ଜମନକିରା/ଲିପନ ନାୟକ: ସମ୍ବଲପୁର ଜିଲ୍ଲା ଜମନକିରା ବ୍ଳକ୍ ଓଡ଼ିଶା ମିଲେଟ୍ ମିଶନ ତରଫରୁ କତରକେଲା ଅଙ୍ଗନୱାଡି ୨ କେନ୍ଦ୍ର ଠାରେ ସମ୍ବଲପୁର ଇଣ୍ଟିଗ୍ରେଟେଡ ଡେଭେଲପମେଣ୍ଟ ଇନ୍ଷ୍ଟିଚ୍ୟୁଟ୍ (ସିଡି) , ଜମନକିରା ମିଲେଟ୍ ମିଶନ ତରଫ ରୁ ମିଲେଟ୍ ମଦର ଇଭେଣ୍ଟ୍ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛ।ଏହି ଅବସରରେ ସିଡି ସଂସ୍ଥା ର ପରିଚାଳନା ମ୍ୟାନେଜର ଶ୍ରୀଯୁକ୍ତ କମଳ ଲୁଗୁନ୍,ବ୍ଲକ୍ ପୋଗ୍ରାମ କୋଅଡ଼ିନେଟର୍ ଶ୍ରୀ ରାହୁଲ ରୋଶନ୍ ପ୍ରଧାନ, ଆସିଷ୍ଟାଣ୍ଟ ବ୍ଳକ୍ ପୋଗ୍ରାମ କୋଅଡ଼ିନେଟର ଶ୍ରୀ ଅନିଲ୍ କୁମାର ଜେନା, ସମନ୍ୱିତ ଶିଶୁ ବିକାଶ ବିଭାଗ ର କ୍ଷେତ୍ର ପରିଦର୍ଶିକl କୁମାରୀ ମିନୁ ନାଏକ ,ସିଆର୍ପି, ଅଙ୍ଗନୱାଡି କର୍ମୀ,ଆଶାକର୍ମୀ, ସ୍ୱୟଂସହାୟକ ଗୋଷ୍ଠୀର ସଦସ୍ୟାବୃନ୍ଦ , ଗର୍ଭବତୀ ମହିଳା ଏବଂ ପ୍ରସୁତୀ ମାଆ ମାନେ ଯୋଗଦେଇଥିଲେ । ମିଲେଟ୍ ତଥା ମାଣ୍ଡିଆ ଖାଦ୍ୟ ରୂପେ ବ୍ୟବହୃତ କରିବା ଦ୍ୱାରା,ରୋଗ ପ୍ରତିରୋଧକ ଶକ୍ତି, ମିଲେଟ୍ ରେ ମା ଓ ଛୁଆର ଗୁରୁତ୍ଵ ଉପରେ ବିଭିନ୍ନ ଦିଗ ପ୍ରତି ଆଲୋଚନା କରାଯାଇଥିଲା । ଏହି ପରିପ୍ରେକ୍ଷୀରେ ମାଣ୍ଡିଆ, କ୍ଷୀର, ଗୁଡ ଇତ୍ୟାଦି ଦ୍ୱାରା ପ୍ରସ୍ତୁତ ହୋଇଥିବା ମାଣ୍ଡିଆ କ୍ଷୀରୀ ଉପସ୍ଥିତ ଥିବା ସମସ୍ତ ମହିଳା ମା, ଶିଶୁ ମାନଙ୍କୁ ଖିଆଯାଇଥିଲା। ଶେଷରେ ଉପସ୍ଥିତ ଥିବା ସମସ୍ତ ମହିଳା, ମିଲେଟ୍ ମିଶନ ସାଥିରେ ଏବଂ ମିଳେଟ୍ କୁ ନିଜର ଦୈନଦିନ ଜୀବନର ଖାଦ୍ୟାଭ୍ୟାସରେ ଆଣିବେ ବୋଲି ଶପଥ ନେଇଥିଲେ । ତେବେ ବେଶ ଉତ୍ସାହର ସହିତ ମିଲେଟ ମିଶନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।
ରାଜ୍ୟ
କତରକେଲା ଗ୍ରାମ ରେ "ସିଡି " ପକ୍ଷରୁ ରୁ ମିଲେଟ ମିଶନ କାର୍ଯ୍ୟକ୍ରମ
- Hits: 579








