ହେଡଲାଇନସ୍:

ଯୁଧିଷ୍ଠିର ଆଇନ୍ ମହାବିଦ୍ୟାଳୟରେ ରାଜ୍ୟସ୍ତରୀୟ ସେମିନାର କାର୍ଯ୍ୟକ୍ରମ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ବଲାଙ୍ଗିର/ ସନ୍ତୋଷ ଠାକୁର : ସ୍ଥାନୀୟ ଯୁଧିଷ୍ଠିର ଆଇନ୍ ମହାବିଦ୍ୟାଳୟରେ ଯୁଧିଷ୍ଠିର ମିଶ୍ରଙ୍କ ଜୟନ୍ତୀ ପାଳିତ ହୋଇଯାଇଛି । ଏହି ଜୟନ୍ତୀ ଉପଲକ୍ଷେ “ବିଧାନ ସଭା ସଦସ୍ୟମାନଙ୍କର ଅବାସ୍ତବ ସମ୍ଭାବନା : ଆଗ୍ରହ ଓ ଦକ୍ଷତା” ବିଷୟରେ ଏକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ପ୍ର. ଦେବେନ୍ଦ୍ର ନାଥ ମିଶ୍ର, ମୁଖ୍ୟ ବକ୍ତା ଭାବେ ପ୍ର. ମିନତୀ ବେହେରା ଓ ଡ. ପ୍ରହଲ୍ଲାଦ ସାହୁ ଏବଂ କଲେଜର ଅଧ୍ୟକ୍ଷ ସଞ୍ଜିବ କୁମାର ପ୍ରଧାନ ମଂଚାସୀନ ଥିଲେ । ମୁଖ୍ୟ ଅତିଥି ଓ ମୁଖ୍ୟ ବକ୍ତା ମିଳିତ ଭାବରେ ଦୀପ ପ୍ରଜ୍ଜ୍ୱଳନ ତଥା ପୁଷ୍ପମାଲ୍ୟ ଅର୍ପଣ କରି କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ । କାର୍ଯ୍ୟକ୍ରମ ସମାପ୍ତ ପରେ ନବାଗତ ଛାତ୍ରଛାତ୍ରୀମାନଙ୍କ ନିମନ୍ତେ ସ୍ୱାଗତ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଥିଲା । ଏହି କାର୍ଯ୍ୟକ୍ରମରେ କଲେଜର ସହକାରୀ ପ୍ରଫେସର ଚଣ୍ଡି ପ୍ରସାଦ ଖମାରୀ, ସହକାରୀ ପ୍ରଫେସର ମନିନ୍ଦ୍ର ସିଂ ହଂସପାଲ, ସହକାରୀ ପ୍ରଫେସର ସୁଶିଲ କୁମାର ଦୀପ, କଲେଜର ସମସ୍ତ କର୍ମଚାରୀ ତଥା ସମସ୍ତ ଛାତ୍ରଛାତ୍ରୀ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ସହଯୋଗ କରିଥିଲେ ।

0
0
0
s2sdefault