ହେଡଲାଇନସ୍:

ଇଙ୍ଗିନାଠି ସମବାୟ ସମିତିରେ ଲୋକଙ୍କ ଅଜାଣତରେ ଋଣ କରି ଟଙ୍କା ହଡ଼ପ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଉପଜିଲ୍ଲାପାଳଙ୍କ ଦ୍ବାରସ୍ଥ ହେଲେ ଗ୍ରାମବାସୀ

ଗଂଜାମ ଜିଲ୍ଲା ପ୍ରତିନିଧି,(ନିଲୁ ବିଷୋୟୀ ): ବେଲଗୁଣ୍ଠା ବ୍ଳକ ଇଙ୍ଗିନାଠି ସେବା ସମବାୟ ସମିତି ପକ୍ଷରୁ ଅଜାଣତରେ ଲୋକଙ୍କ ଦସ୍ତଖତ ନେଇ ସେମାନଙ୍କ ନାଁରେ ଲକ୍ଷାଧିକ ଟଙ୍କା ଋଣ କରାଯାଇ ଏହାକୁ ହଡ଼ପ କରାଯାଇଛି। ଏଥିରେ ସମବାୟ ସମିତିର ପୂର୍ବତନ ସଭାପତି, ସମ୍ପାଦକ ଓ ସୁପରଭାଇଜରଙ୍କ ସଂପୃକ୍ତି ଥିବା ଅଭିଯୋଗ ଆସିଛି। ବେଲଗୁଣ୍ଠା ବ୍ଲକ୍ ଇଙ୍ଗିନାଠି ପଞ୍ଚାୟତର ଇଙ୍ଗନାଠି, ମନ୍ଦାର, ଉସ୍ତପଲ୍ଲୀ ଓ ରତଙ୍ଗ ପଞ୍ଚାୟତର ବିଭିନ୍ନ ଗ୍ରାମର ବହୁ ଶତାଧିକ ଗ୍ରାମବାସୀ ଏହି ମର୍ମରେ ଅଭିଯୋଗ ଆଣି ଭଞ୍ଜନଗର ଉପଜିଲ୍ଲାପାଳଙ୍କ ଦ୍ବାରସ୍ଥ ହୋଇଛନ୍ତି। ପଞ୍ଚାୟତର ବହୁ ଗରିବ ଚାଷୀ, ଅସହାୟ ଓ ଭୂମିହୀନ ଲୋକଙ୍କୁ ମଣ୍ଡିରେ ଧାନ ବିକ୍ରି କରିବା ଏବଂ କାଳିଆ ଯୋଜନାରେ ଟଙ୍କା ମିଳିବା ଭଳି ପ୍ରଲୋଭନ ଦେଖାଇ ସେମାନଙ୍କ ଆଧାରକାର୍ଡ଼ ସହ ଦସ୍ତଖତ ନିଆଯାଇଥିଲା। ନୂଆ ସଭାପତି ରାଜ୍ୟ ସରକାରଙ୍କ ବଳରାମ ଯୋଜନାରେ ଜେଏଲ୍‌ ଗ୍ରୁପ୍ କରିବା ପାଇଁ ହିତାଧିକାରୀ ଚୟନ ସମୟରେ ସେମାନଙ୍କ ନାମରେ ଋଣ ରହିଥିବା ଜାଣିବାକୁ ପାଇଥିଲେ। କିନ୍ତୁ ଆଜି ପର୍ଯ୍ୟନ୍ତ ସେମାନଙ୍କୁ ଋଣ ଟଙ୍କା ମିଳି ନଥିବା ଗ୍ରାମବାସୀ କହିଛନ୍ତି। ସେମାନଙ୍କ ନାମରେ ଟଙ୍କା ଉଠାଇ ଆତ୍ମସାତ୍ କରିଥିବା ଅଭିଯୋଗ ହୋଇଛି। ଏଣୁ ତୁରନ୍ତ ଏହାର ତଦନ୍ତ ସହ କାର୍ଯ୍ୟାନୁଷ୍ଠାନ ଗ୍ରହଣ ଏବଂ ଋଣଛାଡ଼ ଦାବି କରାଯାଇଛି। ପୂର୍ବରୁ ଏ ନେଇ ଅଞ୍ଚଳବାସୀ ସ୍ଥାନୀୟ ବେଲଗୁଣ୍ଠା ପୋଲିସ ନିକଟରେ ଅଭିଯୋଗ କରିଥିଲେ ମଧ୍ୟ କୌଣସି ସୁଫଳ ମିଳିନଥିବା ବେଳେ ଅଭିଯୋଗ ଆସିବା ପରେ ଗଞ୍ଜାମ ଏସପିଙ୍କ ନିର୍ଦେଶ କ୍ରମେ ପୋଲିସ ତଦନ୍ତ ଆରମ୍ଭ କରିଛି ।

0
0
0
s2sdefault