ହେଡଲାଇନସ୍:

୫-ଟି ସଚିବଙ୍କ ଗଞ୍ଜାମ ଗସ୍ତକୁ ନେଇ ସବୁଠି ତତ୍ପରତା: ହେଲିପ୍ୟାଡ଼ ଓ ସଭାସ୍ଥଳ ବୁଲି ଦେଖିଲେ ଜିଲ୍ଲାପାଳ

User Rating: 2 / 5

Star ActiveStar ActiveStar InactiveStar InactiveStar Inactive
 

ଗଞ୍ଜାମ ଜିଲ୍ଲା ପ୍ରତିନିଧି,(ନିଲୁ ବିଷୋୟୀ ):- ୫-ଟି ସଚିବ ଭି.କେ ପାଣ୍ଡିଆନ୍‌ଙ୍କ ତିନିଦିନିଆ ଗଂଜାମ ଜିଲ୍ଲା ଗସ୍ତକୁ ସଫଳ କରିବା ପାଇଁ ବିଜେଡି ଓ ଜିଲ୍ଲା ପ୍ରଶାସନ ପକ୍ଷରୁ ତତ୍ପରତା ଦେଖିବାକୁ ମିଳିଛି। ଆସନ୍ତା ୨୫ରୁ ତିନିଦିନ ଧରି ୫-ଟି ସଚିବ ଗଂଜାମ ଜିଲ୍ଲାର ୧୨ଟି ନିର୍ବାଚନମଣ୍ଡଳୀରେ ୧୪ଟି କାର୍ଯ୍ୟକ୍ରମ କରିବେ। ସେଥିମଧ୍ୟରୁ ୧୨ଟି ନିର୍ବାଚନମଣ୍ଡଳୀରେ ୧୨ଟି ସାଧାରଣ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମ ରହିଥିବା ବେଳେ ଆସନ୍ତା ୨୭ ରେ ଭଞ୍ଜନଗର ଗସ୍ତ କରିବାର କାଯ୍ୟକ୍ରମ ରହିଛି। ତେଣୁ ଏହି କାର୍ଯ୍ୟକ୍ରମ କିଭଳି ସୁରୁଖୁରୁରେ ହେବ ସେ ନେଇ ସମୀକ୍ଷା କରିଛନ୍ତି ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡା ଏବଂ ପ୍ରକଳ୍ପ ନିର୍ଦ୍ଦେଶକ ଭି.କିର୍ତ୍ତିଭାସନ। ରବିବାର ମଧ୍ୟାହ୍ନ ସମୟରେ କେଏସୟୁବି କଲେଜ ଖେଳ ପଡିଆରେ ପହଞ୍ଚି ସେଠାରେ ହେବାକୁ ଥିବା ହେଲିପ୍ୟାଡ୍ ଓ କାର୍ଯ୍ୟକ୍ରମ ସ୍ଥଳ ବୁଲି ଦେଖିଥିଲେ। ଏଥିସହ ଗସ୍ତ ଯେଭଳି ସୂଚାରୁ ରୂପେ ସମ୍ପାଦନ ହେବ ସେନେଇ ବିଡିଓ ଶଶୀଭୂଷଣ ମହାପାତ୍ର,ତହସିଲଦାର ଅଚ୍ୟୁତାନନ୍ଦ ଜାନୀଙ୍କ ସହ ଆଲୋଚନା କରିଥିଲେ। ଏଥିସହ ଅଭିଯୋଗ ପ୍ରଦାନ କରିବାକୁ ଆସିଥିବା ଲୋକ ମାନେ କିଭଳି ସୁବିଧାରେ ଯିବା ଆସିବା କରି ପାରିବେ। ସେମାନଙ୍କ ପାଇଁ ପାର୍କିଂ ବ୍ୟବସ୍ଥା ଆଦି ସ୍ଥାନ ଚିହ୍ନଟ କରିବା ନେଇ ଆଲୋଚନା କରିଥିଲେ। ସୁରକ୍ଷା ବ୍ୟବସ୍ଥା କଡାକଡି କରିବା ସହ ଗସ୍ତ ନେଇ ସଂପୂର୍ଣ୍ଣ ରୂପରେଖ ପ୍ରସ୍ତୁତ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ଏହି ସମୟରେ ଏସ୍ଡିପିଓ ବିଶ୍ବାମିତ୍ର ହରପାଲ,ଥାନା ଅଧିକାରୀ ଧୀରେଶ କୁମାର ଦାସ,ନିର୍ମାଣ ବିଭାଗ ସହକାରୀ କାର୍ଯ୍ୟ ନିର୍ବାହୀ ଅଧିକାରୀ ଇଂ ପ୍ରତାପ ନାୟକ,ସହକାରୀ ଯନ୍ତ୍ରୀ ଇଂ ଗୋପାଳ ଚନ୍ଦ୍ର ବେହେରା ପ୍ରମୁଖ ଉପସ୍ଥିତ ରହିଥିଲେ। ସେହିପରି ଏହି କାର୍ଯ୍ୟକ୍ରମରେ ଯେଭଳି ହଜାର ହଜାର ସଂଖ୍ୟାରେ ଲୋକେ ଆସି ନିଜ ନିଜ ନିର୍ବାଚନମଣ୍ଡଳୀ ରେ ହେବାକୁ ଥିବା ଅଭିଯୋଗ ଶୁଣାଣିରେ ଯୋଗଦେବେ ସେଥି ନେଇ ଶାସକ ଦଳର ବରିଷ୍ଠ ନେତାମାନେ ପ୍ରସ୍ତୁତି ଆରମ୍ଭ କରି ଦେଇଛନ୍ତି।

