ହେଡଲାଇନସ୍:

ଉନ୍ନୟନ କମିଶନର ତଥା ଜଳସମ୍ପଦ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବଙ୍କ ଜଳବାୟୁ ସହନଶୀଳ କୃଷି ଏବଂ ସବୁଜ ଜଳବାୟୁ ପାଣ୍ଠି ପ୍ରକଳ୍ପଗୁଡିକର ସମୀକ୍ଷା

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ପ୍ରଭାବଶାଳୀ ତଦାରଖ ଓ ପ୍ରଯୁକ୍ତିବିଦ୍ୟାର ଉପଯୋଗରେ ପ୍ରକଳ୍ପଗୁଡିକର ସଫଳତା ମିଳିପାରିବ ।

ଭୁବନେଶ୍ୱର- ଉନ୍ନୟନ କମିଶନର ତଥା ଜଳସମ୍ପଦ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀମତୀ ଅନୁ ଗର୍ଗ ଶନିବାର ସ୍ଥାନୀୟ ରାଜୀବ ଭବନ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ଏକ ବୈଠକରେ ପ୍ରଥମେ “ଜଳବାୟୁ ସହନଶୀଳ କୃଷି ପ୍ରକଳ୍ପ”ଓ ପରେ ପରେ “ସବୁଜ ଜଳବାୟୁ ପାଣ୍ଠି ପ୍ରକଳ୍ପ”ଗୁଡିକର କାର୍ଯ୍ୟକାରିତା ସଂପର୍କରେ ସମୀକ୍ଷା କରିଥିଲେ ।
ଏହି ବୈଠକରେ ପଂଚାୟତିରାଜ ଓ ପାନୀୟ ଜଳ ବିଭାଗର ପ୍ରମୁଖ ଶାସନ ସଚିବ ଶ୍ରୀ ସୁଶୀଲ କୁମାର ଲୋହାନୀ, କୃଷି ଓ କୃଷକ ସଶକ୍ତିକରଣ ବିଭାଗ ପ୍ରମୁଖ ଶାସନ ସଚିବ ଡ. ଅରବିନ୍ଦ କୁମାର ପାଢୀ, ମତ୍ସ୍ୟ ଓ ପ୍ରାଣୀସମ୍ପଦ ବିଭାଗ ପ୍ରମୁଖ ଶାସନ ସଚିବ ଶ୍ରୀ ସୁରେଶ କୁମାର ବଶିଷ୍ଠ, ନାବାର୍ଡର ସିଜିଏମ୍, ସଂପୃକ୍ତ ବିଭାଗର ନିର୍ଦ୍ଦେଶକ, ଗଞ୍ଜାମ ଓ ମୟୂରଭଞ୍ଜ ଜିଲ୍ଲାପାଳ, ଆଇସିଆରଆଇଏସଏଟି, ଆଇସିଏଆରଡିଏ ଏବଂ ଆଇଆରଆରଆଇ ଭଳି ସଂସ୍ଥାର ପ୍ରତିନିଧି ଏବଂ ପ୍ରକଳ୍ପ ସହ ଜଡ଼ିତ ଅନ୍ୟ ଅଂଶୀଦାରମାନେ ଉପସ୍ଥିତ ଥିଲେ।
ଜଳବାୟୁସହନଶୀଳକୃଷିପାଇଁଓଡ଼ିଶାସମନ୍ୱିତଜଳସେଚନପ୍ରକଳ୍ପ (ଓଆଇଆଇପିସିଆରଏ) ରାଜ୍ୟର ୧୫ଟି ଜିଲ୍ଲାରେ କାର୍ଯ୍ୟକାରୀ ହେଉଛି, ଯାହାର ଉଦ୍ଦେଶ୍ୟ ହେଉଛି କୃଷି ବିବିଧିକରଣ ସହ କୃଷି ଉତ୍ପାଦନକୁ ତ୍ୱରାନ୍ୱିତ ଏବଂ ଜଳବାୟୁ ସ୍ଥିରତା ବୃଦ୍ଧି କରିବା । ଜଳବାୟୁର ଦ୍ରତ ପରିବର୍ତ୍ତନ ଓ ତୀବ୍ରତାକୁ ଦୃଷ୍ଟିରେ ରଖି କୃଷି ଉତ୍ପାଦନରେ ବିବିଧତା,ଜଳସେଚନଏବଂଜଳଉତ୍ପାଦକତାରେଉନ୍ନତିଆଣିବା; ସଂସ୍ଥାଗତ ଦକ୍ଷତା ସୁଦୃଢ଼ୀକରଣ ଓ ପ୍ରକଳ୍ପ ପରିଚାଳନା ଏହି