ହେଡଲାଇନସ୍:

୩ଛୁଆ ପାଇଁ ପଦଵୀ ହରାଇଲେ ଓ୍ୟାର୍ଡ଼ସଭ୍ୟ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଓଡ଼ଗାଁ,୨୧।୮ (ଶ୍ରୀକାନ୍ତ କୁମାର ମିଶ୍ର): ୨ ଜଣ ସ୍ତ୍ରୀ ପାଇଁ ଜଣଙ୍କର ଓ୍ୟାର୍ଡ଼ସଭ୍ୟ ପଦବୀ ଚାଲିଯାଇଥିବା ବେଳେ ସୋମବାର ଅନ୍ୟ ଏକ ସ୍ଥାନରେ ୩ ଜଣ ଛୁଆଙ୍କ ପାଇଁ ଆଉ ଜଣେ ଓ୍ୟାର୍ଡ଼ ସଭ୍ୟଙ୍କ ପଦବୀ ଚାଲିଯାଇଛି । ଏଭଳି ଘଟଣା ଘଟିଛି ଓଡ଼ଗାଁ ବ୍ଲକ୍ ଅନ୍ତର୍ଗତ ବରସାହି ଗ୍ରାମ ପଞ୍ଚାୟତରେ।ସୂଚନା ଅନୁଯାୟୀ ବରସାହି ପଞ୍ଚାୟତ ଶିଙ୍ଗାରପୁର ଗ୍ରାମ ୮ନମ୍ବର ଓ୍ୟାର୍ଡ଼ ପାଇଁ ୨ଜଣ ପ୍ରାର୍ଥୀଙ୍କ ମଧ୍ୟରେ ପ୍ରତିଦ୍ବନ୍ଦିତା ହେଉଥିଲା। ଗୀତାଞ୍ଜଳୀ ସ୍ବାଇଁଙ୍କୁ ପରାଜିତକରି ପଞ୍ଚାନନ ପ୍ରଧାନ ବିଜୟୀ ହୋଇଥିଲେ । ମାତ୍ର ପଞ୍ଚାନନଙ୍କର ୩ ଜଣ ଛୁଆ ଥିବାରୁ ନିକଟତମ ପ୍ରତିଦ୍ବନ୍ଦୀ ଗୀତାଞ୍ଜଳୀ ସ୍ବାଇଁ କୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ। ଗୀତାଞ୍ଜଳୀଙ୍କ ଅଭିଯୋଗକୁ କୋର୍ଟ ଖାରଜ କରିବାରୁ ସେ ଓଡ଼ଗାଁ ଅତିରିକ୍ତ ଜିଲ୍ଲା କୋର୍ଟରେ ଅପିଲ କରିଥିଲେ।ସୋମବାର ମାନ୍ୟବର କୋର୍ଟ ଅଭିଯୋଗକୁ ବିଚାରକରି ପଞ୍ଚାନନଙ୍କର ୩ ଜଣ ଛୁଆ ଥିବାରୁ ତାଙ୍କ ଓ୍ୟାର୍ଡ଼ସଭ୍ୟ ପଦକୁ ଅସିଦ୍ଧ ଘୋଷଣା କରିବା ସହିତ ପରାଜିତ ପ୍ରାର୍ଥୀ ଗୀତାଞ୍ଜଳୀ ସ୍ବାଇଁଙ୍କୁ ଓ୍ୟାର୍ଡ଼ସଭ୍ୟ ଭାବେ ଘୋଷଣା କରିଛନ୍ତି। ଏହି ମାମଲାକୁ ବରିଷ୍ଠ ଆଇନଜୀବି କାଳୁଚରଣ ସ୍ବାଇଁ ପରିଚାଳନା କରିଥିବା ଜଣାପଡ଼ିଛି।

0
0
0
s2sdefault