ହେଡଲାଇନସ୍:

ମାହାଙ୍ଗା ନାବାଳିକା ମୃତ୍ୟୁ ଘଟଣା ରେ ବନ୍ଧା ହେଲେ ଶରତ ଏବଂ ଅନୁପମ l

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

(ମାହାଙ୍ଗା-ଶାସକ ପ୍ରଶାସକ): ନାବାଳିକା ମୃତ୍ୟୁ ଘଟଣା ରେ ଗିରଫ ହେଲେ ପୂର୍ବତନ ବ୍ଲକ ଅଧକ୍ଷ ଶରତ ଏବଂ ଖେଳ ଶିକ୍ଷକ ଅନୁପମ | ଖେଳ ଶିକ୍ଷକ ହିଁ ଆତ୍ମହତ୍ୟା ପାଇଁ ପ୍ରବର୍ତ୍ତlଇଥିଲେ l ପ୍ରମାଣ ନଷ୍ଟ କରି ରଫା ଦଫା କରାଇଵା ପାଇଁ ଚେଷ୍ଟା କରିଥିଲେ ଶରତ l ମାମଲା ରୁଜୁ କଲା ପୋଲିସ, ତଦନ୍ତ ଜାରି ରହିବ l
ପୋଲିସ ଅଧିକାରୀ ଓ ମୃତକଙ୍କ ପରିବାର ବି ତଦନ୍ତ ପରିସର ଭୁକ୍ତ l ମାହାଙ୍ଗା ଶୁଖୁଆପଡା ଗ୍ରାମରେ ଗତ ଜୁନ 18ତାରିଖ ରେ ଘଟିଥିବା ନା ବାଳିକା ଙ୍କ ସଂନ୍ଦେହେ ଜନକ ମୃତ୍ୟୁ ଘଟଣା ରେ ପୋଲିସ ତାର ନିଜଆଡୁ ମାମଲା ରୁଜୁ କରି ମୃତ୍ୟୁ ପାଇଁ ଦାୟି କୁହାଯାଉଥିବା ଖେଳ ଶିକ୍ଷକ ଅନୁପମ ରାୟ ଏବଂ ପ୍ରମାଣ ନଷ୍ଟ କରି ପୁରା ଘଟଣାକୁ ଚାପି ଦେଇ ରଫା ଦଫା କରିବାକୁ ଉଦ୍ୟମ କରୁଥିବା ମାହାଙ୍ଗା ପଞ୍ଚାୟତ ସମିତି ର ପୂର୍ବତନ ଅଧକ୍ଷ ଶରତ ନାୟକ ଙ୍କୁ ମଧ୍ୟ ପୋଲିସ ବାନ୍ଧିଛି l ଏଭଳି ଏକ ଜଘନ୍ୟ କାଣ୍ଡ ରେ ଯେଉଁମାନେ ବି ସମ୍ପୃକ୍ତ ଥିବେ ସେମାନଙ୍କୁ କାହାରିକୁ ବି ଛଡା ଯିବ ନାହିଁ ବୋଲି ପୋଲିସ ସୂତ୍ରରୁ ପ୍ରକାଶ l ଏହି ତଦନ୍ତ ରେ ଦୁଇ ପୋଲିସ ଙ୍କ ଅଡିଓ ଭାଇରଲ ରେ ସମ୍ପୃକ୍ତି ଅଛି ବୋଲି ସନ୍ଦେହ କରାଯାଉଛି ସେମାନଙ୍କୁ ବି ତଦନ୍ତ ପରିସର କୁ ଅଣାଯିବ ବୋଲି ଜଣାଯାଇଛି l ତଦନ୍ତ ପରେ ପ୍ରମାଣ ମିଳିଲେ ବାକି ସବୁ ଅଭିଯୁକ୍ତ ଙ୍କ ବିରୁଦ୍ଧରେ କଡା କାର୍ଯାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପୋଲିସ ସୂତ୍ରରୁ ପ୍ରକାଶ l ଅପରପକ୍ଷରେ ଶରତଙ୍କୁ ବିଜେଡି ପ୍ରାଥମିକ ସଦସ୍ୟ ପଦରୁ ସସ୍‌ପେଣ୍ଡ କରାଗଲା ପରେ ଆଜି ଶରତ ନାୟକଙ୍କୁ ଗିରଫ କରିଛି ମାହାଙ୍ଗା ପୋଲିସ। ନାବାଳିକା ଛାତ୍ରୀ ମୃତ୍ୟୁକୁ ନେଇ ଶରତଙ୍କ ଅଡିଓ ଭାଇରାଲ ହୋଇଥିଲା। ଏହି ଘଟଣାରେ ଶରତ ନାୟକଙ୍କୁ ପୋଲିସ ଡକାଇ 1ଘଣ୍ଟାରୁ ଉର୍ଦ୍ଧ୍ବ ସମୟ ପଚରାଉଚରା କରି ଛାଡିଦେଇଥିଲା ହେଲେ ଅଧିକ ତଦନ୍ତପରେ ମାହାଙ୍ଗା ପୋଲିସ ଶରତ ନାୟକ ଓ ଏହି ଘଟଣା ରେ ଦୋଷୀ କୁହାଯାଉଥିବା ଖେଳ ଶିକ୍ଷକ ଅନୁପମ ରାୟକୁ ଗିରଫକରିଛି ମାହାଙ୍ଗା ପୋଲିସ। ମେଡିକାଲ ପରୀକ୍ଷା କରାଯିବା ପରେ ଶରତ ନାୟକ ଓ ଖେଳ ଶିକ୍ଷକ ଅନୁପମ ରାୟକୁ ମାହାଙ୍ଗା ଥାନା କେଶ ନଂ 260/2023ରେ ମାମଲା ରଜୁ କରାଯାଇ Pocso act 2012 ସହ ସଙ୍ଗିନ ଦଫା ଲଗାଯାଇ କୋର୍ଟ ଚାଲାଣ କଲା ମାହାଙ୍ଗା ପୋଲିସ। ସୂଚନା ଦେଲେ କଟକ ଗ୍ରାମଞ୍ଚଳ sp। ତେବେ ଏହି ଘଟଣା ରେ ଆଉ କିଏ କିଏ ଗିରଫ ହେଉଛନ୍ତି ତାହାହିଁ ଦେଖିବାକୁ ବାକି ରହିଲା l

0
0
0
s2sdefault