ଭଞ୍ଜନଗର (ଉଦୟନାଥ ପଣ୍ଡା): ଭଞ୍ଜନଗର ଉପଖଣ୍ଡସ୍ତରୀୟ ଦିବ୍ୟାଙ୍ଗ ଓ ସାଧାରଣ ଜନତାଙ୍କ ଜନ ସମାଧାନ ସୋମବାର ଅନୁଷ୍ଠିତ ହୋଇଯାଇଛି । ଗଞ୍ଜାମ ଆରକ୍ଷୀ ଅଧିକ୍ଷକ ଶ୍ରୀ ଜଗମୋହନ ମୀନା ଓ ଭଂଜନଗର ଉପଜିଲ୍ଲାପାଳ ଶ୍ରୀ ଜ୍ୟୋତି ଶଙ୍କର ରାୟ ଆଜିର ଏହି ଅଭିଯୋଗ ଶୁଣାଣିରେ ଅଂଶଗ୍ରହଣ କରି, ସମୁଦାୟ ୧୯୧ଟି ଅଭିଯୋଗ ପତ୍ର ଗ୍ରହଣ କରିଥିଲେ । ବ୍ୟକ୍ତିଗତ ଅଭିଯୋଗ ୧୭୯ ଟି ଥିବାବେଳେ ,ଗ୍ରାମୀୟ ଅଭିଯୋଗ ୧୨ ଟି ଥିଲା,ଜିଲ୍ଲାପାଳ ତ୍ୱରିତ ୧ ଗୋଟି ଅଭିଯୋଗର ଫଇସଲା କରିଥିଲେ। ଆଜିର ଅଭିଯୋଗ ସମୟରେ ୩୩ ଜଣଙ୍କୁ (ଭିନ୍ନକ୍ଷମ ଏଂବ ବାର୍ଦ୍ଧକ୍ୟ )ଭତ୍ତା ପ୍ରଦାନ କରାଯାଇଥିଲା ଏବଂ ଏହା ସହିତ ଜଣକୁ ଟ୍ରାୟ ସାଇକେଲ ଓ ଅନ୍ୟ ଜଣକୁ ହୁଇଲ ଚେୟାର ପ୍ରଦାନ କରାଯାଇଥିଲା । ଏବଂ ବାଉଁଶ ଲୁଣ୍ଡି ପଞ୍ଚାୟତ ର ଏ,ସ୍ୱପ୍ନାଙ୍କୁ ଘର ପଟା ଦିଆଯାଇଥିଲା। ଗ୍ରହଣ କରାଯାଇଥିବା ଆବେଦନଗୁଡିକର ଶୁଣାଣି କରି ସମ୍ପୃକ୍ତ ବିଭାଗୀୟ ଅଧିକାରୀମାନଙ୍କୁ ପ୍ରେରଣ କରାଯାଇ ତୁରନ୍ତ ସମାଧାନ କରିବା ଦିଗରେ ନିର୍ଦେଶ ପ୍ରଦାନ କରାଯାଇଥିଲା । ଏହି ଅଭିଯୋଗ ଶୁଣାଣି ସମୟରେ ,ଭଞ୍ଜନଗର , ଏସ.ଡ଼ି.ପି.ଓ. ଶ୍ରୀ ବିଶ୍ୱାମିତ୍ର ହରପାଲ , ଉପଖଣ୍ଡ ସ୍ୱାସ୍ଥ୍ୟ ଅଧିକାରୀ ଡାକ୍ତର ଶ୍ରୀ ସୀତାଂଶୁ କୁମାର ଶତପଥୀ, ଭଂଜନଗର ବି.ଡ଼ି ଓ. ଶ୍ରୀ ଶଶିଭୂଷଣ ମହାପାତ୍ର,,ଭଂଜନଗର ତହସିଲଦାର ଶ୍ରୀ ଅଚ୍ୟୁତା ନନ୍ଦ ଯାନୀ, ଭଞ୍ଜନଗର ଥାନା ଅଧିକାରୀ ଶ୍ରୀ ଧୀରେଶ ଦାଶ, ଅତିରିକ୍ତ ଯୋଗାଣ ଅଧିକାରୀ ଶ୍ରୀ ଅସିତ କୁମାର ମହାନ୍ତି ,ସାମାଜିକ ସୁରକ୍ଷା ଅଧିକାରୀ ଏସିଓ ଶବର, ଏଷ୍ଟାବ୍ଲିଶମେଣ୍ଟ ଅଧିକାରୀ ଶ୍ରୀ ଅନିଲ କୁମାର ପଣ୍ଡା, ଭଞ୍ଜନଗର ଉପଖଣ୍ଡ ସୂଚନା ଲୋକ ସମ୍ପର୍କ ଅଧିକାରୀ ଶ୍ରୀ ଗୌରୀ ଶଙ୍କର ଶତପଥୀ ମହୋଦୟ ଏବଂ ପ୍ରତ୍ୟେକ ବିଭାଗର ଅଧିକାରୀମାନେ ଜ଼ିଲ୍ଲାପାଳ ଓ ଆରକ୍ଷୀ ଅଧୀକ୍ଷକଙ୍କ ଯୁଗ୍ମ ଅଭିଯୋଗ ଶୁଣାଣୀରେ ଉପସ୍ଥିତ ଥିଲେ l








