୟା କରି କୂଅରେ ପକାଯାଇଥିବା ଅନୁମାନ କରାଯାଉଛି।ଏହି ଘଟଣାରେ ପୁଲିସ ଜ୍ବାଇଁ ସନ୍ତୋଷ ଙ୍କୁ ଗିରଫ କରି ଅଧିକ ପଚରାଉଚରା କରୁଛି ।

0
0
0
s2sdefault