ଜଗତସିଂହପୁର,ତା-୨୧.୦୮.୨୦୨୩/ସୁମନ୍ତ କୁମାର ଦାସ: ସମ୍ମାନିତ ଜିଲ୍ଲାପାଳ ତଥା ଡିଏମ୍ ଶ୍ରୀମତୀ ପାରୁଲ ପାଟୱାରୀ, ଆଇଏଏସ୍ ଆଜି ଜଗତସିଂହପୁର ପୌର କାର୍ଯ୍ୟାଳୟ ସମ୍ମୁଖରେ ଓରମାସ୍ ପ୍ରୋତ୍ସାହିତ ରାକ୍ଷୀ ଷ୍ଟଲ୍କୁ ଉଦ୍ ଘାଟନ କରିଛନ୍ତି। ଏହି ଷ୍ଟଲ ରେ ଜିଲ୍ଲାର ବିଭିନ୍ନ ସ୍ୱୟଂ ସହାୟକ ଗୋଷ୍ଠୀ ଓ ପିଜି ମହିଳାମାନଙ୍କୁ ଟେରାକୋଟା, ଗୋଲଡେନ ଗ୍ରାସ, ଆଖୁ ଓ ବାଉଁଶ, ଜୁଟ, ପାମ ଲିଫ୍ କାରିଗରୀ ଆଦିରୁ ପ୍ରସ୍ତୁତ ହାତ ତିଆରି ରାକ୍ଷୀ ପ୍ରଦର୍ଶନ ଓ ବିକ୍ରି ପାଇଁ ଏକ ପ୍ଲାଟଫର୍ମ ଦିଆଯିବ । ଉଦ୍ ଘାଟନୀ ଉତ୍ସବରେ ଜିଲ୍ଲା ପରିଷଦର ଅତିରିକ୍ତ କାର୍ଯ୍ୟନିର୍ବାହୀ ଅଧିକାରୀ, ପୌରପାଳିକାନିର୍ବାହୀ ଅଧିକାରୀ, ଡିଡିଏମ୍-ନାବାର୍ଡ, ଏଲ୍ ଡିଏମ୍, ଜଗତସିଂହପୁର, ଡିଆଇପିଆରଓ, ଜଗତସିଂହପୁର ଙ୍କ ସମେତ ଓରମାସ୍, ଓଡ଼ିଶା ଜୀବିକା ମିଶନ, ମିଶନ ଶକ୍ତି ଓ ଜିଲ୍ଲା ପରିଷଦର ଅଧିକାରୀମାନେ ଉପସ୍ଥିତ ଥିଲେ। ଏହି ରାକ୍ଷୀ ଷ୍ଟଲରେ କଡୁଆପଡ଼ାର ସାଇ ଜୁଟ ପ୍ରଯୋଜକ ଗୋଷ୍ଠୀ, ରଘୁନାଥପୁରର ସାରଳା ହସ୍ତଶିଳ୍ପ ପ୍ରଯୋଜକ ଗୋଷ୍ଠୀ, ଏରସମାର ସିବା ଶକ୍ତି ପ୍ରଯୋଜକ ଗୋଷ୍ଠୀ, ବାଲିକୁଦାର ପ୍ରଗତି ଗୋଲ୍ଡେନ୍ ଗ୍ରାସ୍ ପ୍ରଡ୍ୟୁସର ଗ୍ରୁପ୍, କୁଜଙ୍ଗର ଜୀବନ ଜ୍ୟୋତି ଟେରାକୋଟା ପ୍ରଯୋଜକ ଗୋଷ୍ଠୀ ଓ ରଘୁନାଥପୁରର ଭାଗ୍ୟଲକ୍ଷ୍ମୀ ପ୍ରଡ୍ୟୁସର ଗ୍ରୁପ୍ ଅଂଶଗ୍ରହଣ କରିଥିଲେ। ଏହି ଷ୍ଟଲ ଅଗଷ୍ଟ ୩୧ ତାରିଖ ପର୍ଯ୍ୟନ୍ତ ହାତତିଆରି ରାକ୍ଷୀର ପ୍ରଦର୍ଶନ ଏବଂ ବିକ୍ରି ପାଇଁ ଖୋଲା ରହିବ ।
ରାଜ୍ୟ
ଓରମାସ୍ ପ୍ରୋତ୍ସାହିତ ରାକ୍ଷୀ ଷ୍ଟଲ୍ ଉଦ୍ ଘାଟନ
- Hits: 359








