ହେଡଲାଇନସ୍:

ଜିଲ୍ଲାର ସାମଗ୍ରିକ ବିକାଶ ପ୍ରସଙ୍ଗକୁ ନେଇ ୧୧ ଦଫା ଦାବିରେ ନାଗରିକ ସୁରକ୍ଷା କମିଟି ଆହ୍ୱାନରେ ମହା ସମ୍ମିଳନୀ ଅନୁଷ୍ଠିତ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ସୁନ୍ଦରଗଡ଼ /ରାଉରକେଲା(ବସନ୍ତ କୁମାର ଜେନା): ସୁନ୍ଦରଗଡ଼ ଜିଲ୍ଲାର ବିଭିନ୍ନ ବିକାଶ ପ୍ରସଙ୍ଗକୁ ନେଇ ୧୧ ଦଫା ଦାବିରେ ନାଗରିକ ସୁରକ୍ଷା କମିଟି ଆହ୍ୱାନରେ ଆଜି ରାଉରକେଲା ଭଞ୍ଜଭବନ ପ୍ରକ୍ଷାଳୟ ରେ ମହାସମ୍ମିଳନୀ ବରିଷ୍ଠ ସାହିତ୍ୟିକ ଓ ସ୍ତମ୍ଭକାର ଭୂପେନ ମହାପାତ୍ର, ଐତିହାସିକ ଡଃ ପ୍ରଭାତ ମଲ୍ଲିକ ଓ ବରିଷ୍ଠ ଆଇନଜୀବୀ ଗିରିଶ ମହାପାତ୍ର ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି।ଏହି ସମିଳନୀ ରେ ସୁନ୍ଦରଗଡ଼ ଜିଲ୍ଲା ର ସମସ୍ତ ସଂଗଠନ, ଯୁବଛାତ୍ର, ଶ୍ରମିକ,କୃଷକ, କର୍ମଚାରୀ, ମହିଳା, କବି, ସାହିତ୍ୟିକ, ଲେଖକ, ନାଟ୍ୟକାର, ବୁଦ୍ଧିଜୀବୀ,ସାମାଜିକକର୍ମୀ, ସାମିଲ ହୋଇଥିଲେ।
ଆଜିର ଏହି ମହାସମ୍ମିଳନୀ ରେ ରଘୁନାଥପାଲୀ ର ବିଧାୟକ ସୁବ୍ରତ ତରାଇ, ବଣାଇ ବିଧାୟକ ଲକ୍ଷ୍ମଣ ମୁଣ୍ଡା ଯୋଗଦେଇ ନାଗରିକ ସୁରକ୍ଷା କମିଟିର ସମସ୍ତ ଦାବି କୁ ସମର୍ଥନ ଘୋଷଣା କରିଥିଲା ବେଳେ ଆଗାମୀ ଦିନରେ ଯେଉଁ କାର୍ଯ୍ୟକ୍ରମ ନାଗରିକ ସୁରକ୍ଷା କମିଟି ଗ୍ରହଣ କରିବ ସେଥିରେ ସାମିଲ ହେବାକୁ ପ୍ରତିଶ୍ରୁତି ଦେଇଥିଲେ। ରାଉରକେଲା ବିଧାୟକ ତଥା ରାଜ୍ୟ ଶ୍ରମ ଓ ଇ ଏସ ଆଇ ମନ୍ତ୍ରୀ ସାରଦା ପ୍ରସାଦ ନାୟକ ଅନ୍ୟ କାର୍ଯ୍ୟକ୍ରମ ରେ ବ୍ୟସ୍ତତା ସତ୍ତ୍ୱେ ନାଗରିକ ସୁରକ୍ଷା କମିଟିର ସମସ୍ତ ଦାବି କୁ ସମର୍ଥନ ଘୋଷଣା କରିବା ସହ ତାଙ୍କର ସମର୍ଥନ ର ବାର୍ତ୍ତା ପଠାଇଥିଲେ।
ଏହି ମହାସମ୍ମିଳନୀରେ ନାଗରିକ ସୁରକ୍ଷା କମିଟିର ପ୍ରମୁଖ ସଦସ୍ୟ ବିଷ୍ଣୁ ମହାନ୍ତି, ସଂଜୀବ ମହାନ୍ତି,ଅଭୟ ଦାସ, ହରିହର ରାଉତରାୟ,ଗଣେଷ ପ୍ରଧାନ, ବ୍ରଜେନ୍ଦ୍ର ଦାସ, ଡଃ ଉତ୍ତମ ଜେନା ପ୍ରମୁଖ ବକ୍ତବ୍ୟ ରଖି ନାଗରିକ ସୁରକ୍ଷା କମିଟି ଦୀର୍ଘ ଏକ ବର୍ଷ ରୁ ଉର୍ଦ୍ଧ୍ବ ସମୟ ଧରି ଲଗାତର ଭାବେ ୧୧ ଦଫା ଦାବିରେ ଆନ୍ଦୋଳନ ଜାରି ରଖିଥିବା ବେଳେ ଆଗାମୀ ଦିନରେ ଜନ ଆନ୍ଦୋଳନ କୁ ତୀବ୍ର କରିବାକୁ ଆହ୍ୱାନ କରିଥିଲେ।
