ପଦ୍ମପୁର :- ଆଜି ବରଗଡ଼ ଜିଲ୍ଲା ଝାରବନ୍ଧ ବ୍ଲକରେ ଜିଲ୍ଲାପାଳଙ୍କ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ଏଥିରେ ବରଗଡ଼ ଜିଲ୍ଲାପାଳ, ଆରକ୍ଷୀ ଅଧିକ୍ଷକ, ପ୍ରକଳ୍ପ ନିର୍ଦ୍ଦେଶକ, ପଦ୍ମପୁର ଉପଜିଲ୍ଲାପାଳ, ଝାରବନ୍ଧ ବିଡ଼ିଓ, ତହସିଲଦାର୍ ଓ ସମସ୍ତ ବିଭାଗୀୟ ଅଧିକାରୀ ଯୋଗଦେଇ ଜନସାଧାରଣଙ୍କ ସମସ୍ୟା ଶୁଣିଛନ୍ତି। ସେସବୁ ସମସ୍ୟାର ତୁରନ୍ତ ସମାଧାନ ପାଇଁ ଜିଲ୍ଲାପାଳ ସମସ୍ତ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଝାରବନ୍ଧର ବ୍ଲକ କାର୍ଯ୍ୟାଳୟ ପରିସରରେ ଥିବା ସଭାଗୃହରେ ଏହି ଶୁଣାଣି ସବୁ ହୋଇଥିଲା। ଏଥିରେ ମୋଟ୍ ୧୬୯ ଟି ସମସ୍ୟାର ସମାଧାନ ପାଇଁ ଲୋକେ ଆବେଦନ କରିଥିଲେ। ସେହିସବୁ ସମସ୍ୟାର ତୁରନ୍ତ ସମାଧାନ କରିବାକୁ ବରଗଡ଼ ଜିଲ୍ଲାପାଳ ସମସ୍ତ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଏହି ଅଭିଯୋଗ ଶୁଣାଣିକୁ ଜନସାଧାରଣ ନିଜର ଛୋଟ ବଡ଼ ସମସ୍ତ ସମସ୍ୟାର ସମାଧାନ ପାଇଁ ଆସିଥିଲେ। ରାଜ୍ୟ ସରକାରଙ୍କ ବିଭିନ୍ନ ଜନକଲ୍ଯାଣକାରୀ ଯୋଜନାରେ ସାମିଲ ହେବାପାଇଁ ମଧ୍ଯ ଲୋକେ ଏହି ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମକୁ ଆସିଥିଲେ। ସେହି ସମସ୍ତ ସମସ୍ୟାର ସମାଧାନ ପାଇଁ ନିର୍ଦ୍ଦିଷ୍ଟ ବିଭାଗର ଅଧିକାରୀ ମାନେ ଉପସ୍ଥିତ ରହି ଲୋକଙ୍କ ସମସ୍ତ ସମସ୍ୟାର ପ୍ରତିକାର କରିବା ପାଇଁ ବିହୀତ ପଦକ୍ଷେପ ମଧ୍ୟ ଗ୍ରହଣ କରିଛନ୍ତି। ଏହା ସହ ସମସ୍ତ ବିଭାଗ ପକ୍ଷରୁ ଯେପରି ସମସ୍ତ ନାଗରିକଂକୁ ଉଚିତ ଭାବରେ ସରକାରୀ ସେବା ମାନ ଯୋଗାଇ ଦିଆଯିବ ସେଥିପ୍ରତି ଯତ୍ନବାନ ହେବାପାଇ ଜିଲ୍ଲାପାଳ ସମସ୍ତ ବିଭାଗୀୟ ଅଧିକାରୀଂକୁ ତାଗିଦ୍ କରିଛନ୍ତି । ଶେଷରେ ଜିଲ୍ଲାପାଳ, ଆରକ୍ଷୀ ଅଧିକ୍ଷକ, ପ୍ରକଳ୍ପ ନିର୍ଦ୍ଦେଶକ ଓ ଉପଜିଲ୍ଲାପାଳ ଜନସାଧାରଣଂକୁ ସାକ୍ଷାତ୍ କରି ଅନ୍ଯାନ୍ଯ ଆନୁସଂଗିକ ବ୍ଯବସ୍ଥା ସବୁ ବିଷୟରେ ପଚାରି ବୁଝିଛନ୍ତି ।









