ହେଡଲାଇନସ୍:

ଯୁବକ ଭାଇ ମାନେ ମତେ ନିଜର ବଡ଼ ଭଉଣୀ ବୋଲି ଭାବନ୍ତି :- ବିଧାୟିକା ବର୍ଷା ସିଂ ବରିହା

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ଆଗାମୀ ଦିନରେ ଯୁବ ସମାଜ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହନ କରିବ :- ପ୍ରଦ୍ୟୁମ୍ନ ତ୍ରିପାଠୀ

ବରଗଡ :- ଏଇ ଗଣି ଗଣି ମାତ୍ର ନଅ ମାସ ହେଲା , ପଦ୍ମପୁର ଉପନିର୍ବାଚନ ରେ ରେକର୍ଡ଼ ସଂଖ୍ୟକ ଭୋଟ ବ୍ୟବଧାନ ରେ ରାଜନୀତି ର ଦୁଇ ଧୁରନ୍ଧର ମହାରଥୀ ଙ୍କୁ ଧୂଳି ଚଟେଇ ବିଜୟ ଲାଭ କରି , ପଦ୍ମପୁର ନିର୍ବାଚନ ମଣ୍ଡଳୀର ପ୍ରଥମ ମହିଳା ବିଧାୟିକା ଭାବରେ ନିର୍ବାଚିତ ହୋଇଥିଲେ , ସ୍ବର୍ଗତ ବିଧାୟକ ଶ୍ରୀ ବିଜୟ ରଞ୍ଜନ ସିଂ ବରିହା ଙ୍କର ସୁପୁତ୍ରୀ ବର୍ଷା ସିଂ ବରିହା । ଇତି ମଧ୍ୟରେ ବିରୋଧୀ ମାନଙ୍କ ସମସ୍ତ କଥା କୁ ଭୁଲ ପ୍ରମାଣିତ କରି ଅକ୍ଲାନ୍ତ ପରିଶ୍ରମ କରି ନିର୍ବାଚନ ମଣ୍ଡଳୀର ଗାଁ କୁ ଗାଁ ବୁଲି ବିଭିନ୍ନ ବିଷୟରେ ଓ ଗାଁ ର ସମସ୍ୟା ବାବଦରେ ଲୋକଙ୍କ ସହିତ ଅଲୋଚନ କରିବା ଓ ସମସ୍ୟାର ସମାଧାନ ପାଇଁ ପ୍ରୟାସ କରିବା ତାଙ୍କୁ ନିର୍ବାଚନ ମଣ୍ଡଳୀର ଲୋକଙ୍କ ଅତି ପ୍ରିୟ କରି ପାରିଛି । ମୁଖ୍ୟତଃ ମହିଳା ଓ ଯୁବକ ମାନେ ବିଧାୟିକା ଙ୍କର ଭିତରେ ନିଜର ଅତି ଆପଣାର ପରିବାର ସଦସ୍ୟ ଙ୍କୁ ଦେଖିଥାନ୍ତି । ଏ ଏବେ ବିଧାୟିକା ବର୍ଷା ହେଉଛନ୍ତି ନିର୍ବାଚନ ମଣ୍ଡଳୀର ସମସ୍ତ ଯୁବକ ଓ ଯୁବତୀ ମାନଙ୍କ ପ୍ରିୟ ବର୍ଷା ନାନୀ ।।
ଆଜି ପଦ୍ମପୁର ନିର୍ବାଚନ ମଣ୍ଡଳୀ ସ୍ତରୀୟ ଏକ ବିରାଟ ଯୁବ ଓ ଛାତ୍ର ସମାବେଶ , ଶ୍ରୀ ଶ୍ରୀ ନୃସିଂହନାଥ ମହାପ୍ରଭୁଙ୍କ ମନ୍ଦିର ପରିସରରେ ଥିବା ମାଁ ବିନ୍ଧ୍ୟବାସିନୀ ଅତିଥି ଭବନ ଠାରେ ହୋଇଥିଲା । ବରଗଡ଼ ଜିଲ୍ଲା ଯୁବ ଜନତା ଦଳର ସଭାପତି ଶ୍ରୀ ପ୍ରଦ୍ୟୁମ୍ନ ତ୍ରିପାଠୀ ଙ୍କର ସଭାପତିତ୍ୱ ରେ ଅୟୋଜିତ ଏହି ବୈଠକ ରେ ପଦ୍ମପୁର ନିର୍ବାଚନ ମଣ୍ଡଲିର ମାନ୍ୟବର ବିଧାୟିକା ବର୍ଷା ସିଂ Exact ମୁଖ୍ୟ ଅତିଥି ଭାବରେ ଯୋଗ ଦେଇଥିବା ବେଳେ , ପୂର୍ବତନ ସାଂସଦ ତଥା ବରଗଡ଼ ଜିଲ୍ଲା ବିଜୁ ଜନତା ଦଳର ସଭାପତି ଡାକ୍ତର ପ୍ରଭାସ ସିଂ ସମ୍ମାନିତ ଅତିଥି ଭାବରେ ଯୋଗ ଦେଇଥିଲେ । ଯୁବକ ଓ ଛାତ୍ର ମାନଙ୍କୁ ଉଦବୋଧନ ଦେଇ ଜିଲ୍ଲା ଯୁବ ସଭାପତି ଶ୍ରୀ ପ୍ରଦ୍ୟୁମ୍ନ ତ୍ରିପାଠୀ କହିଥିଲେ ଯେ ଆଗାମୀ ସାଧାରଣ ନିର୍ବାଚନ କୁ ଆଖି ଆଗରେ ରଖି ଯୁବକ ଓ ଛାତ୍ର ବନ୍ଧୁ ମନେ ପ୍ରସ୍ତୁତ ହୋଇ ବର୍ତ୍ତମାନ ଠାରୁ କାର୍ୟ୍ଯ ଆରମ୍ଭ କରିବା କଥା । ମାନ୍ୟବର ମୁଖ୍ୟମନ୍ତ୍ରୀ ଙ୍କୁ ଷଷ୍ଠ ଥର ପାଇଁ ରାଜ୍ୟର ମୁଖ୍ୟମନ୍ତ୍ରୀ କରେଇବା ପାଇଁ ଯୁବ ସମାଜ ଓ ଛାତ୍ର ଏକ ଜୁଟ ହୋଇ ତୃଣମୂଳ ସ୍ତର ପର୍ଯ୍ୟନ୍ତ ସଂଗଠନ କୁ ସୁଦୃଢ଼ କରନ୍ତୁ ।
ସେହିଭଳି ମାନ୍ୟବର ବିଧାୟିକା ମଧ୍ୟ ଯୁବକ ଓ ଛାତ୍ର ମାନଙ୍କୁ ଭବିଷ୍ୟତ ପାଇଁ ବର୍ତମାନ ଠାରୁ ପ୍ରସ୍ତୁତି ଆରମ୍ଭ କରିବାକୁ କହିଥିବା ବେଳେ , ଗଣମାଧ୍ୟମ ରେ ନିଜର ପ୍ରତିକ୍ରିୟା ରଖି ବିଧାୟିକା କହିଲେ ଯେ ପଦ୍ମପୁର ନିର୍ବାଚନ ମଣ୍ଡଳୀର ସମସ୍ତ ଯୁବକ , ଯୁବତୀ ଓ ଛାତ୍ରଛାତ୍ରୀ ମାନେ ମତେ ବିଧାୟିକା କମ ଓ ତାଙ୍କର ନିଜର ବଡ଼ଭାଉଣୀ ( ନାନୀ )ବୋଲି ବେଶି ଭାବନ୍ତି , ଏହା ସହିତ ମହିଳା ମାନେ ମତେ ନିଜର ଘରର ସଭ୍ୟ ବୋଲି ମନେ କରୁଥିବାରୁ ସବୁକଥା ଖୋଲିକି କହିଥାନ୍ତି । ତେଣୁ ମୁଁ ଯୁବକ ମାନଙ୍କ ନିଷ୍ଠା ପ୍ରତି ନିଃସନ୍ଦେହ । ଆଜି ଏହି ସଂକଳ୍ପ ସମାବେଶ କୁ ନେଇ ଆମେ ବହୁତ ଉତ୍ସାହିତ ଅଛୁ । ଆଗାମୀ ଦିନରେ ନୃସିଂହନାଥ ର ଏହି ଯୁବ ଛାତ୍ର ସଂଜଳ୍ପ ସମାବେଶ ଅନ୍ୟ ନିର୍ବାଚନ ମଣ୍ଡଳୀ ପାଇଁ ପ୍ରେରଣା ହେବ ବୋଲି ଜିଲ୍ଲା ସଭାପତି ଡାକ୍ତର ପ୍ରଭାସ ସିଂ କହିଛନ୍ତି । ଅନ୍ୟ ମାନଙ୍କ ମଧ୍ୟରେ ଶ୍ରୀ ଜାପାନ ମହାପାତ୍ର, ଶ୍ରୀ ସରଜୁ ପଟନାୟକ, ଜିଲ୍ଲା ଆଇ ଟି ସଂଯୋଜକ ଶ୍ରୀ ସୁରେଶ ବାଗ , ଲୋକନାଥ ବେହେରା , ରାଜ୍ୟ ସାଧାରଣ ସମ୍ପାଦକ ଶ୍ରୀ ରାଜୁ ଘିବେଳା , ଗୌତମ ସିଂ , ପ୍ରମୁଖ ନିଜର ବକ୍ତବ୍ୟ ଏହି ସମାବେଶ କୁ ପାଇକମାଲ ବିଜୁ ଯୁବ ଜନତା ଦଳର ସଭାପତି ଶ୍ରୀ ଗୌତମ ସିଂ ପରିଚାଳନା କରିଥିଲେ ।

0
0
0
s2sdefault