ହେଡଲାଇନସ୍:

ଜନଜାତିର ଛାତ୍ରଛାତ୍ରୀମାନଙ୍କୁ ମାତୃଭାଷାରେ ଶିକ୍ଷାଦାନ କୌଶଳ ସମ୍ପର୍କରେ ସଂସାଧକମାନଙ୍କ ଚାରିଦିନିଆ ତାଲିମ କାର୍ଯ୍ୟକମ ଉଦ୍ଘାଟିତ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଭୁବନେଶ୍ୱର : ଓଡ଼ିଶା ସରକାରଙ୍କ ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ଉନ୍ନୟନ ବିଭାଗ ତରଫରୁ ଅନୁସୂଚିତ ଜନଜାତିର ଛାତ୍ର ଛାତ୍ରୀ ମାନଙ୍କୁ ମାତୃଭାଷାରେ ଶିକ୍ଷାଦାନ ପାଇଁ ଅଭିନବ ପଦକ୍ଷେପ ଗ୍ରହଣ କରାଯାଉଛି । ବିଭାଗ ତରଫରୁ ୨୧ ଟି ଜନଜାତି ଭାଷାରେ ପ୍ରଥମରୁ ତୃତୀୟ ଶ୍ରେଣୀ ଯାଏ ପ୍ରସ୍ତୁତ ଅତିରିକ୍ତ ପଠନ ପୁସ୍ତିକା ପ୍ରସ୍ତୁତ ହୋଇସାରିଛି । ଏହା ପର୍ଯ୍ୟାୟ କ୍ରମେ ଭାଷାୱାରୀ ପ୍ରତେକ ଛାତ୍ର ଛାତ୍ରୀଙ୍କ ପାଖକୁ ପଠାଯିବ । ମାତୃଭାଷାରେ ଛାତ୍ର ଛାତ୍ରୀ ମାନଙ୍କୁ ପାଠ ପଢେଇବା କୌଶଳ ଆୟତ କରିବା ଉପରେ ସଂସାଧକ ମାନଙ୍କ ଚାରିଦିନିଆ ତାଲିମ କାର୍ଯ୍ୟକମ ର ଉଦଘାଟନ ଅବସରରେ ବିଭାଗୀୟ କମିଶନର ତଥା ଶାସନ ସଚିବ ଶ୍ରୀ ମତୀ ରୂପାରୋଶନ ସାହୁ ନିଜର ମତାମତ ଦେଇଛନ୍ତି।
ଅନୁସୂଚିତ ଅଞ୍ଚଳ ରେ କାର୍ଯ୍ୟରତ ସମସ୍ତ ପ୍ରାଥମିକ ବିଦ୍ୟଳୟର ଶିକ୍ଷକ ଶିକ୍ଷୟତ୍ରୀଙ୍କୁ ପନ୍ଦର ଦିନର ବହୁଭାଷୀ ଶିକ୍ଷଣ ସଂକ୍ରାନ୍ତ ବିଶେଷ ତାଲିମ ପ୍ରଦାନ କରାଯିବା ସହ ଶିକ୍ଷକ ସାଥି ପୁସ୍ତିକା ବିକଶିତ କରିବାକୁ ପରାମର୍ଶ ଦେଇଥିଲେ ।
ଶିକ୍ଷକ ମାନଙ୍କ ସହ ଶିକ୍ଷା ସଂକ୍ରାନ୍ତୀୟ ଆଲୋଚନା ପ୍ରସଙ୍ଗରେ ଜିଲ୍ଲା ସ୍ତରରେ ବହୁଭାଷୀ ଶିକ୍ଷଣ ପ୍ରୟୋଗ ଶାଳା ପ୍ରତିଷ୍ଠା, ମାତୃଭାଷା ଆଧାରିତ ଡିଜିଟାଲ ଶିକ୍ଷଣ ସାମଗ୍ରୀ, ମାତୃଭାଷା ଆଧାରିତ ଅତିରିକ୍ତ ପଠନ ପୁସ୍ତିକା ପ୍ରସ୍ତୁତ ସହ ମାତୃଭାଷାକୁ ଶିକ୍ଷାଦାନର ମାଧ୍ୟମ କରାଇବାରେ ପ୍ରାଥମିକ ଶିକ୍ଷକ ମାନଙ୍କୁ ସ୍ଵତନ୍ତ୍ର ଓ ପର୍ଯ୍ୟାପ୍ତ ତାଲିମ ଦେବା ଉପରେ ଆଦିବାସୀ ଭାଷା ଓ ସଂସ୍କୃତି ଏକାଡେମି କୁ ପରାମର୍ଶ ଦେଇଥିଲେ । ଏହି ତାଲିମ କାର୍ଯ୍ୟକ୍ରମରେ ଓଡ଼ିଶାର ଅବିଭକ୍ତ କୋରାପୁଟ, ଅବିଭକ୍ତ ଗଞ୍ଜାମ , କନ୍ଧମାଳ ଜିଲାରୁ ୩୦ ଜଣ ସଂସାଧକ ଶିକ୍ଷକ ଯୋଗଦାନ କରିଛନ୍ତି । ଉଦଘାଟନୀ ଉତ୍ସବ ରେ ବିଭାଗୀୟ ନିର୍ଦେଶକ ଶ୍ରୀ ଇନ୍ଦ୍ରମଣି ତ୍ରିପାଠୀଙ୍କ ସମେତ ବିଭାଗୀର ଯୁଗ୍ମ ନିର୍ଦେଶକ ଶ୍ରୀ ଟୁକୁ ବାରିକ, ଉପ ନିର୍ଦେଶକ ଶ୍ରୀ ମନୋଜ ନାୟକ, SCSTRTIର ସହକାରୀ ନିର୍ଦ୍ଦେଶିକା ସୁଶ୍ରୀ ମଧୁସ୍ମିତାସାହୁ, ATLC ର ଗବେଷଣା ସହାୟକ ସୁଶ୍ରୀ ସଂଯୁକ୍ତା ମହାରଣା ଙ୍କ ସମେତ ଅନ୍ୟାନ୍ୟ କର୍ମକର୍ତା ଯୋଗଦାନ କରିଥିଲେ ।

0
0
0
s2sdefault