ଚିଲିକା/ଖୋର୍ଦ୍ଧା:- (ସେକ୍ କୌସର) ଖୋର୍ଦ୍ଧା ଜିଲ୍ଲା ଚିଲିକା ନିର୍ବାଚନ ମଣ୍ଡଳୀ ଗସ୍ତ କଲେ ଫାଇଭ ଟି ସଚିବ ଭିକେ ପାଣ୍ଡିଆନ। ଚିଲିକା ନିର୍ବାଚନ ମଣ୍ଡଳୀର ସମସ୍ତ ଜନ ସାଧାରଣ ଙ୍କ ବିଭିନ୍ନ ସମସ୍ୟା ନେଇ ଜନ ସାଧାରଣ ଙ୍କ ଠାରୁ ଦରଖାସ୍ତ ନେଇ ସାତ ଦିନ ଭିତରେ ବିଭିନ୍ନ ସମସ୍ୟାର ସମାଧାନ ହେବ ବୋଲି ଦେଲେ ପତିଶୃତି । ଆଜି ନାଚୁଣୀ ଗୋଦାବରୀଶ ଉଚ୍ଚ ବିଦ୍ୟାଳୟ ଖେଳ ପଡିଆ ପରିସରରେ ଆୟୋଜିତ ଏକ ବିଶାଳ ସମାବେଶରେ ଯୋଗଦେଇ ଥିଲେ ଫାଇଭ ଟି ସଚିବ ଭିକେ ପାଣ୍ଡିଆନ l ଉକ୍ତ ସମାବେଶରେ ଚିଲିକା ନିର୍ବାଚନ ମଣ୍ଡଳୀର ଚଉତିରିଶି ପଞ୍ଚାୟତର ହଜାର ହଜାର ସଂଖ୍ୟା ରେ ମହିଳା ଓ ପୁରୁଷ ଯୋଗ ଦେଇଥିଲେ l ଏଥିରେ ଫାଇଭ ଟି ସଚିବ ଭିକେ ପାଣ୍ଡିଆନ ଯୋଗ ଦେବା ସହିତ ରାଜ୍ୟ ସଭା ସାଂସଦ ମାନସ ମଙ୍ଗରାଜ, ଖୋର୍ଦ୍ଧା ଉପ ଜିଲ୍ଲାପାଳ, ଖୋର୍ଦ୍ଧା ଏସପି ,ବାଲୁଗାଁ ବିଜ୍ଞାପିତ ଅଞ୍ଚଳ ପରିଷଦ ଅଧ୍ୟକ୍ଷା, ବାଣପୁର ବିଜ୍ଞାପିତ ଅଞ୍ଚଳ ପରିଷଦ ଅଧ୍ୟକ୍ଷ, ବାଣପୁର ତହସିଲଦାର, ଚିଲିକା ତହସିଲଦାର, ବାଣପୁର ବ୍ଲକ ବିଡ଼ିଓ ଓ ଚିଲିକା ବ୍ଲକ ବିଡ଼ିଓ ଙ୍କ ସମେତ ବହୁ ନେତା ପ୍ରସାଶନିକ ଅଧିକାରୀ ଯୋଗ ଦେଇଥିଲେ l ଏହି ବିଶାଳ ସଭାର ସୁରକ୍ଷା ପାଇଁ ବ୍ୟାପକ ବନ୍ଦୋବସ୍ତ ସ୍ଥାନୀୟ ପୋଲିସ ମାନଙ୍କ ଦ୍ଵାରା କଡା ସୁରକ୍ଷା ଦେବା ସହିତ କାଳେ କିଛି ବିଘ୍ନତା ଘଟିବ ସେଥିପାଇଁ ତୀକ୍ଷ୍ଣ ନଜର ରଖିବା ସହିତ କଡା ସୁରକ୍ଷା ବଳୟରେ ଫାଇଭ ଟି ସଚିବଙ୍କୁ ପାଛୁଟି ଆଣିଥିଲେ ବହୁ ନେତା ଓ ସ୍ଥାନୀୟ ପ୍ରସାଶନିକ ଅଧିକାରୀ ଓ ସାଧାରଣ କର୍ମୀ। ଜନ ସାଧାରଣ ଙ୍କ ଠାରୁ ଦରଖାସ୍ତ ନେଇ ବିଭିନ୍ନ ସମସ୍ୟା କୁ ଶୀଘ୍ର ପୂରଣ ସହିତ ବିଭିନ୍ନ ସମସ୍ୟା ବିଷୟରେ ଆଲୋଚନା ପର୍ଯ୍ୟାଲୋଚନା ବି କରିଥିଲେ l ଫାଇଭ ଟି ସଚିବ ଙ୍କ ନିକଟକୁ ପ୍ରଥମେ ୩୦୬ ଟି ଅଭିଯୋଗ ପତ୍ର ପହଞ୍ଚି ଥିଲା ଓ ପରେ ଅଭିଯୋଗ ପତ୍ର ବୃଦ୍ଧି ହୋଇ ୪୦୨ ଟି ଅଭିଯୋଗ ପାଇଥିଲେ। ଚିଲିକା ନିର୍ବାଚନ ମଣ୍ଡଳୀ ର ଉର୍ନ୍ନତି ପାଇଁ ଜିଲ୍ଲାପାଳ ଙ୍କୁ ନିର୍ଦେଶ ଦେଇଛନ୍ତି l ଏଥିରୁ ମନ୍ଦିର, ମସଜିଦ, ଚର୍ଚ୍ଚ, ପିଇବା ପାଣି, ବିଜୁଳି,ବାଲୁଗାଁ ଓ ବାଣପୁର ରେ ଇଣ୍ଡୋର ଷ୍ଟାଡିଅମ, ପାଣି ପ୍ରକଳ୍ପ ପାଇଁ ବାଲୁଗାଁ ପାଇଁ ୯କୋଟି, ବାଣପୁର ପାଇଁ ୭କୋଟି, ଚିଲିକା ଧିବର ମାନଙ୍କ ସମସ୍ୟା ଦୂର ପାଇଁ ଫିସ ଲାଣ୍ଡିଗ ହବ ୧୮କୋଟି, ମା ଭଗବତୀ ଙ୍କ ନୂତନ ନବୀକରଣ ପାଇଁ ୧୯କୋଟି ସାଂକ୍ସନ ସମେତ ବହୁତ ପ୍ରକାର ସମସ୍ୟା ଆଗାମୀ ୭ ଦିନ ଭିତରେ ତୁରନ୍ତ ସମାଧାନ ପାଇଁ ଜନସାଧାରଣଙ୍କୁ ପତିଶୃତି ଦେଇଥିଲେ ଫାଇଭ ଟି ସଚିବ ଭିକେ ପାଣ୍ଡିଆନ l
ରାଜ୍ୟ
ଚିଲିକା ନିର୍ବାଚନ ମଣ୍ଡଳୀ ଗସ୍ତ କଲେ ଫାଇଭ ଟି ସଚିବ ଭିକେ ପାଣ୍ଡିଆନ : ସାତ ଦିନ ଭିତରେ ହେବ ଜନସାଧାରଣଙ୍କ ବିଭିନ୍ନ ସମସ୍ୟାର ସମାଧାନ
- Hits: 324