ଆଜିର ମହା କନଭେନସନ ରେ ବିଭିନ୍ନ ରାଜନୈତିକ ଦଳ,ଟ୍ରେଡ ୟୁନିୟନ, ମହିଳା,ଯୁବ ଛାତ୍ର ସଂଗଠନ, ସାହିତ୍ୟ ଓ ସାମାଜିକ ସାଂସ୍କୃତିକ ସଂଗଠନ, ରାଉରକେଲା ବଣିକ ସଂଘ, ରାଉରକେଲା ଓକିଲ ସଂଘ ର ନେତୃତ୍ୱ ସମେତ ପୂର୍ବତନ ବିଧାୟକ ପ୍ରଭାତ ମହାପାତ୍ର, ଜିଲ୍ଲା ପରିଷଦ ସଭ୍ୟା ସୁଶୀଳା ମୁଣ୍ଡା ଙ୍କ ସମେତ ବିଜେଡି ନେତା ଆନନ୍ଦ ମହାନ୍ତି, ଆର୍ତ୍ତ ମହାରଣା,ସି ପି ଆଇ ଏମ୍ ସଂପାଦକ ପ୍ରମୋଦ ସାମଲ,ସି ପି ଆଇ ସଂପାଦକ ସଦାନନ୍ଦ ସାହୁ,ଯୁବ କଂଗ୍ରେସ ସଭାପତି ଜ୍ଞାନେନ୍ଦ୍ର ଦାସ,ଏସ ୟୁ ସି ଆଇ ରାଜ୍ୟ ସଂପାଦିକା ଛବି ମହାନ୍ତି,ଆପ୍ ନେତା ଭରତ ବାଇ, ମହିଳା ବି ଜେ ଡି ନେତ୍ରୀ ଛବି ମହାନ୍ତି, ଜ୍ୟୋସ୍ନା ନାୟକ, ମହିଳା କଂଗ୍ରେସ ନେତ୍ରୀ ଲତା ନାୟକ, ଗଣତାନ୍ତ୍ରିକ ମହିଳା ନେତ୍ରୀ ସାଲୋମୀ ମିଞ୍ଜ, ସାମାଜିକ କର୍ମୀ ପୁଷ୍ପା ଲେଙ୍କା, ରାଉରକେଲା ଚାମ୍ବର ଅଫ କମର୍ସ ସଭାପତି ସୁନିଲ୍ କାୟଲ, ରାଉରକେଲା ଓକିଲ ସଂଘ ଉପ ସଭାପତି ଏମ୍ ମାଲେଶ୍ଵରମ, ପୂର୍ବତନ ସଭାପତି ସୁରେଶ ମାଝୀ, ସି ଆଇ ଟି ୟୁ ଜିଲ୍ଲା ସାଧାରଣ ସମ୍ପାଦକ ବିମାନ ମାଇତି, ବସନ୍ତ ନାୟକ, ଶ୍ରୀମନ୍ତ ବେହେରା,ଏଚ ଏମ୍ ଏସ ଉପ ସଭାପତି ପ୍ରମୋଦ ଦାସ, ଖଗେନ୍ଦ୍ର ବେହେରା,ଏଆଇଟିୟୁସି ନେତା ରମେଶ ସେଠୀ,
ଏଆଇୟୁଟିୟୁସି ନେତା ସତ୍ୟପ୍ରିୟ ମହାନ୍ତି, ଅଜିତ ନାୟକ,ଏ ଆଇ ସି ସି ଟି ୟୁ ସାଧାରଣ ସମ୍ପାଦକ ନିତ୍ୟ କିଶୋର ମହାନ୍ତି,ଜି ଏମ୍ ଏମ୍ ନେତା ଗୋପାଳ ଦାସ, ସାମାଜିକ କର୍ମୀ ପ୍ରଶାନ୍ତ ସେଠୀ, ପ୍ରଭାତ ମହାନ୍ତି, ସାହିତ୍ୟିକ ରାଜୀବ ପାଣି, ସୁକାନ୍ତ ଖୁଣ୍ଟିଆ,ଅନୁପମ ରାୟ, ଡଃ ସୁମନ ଦତ୍ତ, ଡଃ ପିତବାସ ମିଶ୍ର,ଅମୁଲ୍ୟ ଚରଣ ବରାଳ, କୃଷକ ସଭା