ସାଲେଭଟାରୁ ଗୁରୁ ଶଙ୍କର ପାଇକ -ବଲାଙ୍ଗୀର ଜିଲ୍ଲା ଆଗଲପୁର ବ୍ଲକ ଅଂଚଳରେ ଥିବା ଗାଈଖାଇ କ୍ଷୁଦ୍ର ଜଳସେଚନ ପ୍ରଳଳ୍ପ ର ଆଡିବନ୍ଧ ଉପରେ ଏବେ ୱାଲ ନିର୍ମାଣ କାମ ଚାଲିଛି | ପ୍ରଥମେ ସ୍ଲାବ ( ବେଡ଼ )ପକାଯାଇ ତା ଉପରେ ୱାଲ ନିର୍ମାଣ କରାଯାଉଛି | ତେବେ ସ୍ଲାବ (ବେଡ଼ ) ଗୋଟିଏ ଫୁଟ ମୋଟେଇରେ ପଡିବା କଥା ବୋଲି ଅଂଚଳବାସୀ କହୁଛନ୍ତି ମାତ୍ର ସେତିକି ମୋଟେଇରେ ନ ପଡି ପ୍ରାୟ ଚାରି ଇଞ୍ଚ ପକା ଯାଇଥିବା ଜଣାପଡୁଛି | ଫଳରେ ସ୍ଲାବ (ବେଡ଼ )ରେ ଫାଟ ସୃଷ୍ଟି ହେଲାଣି | ସେହିପରି ସ୍ଲାବ (ବେଡ଼ )ଉପରେ ଆଜି ପର୍ଯ୍ୟନ୍ତ ପ୍ରାୟ ଛଶହ ମିଟର ଲମ୍ବର ଏକ ୱାଲ ପୂର୍ବ ପଶ୍ଚିମ ହୋଇ ତିଆରି ହୋଇଛି | ୱାଲ ର ମୋଟେଇ ପ୍ରାୟ ଅଧା ଫୁଟ ରୁ ଟିକେ ଅଧିକ ହେବ ଏବଂ ଉଚ୍ଚତା ପ୍ରାୟ ତିନି ଫୁଟ ହେବ | ନିମ୍ନ ମାନର କାମ ଯୋଗୁଁ ନିର୍ମାଣ କାମ ଚାଲିଥିବା ଅବସ୍ଥାରେ ଏକାଧିକ ଜାଗାରେ ଫାଟ ଦେଖା ଗଲାଣି | ଯଦି ଏଭଳି ଭାବେ ନିମ୍ନ ମାନର କାମ ଆଗେଇ ଚାଲେ ଏବଂ ତାକୁ ରୋକା ନ ଯାଏ ତେବେ ଏହା ଭବିଷ୍ୟତ ରେ ସରକାର ଙ୍କ ବ୍ୟାପକ ଅର୍ଥ ହାନି ଓ ସମୟ ନଷ୍ଟ ସହ ପର୍ଯଟକ ଓ ଅଞ୍ଚଳ ବାସୀଙ୍କ ପାଇଁ ଭବିଷ୍ୟତରେ ବିପଦ ହୋଇପାରେ ବୋଲି ଅଞ୍ଚଳବାସି ମତ ରଖି ଛନ୍ତି | ନିର୍ମାଣ ସମୟରୁ ଯଦି ଏତିକି ଫାଟ ତେବେ ଏହାର ସ୍ଥାୟୀତ୍ୱ କଣ ହେବ ଆପଣ ମାନେ ଜାଣୁଥିବେ | ଯଦି ଏଭଳି ଭାବେ କାମ ଚାଲେ ଏବେ ତ ଅଧା କାମ ହୋଇଛି ପୁରା କାମ ସରିଲା ବେଳକୁ ଯେତିକି ଫାଟ ହୋଇଯାଇଥିବ ତାକୁ ଗଣିବା କଷ୍ଟକର ହେବ | ୱାଲ ନିର୍ମାଣରେ କେବଳ ସିମେଣ୍ଟ, ବାଲି ଓ ଚିପ୍ସ ବ୍ୟବହାର ହୋଇଛି | ନିର୍ମାଣାଧୀନ ୱାଳର କୌଣସିଠାରେ ମଧ୍ୟ ଲୁହା ରଡ଼ ବ୍ୟବହାର ହୋଇନାହିଁ କିନ୍ତୁ ଯେତିକି ପରିମାନରେ ସିମେଣ୍ଟ, ବାଲି ଓ ଚିପ୍ସ ବ୍ୟବହାର କରାଯିବା କଥା ସେତିକି ପରିମାଣ ରେ ସିମେଣ୍ଟ,ବାଲୀ ଓ ଚିପ୍ସ ବ୍ୟବହାର ହୋଇନାହିଁ | ଲୁହା ରଡ଼ ଦିଆଯାଇ ନାହିଁ | କାମଟି ଇରିଗେଶନ ଜେଇ ଶ୍ରୀଯୁକ୍ତ ପଞ୍ଚୁ ମାଝୀଙ୍କ ତତ୍ଵାବଧାନରେ ଚାଲିଥିବା ଜଣାଯାଇଛି | ଏଠାରେ ପ୍ରକାଶ ଯୋଗ୍ୟ ଯେ ଉକ୍ତ ପ୍ରକଳ୍ପ କୁ କୁ ରାଜ୍ୟ ସରକାର ପର୍ଯ୍ୟଟନ ସ୍ଥଳୀର ମାନ୍ୟତା ଦେବା ପରେ ଏଠାରେ ଇକୋ ପାର୍କ କାମ ଚାଲିଛି |ପ୍ରତ୍ୟହ ପାର୍କ ଦେଖିବା ପାଇଁ ପର୍ଯ୍ୟଟକ, ଗାଁ, ଆଖପାଖ ଗାଁ, ତଥା ଦୂରଦୂରାନ୍ତ ରୁ ଲୋକେ ଏଠାକୁ ଯିବାଆସିବା କଲେଣି | ଏଥିପ୍ରତି ବିଭାଗୀୟ ଉଚ୍ଚ କର୍ତୃପକ୍ଷ୍ ଯଥାଶୀଘ୍ର ଦୃଷ୍ଟି ଦେବାକୁ ପ୍ରବଳ ଦାବି ହେଉଛି |
ରାଜ୍ୟ
ଗାଈଖାଇ କ୍ଷୁଦ୍ର ଜଳସେଚନ ପ୍ରଳଳ୍ପ : ଆଡିବନ୍ଧ ଉପରେ ୱାଲ ନିର୍ମାଣ କାମ ନିମ୍ନମାନର ଅଭିଯୋଗ
- Hits: 243