ଶନିବାର ଦିନ ସ୍ଥାନୀୟ ଷ୍ଟେସନ୍‌ ରୋଡ଼ ସ୍ଥିତ ସ୍ବତନ୍ତ୍ର ସର୍କିଟ୍‌ ହାଉସ୍‌ ଠାରେ ବିଜେଡିର ଏକ ପ୍ରସ୍ତୁତି ବୈଠକ ଜିଲ୍ଲା ସଭାପତି ଡା. ରମେଶ ଚନ୍ଦ୍ର ଚ୍ୟାଉପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା। ବୈଠକରେ ବିଜେଡି ରାଜ୍ୟ ସାଧାରଣ ସମ୍ପାଦକ(ସାଂଗଠନିକ) ତଥା ଯାଜପୁର ବିଧାୟକ ପ୍ରଣବ ପ୍ରକାଶ ଦାଶ ଓ ବିଜେଡି ବ୍ରହ୍ମପୁର ଲୋକସଭା ନିର୍ବାଚନମଣ୍ଡଳୀର ପର୍ଯ୍ୟବେକ୍ଷକ ତଥା ରାଜ୍ୟସଭା ସାଂସଦ ମାନସ ରଂଜନ ମଙ୍ଗରାଜ ଯୋଗଦେଇ ଜିଲ୍ଲାର ସମସ୍ତ ସାଂସଦ, ଦଳୀୟ ବିଧାୟକ ଓ ବିଭିନ୍ନ ନିର୍ବାଚନମଣ୍ଡଳୀର କର୍ମକର୍ତ୍ତାଙ୍କ ସହ ଆଲୋଚନା କରିଥିଲେ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶକ୍ରମେ ଆସନ୍ତା ୨୫ରୁ ୨୭ତାରିଖ ତିନିଦିନ ୫-ଟି ସଚିବ ଗଞ୍ଜାମ ଜିଲ୍ଲା ଗସ୍ତ କରିବେ। ଏଥିରେ ଯୁବ, ଛାତ୍ର, ମହିଳା, ଚାଷୀ, ଗରିବ ଲୋକମାନେ କିପରି ସାମିଲ ହୋଇ ସେମାନଙ୍କ ଅଭିଯୋଗ ଦାଖଲ କରିବେ ସେନେଇ ନେତାମାନଙ୍କୁ ଅବଗତ କରାଇଥିଲେ। ଗଞ୍ଜାମ ଜିଲ୍ଲାର ବିଭିନ୍ନ ସ୍ଥାନରେ ସାଧାରଣ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି। ପ୍ରତି କାର୍ଯ୍ୟକ୍ରମରେ ଯେଭଳି ହଜାରହଜାର ସଂଖ୍ୟାରେ ଲୋକେ ଯୋଗଦେବେ ସେଥିନେଇ ଗୁରୁତ୍ବାରୋପ କରିଥିଲେ। ବିଶେଷ କରି ଏଥିରେ ଛାତ୍ର, ଯୁବ ଓ ମହିଳାଗୋଷ୍ଠୀ ଯେଭଳି ଅଧିକ ସାମିଲ ହେବେ ସେନେଇ ଗୁରୁତ୍ବ ଦିଆଯାଇଛି।

0
0
0
s2sdefault