ହେଡଲାଇନସ୍:

"ଟ୍ରାଫିକ ସମସ୍ୟା ବନାମ ନାବାଳକଙ୍କ ଗାଡ଼ି ଚାଳନା"

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ପାଟଣାଗଡ଼,(ଯତୀନ୍ଦ୍ର ନନ୍ଦ)- ଜନଗହଳି ପୂର୍ଣ୍ଣ ପାଟଣାଗଡ଼ ସହରରେ ଦିନକୁ ଦିନ ଟ୍ରାଫିକ ସମସ୍ୟା ମହାମାରୀ କ୍ୟାନ୍ସର ଭଳି ରୂପ ନେଉଥିବା ବେଳେ କିନ୍ତୁ ସ୍ଥାନୀୟ ପୋଲିସ ପ୍ରଶାସନ ନାହିଁରେ ତେଲ ଦେଇ ଚୁପ ଚାପ ବସିରହିବା କେତେଦୂର ଯୁକ୍ତିଯୁକ୍ତ ଅଞ୍ଚଳ ବ୍ୟାପି ଚର୍ଚ୍ଚାର ବିଷୟ ହେବା ସହ ଅସନ୍ତୋଷ ମଧ୍ୟ ବୃଦ୍ଧି ପାଇବାରେ ଲାଗିଛି l ସେହିପରି ବେଆଇନ ନାବାଳକଙ୍କ ଲଗାମ ଛଡା ବାଇକ ଚାଳନା ଯୋଗୁଁ ଲୋକେ ଘରୁ ପଦାକୁ ବାହାରିବା ପାଇଁ ନିଜକୁ ନିରାପଦ ମଣୁନାହାନ୍ତି l ପରିତାପର ବିଷୟ, ସହରର ମୁଖ୍ୟ ଜନ ଗହଳିପୂର୍ଣ୍ଣ ଛକ୍କ ମାନଙ୍କରେ ପୋଲିସ ମୁତୟନ ଥାଇ ମଧ୍ୟ ଟ୍ରାଫିକ ନିୟନ୍ତ୍ରଣ କରିବାରେ ବିଫଳ ହେଉଛନ୍ତି l ଦିନ ବେଳା ଭାରୀଯାନ ଗୁଡିକୁ ସହର ଭିତରକୁ ନଛାଡିବା ପାଇଁ ଦୀର୍ଘଦିନରୁ ଦାବୀ ହୋଇଆସୁଥିଲେ ମଧ୍ୟ ପ୍ରଶାସନିକ ଅଧିକାରୀ କିମ୍ବା ପୋଲିସ କତୃପକ୍ଷ ଏଥିପ୍ରତି ଦୃଷ୍ଟି ଦେଉ ନଥିବାରୁ ସମସ୍ୟା ଆହୁରି ଗୁରୁତର ହେଉଛି l ତେବେ ଏଠି ନକହି ରହିହେଉନି ଯେ,କମ ବୟସର ପିଲାମାନେ ୨ ଚକିଆ ଚାରି ଚକିଆ ଯାନ ଚଳାଉଥିବାର ଦେଖିବାକୁ ମିଳୁଛି l ନିୟମ ଅନୁସାରେ ୧୮ ବର୍ଷରୁ କମ  ପୁଅ ଝିଅଙ୍କୁ ଗାଡ଼ି ଚଳାଇବାର ଲାଇସେନ୍ସ ଦିଆଯାଉନଥିବା ବେଳେ କିନ୍ତୁ ପାଟଣାଗଡ଼ରେ ତାର ଓଲଟା ଦେଖିବାକୁ ମିଳୁଛି l ପୋଲିସ କତ୍ତୃପକ୍ଷଙ୍କୁ ତ କିଛି ଦେଖାଯାଉନି ଯାଉନି ତା'ସଙ୍ଗେ ସଙ୍ଗେ ଗାଡ଼ି ଚଳାଉଥିବା ନାବାଳକ ନାବାଳିକାଙ୍କର ଅଭିଭାବକଙ୍କୁ ମଧ୍ୟ କିଛି ଫରକ ପଡୁନାହିଁ ଯାହା ଅତ୍ୟନ୍ତ ଚିନ୍ତାର ବିଷୟ ଅଟେ l ତେବେ ବେଆଇନ ଭାବେ ଗାଡ଼ି ଚଳାଉଥିବା ନାବାଳକ ନାବାଳିକା ମାନଙ୍କର ଅଭିଭାବକ ମାନଙ୍କୁ ମୋଟା ଅଙ୍କର ଫାଇନ କରାଗଲେ ସମସ୍ୟାରେ କିଛି ମାତ୍ରାର ସୁଧାର ଆସିପାରନ୍ତା ବୋଲି କୁହାଯାଉଛି l ଅନ୍ୟପକ୍ଷରେ ରାଜକୋଷରୁ ମାସିକ ମୋଟା ଅଙ୍କର ଦରମା ଉଠାଇ ଚାଲିଥିବା ସ୍ଥାନୀୟ ଅଞ୍ଚଳର କାର୍ଯ୍ୟରତ୍ତ ପୋଲିସ କର୍ମଚାରୀଙ୍କର ଗୁରୁ ଦାୟିତ୍ୱରେ ଅବହେଳାର ପରିଣାମ କେତେ ଭୟାଭୟ ଯେ ତାହାର ସ୍ମରଣ ପୂର୍ବକ ଇତିହାସ ସୃଷ୍ଟିକାରୀ ବିହୀତ ପଦକ୍ଷେପ ଗ୍ରହଣ କରିବାକୁ ଜିଲ୍ଲା ପ୍ରଶାସନ ନିକଟରେ  ସାଧାରଣ ଜନତାଙ୍କର ଦାବୀ ହୋଇଛି l

0
0
0
s2sdefault