ହେଡଲାଇନସ୍:

କାର ଧକ୍କା ରେ ମହିଳା କାଉଡ଼ିଆ ସମେତ ୨ ମୃତ,୧୦ ଉର୍ଦ୍ଧ୍ବ ଆହତ

User Rating: 2 / 5

Star ActiveStar ActiveStar InactiveStar InactiveStar Inactive
 

ଗଞ୍ଜାମ ଜିଲ୍ଲା ପ୍ରତିନିଧି,(ନିଲୁ ବିଷୋୟୀ) :- ରବିବାର ମଧ୍ୟରାତ୍ରରେ ଆସିକା- ଭେଟନଇ ରାସ୍ତାର ଭେଟସିଙ୍ଗି ନିକଟରେ କାର୍ ଧକ୍କାରେ ଦୁଇ ବୋଲବମ୍ ଶିବ ଭକ୍ତଙ୍କ ମୃତ୍ୟୁ ଘଟିଛି। ସେମାନେ ହେଲେ ଅନିତା ସ୍ବାଇଁ ଓ କୁନା ବେହେରା। ପ୍ରାୟ ୧୦ ଜଣ ବୋଲବମ୍ ଭକ୍ତ ଆହତ ହୋଇଛନ୍ତି। ଦୁର୍ଘଟଣା ଘଟାଇ କାରଟି ରାସ୍ତା ପାର୍ଶ୍ଵରେ ବିଲକୁ ଖସି ପଡ଼ିଛି। ଶ୍ରାବଣ ସୋମବାରରେ ଆସ୍କା ରୁ ଅରଖପୁର ତାଡେକେଶ୍ଵର ମନ୍ଦିରକୁ
ବୋଲବମ୍ ପାର୍ଟି ଜଳାଭିଷେକ କରିବା ପାଇଁ ଯାଉଥିବା ବେଳେ ଏହି ଭୟଙ୍କର ଦୁର୍ଘଟଣା ଘଟିଥିବା ସୂଚନା ମିଳିଛି । ଆସିକା ନିକଟ ଋଷିକୁଲ୍ୟା- ବଡ଼ ନଦୀ ସଙ୍ଗମ ସ୍ଥଳରୁ ଜଳ ନେଇ ଏମାନେ ଅରଖପୁରର ତାରକେଶ୍ୱର ମନ୍ଦିରକୁ ଯାଉଥିଲେ। ଭେଟନଇ ପାଖ ଭେଟସିଙ୍ଗି ରାସ୍ତାରେ ଦ୍ରୁତ ଗତିରେ ଆସି କାରଟି ବୋଲବମ୍ ଭକ୍ତଙ୍କୁ ଧକ୍କା ଦେଇଥିଲା। ଆହତ ବୋଲବମ୍ ଭକ୍ତମାନଙ୍କୁ ଆସିକା ଉପଖଣ୍ଡ ଡାକ୍ତରଖାନାକୁ ଅଣାଯାଇଥିଲା। ପରେ ଗୁରୁତରଙ୍କୁ ବ୍ରହ୍ମପୁର ଏବଂ କଟକ ବଡ଼ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି। ତେବେ ଆସିକା ଡାକ୍ତରଖାନାରେ ଅନିତା ଓ ବ୍ରହ୍ମପୁରରେ କୁନାଙ୍କ ମୃତ୍ୟୁ ଘଟିଥିଲା। ଦୁର୍ଘଟଣା ପରେ ଡ୍ରାଇଭର୍ ସମେତ କାରରେ ଥିବା ଯାତ୍ରୀମାନେ ଚମ୍ପଟ ମାରିଥିବା ସୂଚନା ମିଳିଛି। ସ୍ଥାନୀୟ କୋଟିନଡ଼ା ଥାନା ପୋଲିସ ଘଟଣାସ୍ଥଳ ରେ ତଦନ୍ତ ଆରମ୍ଭ କରିଛି। ମୃତ ମହିଳା କାଉଡ଼ିଆ ଅନିତା ସ୍ୱାଇଁ ବୁଗୁଡା ବ୍ଳକ ଅରଖପୁର ଗ୍ରାମର ଅଙ୍ଗନବାଡ଼ି କର୍ମୀ ହୋଇଥିବା ବେଳେ ତାଙ୍କ ମୃତ୍ୟୁ ଖବର ପାଇଁ ପୋଲସରା ବିଧାୟକ ଆସିକା ମେଡ଼ିକାଲ ରେ ପହଞ୍ଚି ପରିବାର ଲୋକଙ୍କୁ ସମବେଦନା ଜଣାଇବା ସହ ଘଟଣାର ତଦନ୍ତ ପ୍ରକ୍ରିୟା ନେଇ ପୋଲିସ ଅଧିକାରୀ ଙ୍କ ସହ ଆଲୋଚନା କରିଛନ୍ତି।

0
0
0
s2sdefault