ଭଳି ୪ ଟି ଉପାଦାନକୁ ନେଇ ଏହି ପ୍ରକଳ୍ପ କାର୍ଯ୍ୟାକାରୀ କରାଯାଉଛି । ଏହା ବ୍ୟତୀତ କ୍ଷୁଦ୍ର ଜଳସେଚନ ପୋଖରୀରେ ଜଳର ଉପଲବ୍ଧତା ଓ ଜଳସେଚନର ଉନ୍ନତି ସହିତ ଜଳସେଚନ ସେବାର ଗୁଣବତ୍ତା ବୃଦ୍ଧି ମାଧ୍ୟମରେ କୃଷକମାନଙ୍କୁ ଉପକୃତ କରିବା ପାଇଁ ଏହି ପ୍ରକଳ୍ପ ଜଳ ସମ୍ପଦ,କୃଷି, ଉଦ୍ୟାନ କୃଷି, ମତ୍ସ୍ୟ ଚାଷ କ୍ଷେତ୍ରର ଆନ୍ତଃକ୍ଷେତ୍ରୀୟ ସମନ୍ୱୟରେ କରାଯାଉଛି, ଯଦ୍ଦ୍ୱାରା କି ହାରାହାରି ଅମଳ, ବଜାରଯୋଗ୍ୟ ଉତ୍ପାଦନ ଆଦିବିବିଧ ଆୟ ସହ ଜଳବାୟୁ ସ୍ଥିରତାରେ ସହାୟକ ହେବ ।
ସେହିଭଳି ସବୁଜ ଜଳବାୟୁ ପାଣ୍ଠି ପ୍ରକଳ୍ପ ଜରିଆରେ ସମ୍ବେଦନଶୀଳ ଅଞ୍ଚଳରେ ଜଳ ନିରାପତ୍ତା ସୁନିଶ୍ଚିତ କରିବା ପାଇଁ ଢାଞ୍ଚାଗତ ଅନୁକୂଳ ପଦକ୍ଷେପ ଏବଂ କ୍ଷୁଦ୍ର ଜଳସେଚନ ପାଇଁ ସୌରପମ୍ପ ବ୍ୟବହାର ମାଧ୍ୟମରେ ଗୋଷ୍ଠୀପୋଖରୀରେ ଭୂତଳ ଜଳପୁନରୁଦ୍ଧାର କରିବାକୁ ଲକ୍ଷ୍ୟ ରଖିଛି।ଭୂତଳ ଜଳ ରିଚାର୍ଜ ବ୍ୟବସ୍ଥାର ଉପଲବଧି, ଗୋଷ୍ଠୀ ପୋଖରୀର ନବୀକରଣ, ଜଳସେଚନ ପାଇଁ ସୌରପମ୍ପର ଏକୀକରଣ, ଅଂଶୀଦାରଙ୍କ ଦକ୍ଷତା ବୃଦ୍ଧି ଇତ୍ୟାଦି ଏହି ପ୍ରକଳ୍ପର ମୁଖ୍ୟ ଉପାଦାନ।
ଉଭୟ ପ୍ରକଳ୍ପର ସମୀକ୍ଷା ସମୟରେ ଉନ୍ନୟନ କମିଶନର-ତଥା ଜଳ ସଂପଦ ବିଭାଗ -ଅତିରିକ୍ତ ମୁଖ୍ୟ ଶାସନ ସଚିବଶ୍ରୀମତୀ ଗର୍ଗ ସମସ୍ତ ପ୍ରମୁଖ ବିଭାଗକୁ ପ୍ରକଳ୍ପ ଉଦ୍ଦେଶ୍ୟକୁ ସଫଳ କରିବା ଏବଂ ପ୍ରକଳ୍ପ ଦ୍ୱାରା ଉପକୃତ ହେଉଥିବା ଲୋକମାନଙ୍କର ଲାଭକୁ ସୁନିଶ୍ଚିତ କରିବା ପାଇଁସମନ୍ୱୟ ରକ୍ଷା କରି କାର୍ଯ୍ୟ କରିବାକୁ ପରାମର୍ଶ ଦେଇଛନ୍ତି। ନବସୃଜନ, ଜଳବାୟୁ ସ୍ମାର୍ଟ ଭିଲେଜ୍ ନିର୍ମାଣ ଏବଂ ପ୍ରଭାବଶାଳୀ ତଦାରଖ ଓ ପ୍ରଯୁକ୍ତିବିଦ୍ୟାର ଉପଯୋଗ ଦ୍ୱାରା ପ୍ରକଳ୍ପଗୁଡ଼ିକର ସମସ୍ତ କାର୍ଯ୍ୟକଳାପକୁ ତ୍ୱରାନ୍ୱିତ କରିବାକୁ ସେ ଅଧିକାରୀମାନଙ୍କୁ ପରାମର୍ଶ ଦେଇଥିଲେ । ଭୂତଳ ଜଳ ରିଚାର୍ଜ ବ୍ୟବସ୍ଥାର ଅନୁକୂଳନ, ଗୋଷ୍ଠୀ ପୋଖରୀର ନବୀକରଣ, ଜଳସେଚନ ପାଇଁ ସୌର ପମ୍ପର ଏକୀକରଣ, ଅଂଶୀଦାରମାନଙ୍କର ଦକ୍ଷତା ବୃଦ୍ଧି ଇତ୍ୟାଦି ଏହି ପ୍ରକଳ୍ପର ମୁଖ୍ୟ ଉପାଦାନ ରହିଛି ।

0
0
0
s2sdefault