ନେତା ସୁରେନ୍ଦ୍ର ଦାଶ,ଡାକ କର୍ମଚାରୀ ନେତା ତ୍ରିଲୋଚନ ପରିଡ଼ା, ଏସ ଏଫ୍ ଆଇ ନେତ୍ରୀ ମୁକ୍ତା ଦାଶ ପ୍ରମୁଖ ବକ୍ତବ୍ୟ ରଖି ଆଗାମୀ ଦିନରେ ଆନ୍ଦୋଳନ କୁ ଜୋରଦାର କରିବାକୁ ପ୍ରସ୍ତାବ ରଖିଥିଲେ। ଜିଲ୍ଲାର ବିକାଶ ପ୍ରସଙ୍ଗରେ ନାଗରିକ ସୁରକ୍ଷା କମିଟି ଉତଥାପନ କରିଥିବା ୧୧ ଦଫା ଦାବି ଯଥା ରାଉରକେଲା ସୁପର ସ୍ପେସାଲିଟି ହସ୍ପିଟାଲ କୁ ଏମ୍ସ ଦ୍ବାରା ପରିଚାଳନା କରିବା, ତାଳଚେର ବିମଳାଗଡ ରେଳପଥ ନିର୍ମାଣ ତୁରନ୍ତ ସଂପୂର୍ଣ୍ଣ କରିବା, ରାଉରକେଲା କୁ ରେଳ ଡିଭିଜନ ଘୋଷଣା କରିବା, ରାଉରକେଲା ରେ ସାଧାରଣ ବିଶ୍ଵବିଦ୍ୟାଳୟ ପ୍ରତିଷ୍ଠା କରିବା, ରାଉରକେଲା ବିମାନ ବନ୍ଦର କୁ ପୂର୍ଣ୍ଣ କାର୍ଯ୍ୟକ୍ଷମ କରିବା, ସଫ୍ଟୱେର ପାର୍କ ପ୍ରତିଷ୍ଠା, ବାସଚ୍ୟୁତ ଙ୍କ ପୁନଃ ଥଇଥାନ ଓ କ୍ଷତିପୂରଣ ପ୍ରଦାନ, ସୁନ୍ଦରଗଡ଼ ଜିଲ୍ଲାରେ ଏମ୍ ଏସ ଏମ୍ ଇ ର ବିକାଶ, ଆର୍ ଏସ ପି ର ଆଧୁନିକ କରଣ ଓ ସଂପ୍ରସାରଣ, ରାଉରକେଲା ଠାରେ ଇ ଏସ ଆଇ ସି ମେଡିକାଲ କଲେଜ ପ୍ରତିଷ୍ଠା, ଜିଲ୍ଲା ର ସଦର ମହକୁମା କୁ ରେଳପଥ ସଂଯୋଗ ସହ ନୂତନ ରେଳପଥ ନିର୍ମାଣ ଓ ଜିଲ୍ଲାର ବିଭିନ୍ନ ରେଳଷ୍ଟେସନ ଗୁଡ଼ିକର ଉନ୍ନତିକରଣ ପ୍ରଭୃତି ଦାବିରେ ଆନ୍ଦୋଳନ କୁ ଆଗାମୀ ଦିନରେ ବ୍ୟାପକ କରିବା ସହ ସୁନ୍ଦରଗଡ ଜିଲ୍ଲାର ସାଂସଦ ଓ ବିଧାୟକମାନଙ୍କ ସହଯୋଗ ରେ ମୁଖ୍ୟମନ୍ତ୍ରୀ, ରାଜ୍ୟ ମନ୍ତ୍ରିମଣ୍ଡଳର ସଦସ୍ୟ, ପ୍ରଧାନମନ୍ତ୍ରୀ, କେନ୍ଦ୍ର ରେଳମନ୍ତ୍ରୀ, ଶିକ୍ଷାମନ୍ତ୍ରୀ ଙ୍କ ସାକ୍ଷାତ କରି ଦାବି ପୂରଣ ଦିଗରେ ଦାବି ଉପସ୍ଥାପନ କରାଯିବ। ସରକାର ଏ ଦିଗରେ କୌଣସି ପଦକ୍ଷେପ ଗ୍ରହଣ ନ କଲେ ଜିଲ୍ଲା ବ୍ୟାପୀ ବୃହତ୍ତର ଆନ୍ଦୋଳନ କରିବାକୁ ଆଜିର ମହାସମ୍ମିଳନୀରେ ପ୍ରସ୍ତାବ ଗୃହୀତ କରାଯାଇଛି। ନାଗରିକ ସୁରକ୍ଷା କମିଟି ର ଆଇନଜୀବୀ ରାଜ କିଶୋର ପ୍ରଧାନ ଶେଷରେ ମହାସମ୍ମିଳନୀରେ ସଫଳତା ପାଇଁ ସମସ୍ତଙ୍କୁ ଧନ୍ୟବାଦ ପ୍ରଦାନ କରିଥିଲେ।

0
0
0
s2sdefault