ରାଉରକେଲା,(ବସନ୍ତ କୁମାର ଜେନା) : ସମାଜ ପ୍ରତି ଦାୟିତ୍ବ ଓ କର୍ତ୍ତବ୍ୟକୁ ସଫଳ ସମ୍ପାଦନା କରିଥିବା ବରିଷ୍ଠ ନାଗରିକ ଙ୍କୁ ସମ୍ମାନ ପ୍ରଦାନ କରିଛି ମାନବିକତା ପରିବାର । ଆଜି ସାରା ବିଶ୍ବରେ ବରିଷ୍ଠ ନାଗରିକ ଦିବସ ବିଭିନ୍ନ ପ୍ରାନ୍ତରେ ଭିନ୍ନ ଭିନ୍ନ ଢ଼ଙ୍ଗରେ ପାଳିତ ହେଉଛି। ଏ ସମାଜ ବରିଷ୍ଠ ନାଗରିକ ମାନଙ୍କ ସେବା ଓ ତାଙ୍କର କାର୍ଯ୍ୟଧାରା କୁ ନେଇ ଆଜି ମନେ ପକାଯାଉଛି। ସେମାନଙ୍କ ଦିଗଦର୍ଶନ ତଥା ପରିଚାଳିତ ମାର୍ଗ ଅନୁସରଣ କରି ଯୁବବର୍ଗ ଆଗକୁ ଅଗ୍ରସର ହୋଇଥାନ୍ତି। ତେଣୁ ସମାଜ ଗଠନ ରେ ସେମାନଙ୍କ ଭୂମିକା ସଦାସର୍ବଦା ଗ୍ରହଣୀୟ ବୋଲି ଅତିଥିମାନେ ମତ ରଖିଥିଲେ । ମାନବିକତାର ଅଧ୍ୟକ୍ଷ ସମାଜସେବୀ ପ୍ରଶାନ୍ତ ସେଠୀଙ୍କ ଅଧ୍ୟକ୍ଷତା ଓ ସମାଜସେବୀ ସଂଜୀବ ନାୟକଙ୍କ ସଂଯୋଜନାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଅତିଥି ଭାବେ ଡାକ୍ତର ସଦାନନ୍ଦ ମହାପାତ୍ର, ଡାକ୍ତର ଅକ୍ଷୟ ସାମଲ, ଅବସରପ୍ରାପ୍ତ ପୋଲିସ ଅଧିକାରୀ ଡଃ ସୁମନ ଦତ୍ତ, ଶିକ୍ଷାବିତ ବ୍ରଜେନ୍ଦ୍ର ଦାଶ ଓ ବିପିନ ବିହାରୀ ରାଉତରାୟ ପ୍ରମୁଖ ଯୋଗ ଦେଇଥିଲା ବେଳେ ମୁଖ୍ୟବକ୍ତା ଭାବେ ଅବସରପ୍ରାପ୍ତ ଇତିହାସ ଅଧ୍ୟାପକ ଡଃ ପ୍ରଭାତ କୁମାର ମଲ୍ଲିକ ଯୋଗ ଦେଇ ଏହି କାର୍ଯ୍ୟକ୍ରମ ରେ ନିଜର ଅନୁଭୂତି ଓ ମୂଲ୍ୟବାନ ସେବାର ପରିପ୍ରକାଶ କରି ଉପସ୍ଥିତ ସମସ୍ତଙ୍କୁ ପ୍ରେରଣା ଯୋଗାଇଥିଲେ । ଅତିଥିମାନେ ଓ ମୁଖ୍ୟବକ୍ତା ସେମାନଙ୍କ ବକ୍ତବ୍ଯରେ କହିଲେ ଯେ ବୟସ୍କ ମାନେ ନିଜକୁ ଅବହେଳିତ ମନେ ନକରି ମାନସିକ ସ୍ତରରେ ଯୁବକ ହୁଅନ୍ତୁ । ସମୟ ସହ ତାଳ ଦେଇ ସମାଜର ବିଭିନ୍ନ କାମରେ ନିଜକୁ ଜଡିତ ରଖନ୍ତୁ । ସ୍ବାସ୍ଥ୍ୟ ପ୍ରତି ସଚେତନ ରହିବା ସହ 'ମୁଁ କିଏ' ର ଆତ୍ମସମୀକ୍ଷା କରନ୍ତୁ ।
ସେହିପରି ନିଜର ଆତ୍ମଜ୍ଞାନ ଓ ଅଭିଜ୍ଞତା କୁ ଉପଯୋଗ କରନ୍ତୁ । ଏହାସହ ୨୦୦୭ ରେ ବରିଷ୍ଠ ନାଗରିକଙ୍କ ପାଇଁ ଥିବା ଆଇନ ଓ ଭରଣ ପୋଷଣ ଆଦି ଉପରେ ଆଲୋଚନା ସହ ବରିଷ୍ଠ ନାଗରିକ ଦିବସ ପାଳନର ତାତ୍ପର୍ଯ୍ୟ ସଂପର୍କରେ ଆଲୋଚନା କରିଥିଲେ । ସୂଚନାଯୋଗ୍ୟ ଯେ ୨୦୧୮ ରେ ଅନୁଷ୍ଠାନ ତରଫରୁ ଏହିଭଳି କାର୍ଯ୍ୟକ୍ରମ କରାଯାଇଥିଲା । ଶେଷରେ ସଂଯୋଜକ ସରୋଜ କୁମାର ନାୟକ ଧନ୍ୟବାଦ ଅର୍ପଣ କରିଥିଲେ। କାର୍ଯ୍ୟକ୍ରମ କୁ ସଫଳ ସମ୍ପାଦନା ରେ ନରେନ୍ଦ୍ର ମାହାନ୍ତି,ସୀମାଞ୍ଚଳ ଖଣ୍ଡୁଆଳ,ବିଶ୍ବ ରଞ୍ଜନ ରାଉତ, ସୈାମ୍ଯକାନ୍ତ ଦଳ,ତନ୍ମୟ ସେଠୀ, ଦେବବ୍ରତ ନାୟକ,ଚୁନୁ ସିଂ,ଜିତେନ ମାଛଖଣ୍ଡ,ନିଲୁ ସେଠୀ, ଶାନ୍ତନୁ ଦାସ ଓ ମାନବିକତା ପରିବାର ର ସଦସ୍ୟମାନେ ସହଯୋଗ କରିଥିଲେ।
ରାଜ୍ୟ
ମାନବିକତା ପରିବାର ପକ୍ଷରୁ ବିଶ୍ଵ ବରିଷ୍ଠ ନାଗରିକ ଦିବସ ପାଳିତ.
- Hits: 291








