ସାଲେଭଟାରୁ ଗୁରୁ ଶଙ୍କର ପାଇକ - ଗତ ତା 19/8/2023 ରେ ବଲାଙ୍ଗୀର ଜିଲ୍ଲା ଆଗଲପୁର ଗୋଷ୍ଠୀ ଶିକ୍ଷାଧିକାରୀ ଶ୍ରୀଯୁକ୍ତ ଦିଲୀପ କୁମାର ପାଠି ଙ୍କୁ କୁଟାସିଂହା ଆଞ୍ଚଳିକ ସାଧନ କେନ୍ଦ୍ର ର ଶିକ୍ଷକ ଓ ଶିକ୍ଷିକା ମାନଙ୍କ ତରଫରୁ ସ୍ୱାଗତ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଛି | ପୁଣି ଏହି କେନ୍ଦ୍ରର ଆଞ୍ଚଳିକ ସାଧନ କର୍ମୀ ଥିବା ଶ୍ରୀଯୁକ୍ତ ମୋତିଲାଲ ମେହେରଙ୍କୁ ବିଦାୟ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଛି | ଇତି ମଧ୍ୟରେ ଶ୍ରୀଯୁକ୍ତ ମେହେରଙ୍କୁ ତୃତୀୟ ସ୍ତର ପ୍ରଧାନ ଶିକ୍ଷକ ରୂପେ ସଇଁତଲା ବ୍ଲକ କୁ ବଦଳି ହୋଇଯାଇଛି |
ଏହି ଅବସରରେ ଡୁଙ୍ଗୁରିପାଳି ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଠାରେ ଅନୁଷ୍ଠିତ ସମ୍ବର୍ଦ୍ଧନା ସମାରୋହରେ ସ୍ଥାନୀୟ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ ଧୀରେନ୍ଦ୍ର କୁମାର ସାହୁ ଅଧ୍ୟକ୍ଷତା କରିଥିଲେ | ସଭାର ଉଦେଶ୍ୟ ଜ୍ଞାପନ କରିଥିଲେ କୁଟା ସିଂହା ଆଞ୍ଚଳିକ ସାଧନ କେନ୍ଦ୍ର ର ନୂତନ ତଥା ବର୍ତମାନର ଆଞ୍ଚଳିକ ସାଧନ କର୍ମୀ ଶ୍ରୀଯୁକ୍ତ ନିରଞ୍ଜନ ପଧାନ | ବିଦାୟୀ ସି ଆର ସି ସି ଙ୍କ ଗୁଣାବଳୀ ଓ ବ୍ଲକ ଶିକ୍ଷା ଧିକାରୀ ଙ୍କୁ ସ୍ୱାଗତ ଜଣାଇ ଶିକ୍ଷକ ଯୋଗୀନ୍ଦ୍ର ଦାଶ ଏକ ସୁନ୍ଦର କବିତା ପାଠ କରିଥିଲେ | ସ୍ୱାଗତ ସଂଗୀତ ଗାନ ପରେ ଶିକ୍ଷକ ଗଣ ଉଭୟ ଙ୍କ ବିଷୟରେ ନିଜ ନିଜ ଅନୁଭୂତି ବଖାଣି ଥିଲେ | ବିଦାୟୀ ସି ଆର ସି ସି ଶ୍ରୀଯୁକ୍ତ ମେହେର ସମସ୍ତଙ୍କ ସ୍ନେହ, ଆଦର ଓ ସହଯୋଗୀତା କୁ ପ୍ରଶଂସା କରିଥିଲେ | ନୂତନ ଗୋଷ୍ଠୀ ଶିକ୍ଷା ଧିକାରୀ ତାଙ୍କୁ ଦିଆଯାଇଥିବା ସମ୍ବର୍ଦ୍ଧନା ର ଉତ୍ତର ରେ ଆଗଲପୁର ବ୍ଲକର ଗୌରବ ବୃଦ୍ଧି ପାଇଁ ସମସ୍ତଙ୍କ ସହଯୋଗ କାମନା କରିଥିଲେ |ଏଥିରେ କୁଟା ସିଂହା ଆଞ୍ଚଳିକ ସାଧନ କେନ୍ଦ୍ରର କୁଟା ସିଂହା, ତେନ୍ତୁଳିଗାଁ, କଣ୍ଟାପାଲି, ଡୁଙ୍ଗୁରିପାଲି, ପାଟୁଆପାଲି, ଡ଼ୁମେରପାଲି, ଖୁଣ୍ଟୁଳିମୁଣ୍ଡା ର ପ୍ରଧାନଶିକ୍ଷକ ସମେତ ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀ ଯୋଗଦାନ କରିଥିଲେ |
ରାଜ୍ୟ
ଡୁଙ୍ଗୁରିପାଲି ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଠାରେ ସ୍ୱାଗତ ଓ ବିଦାୟ ସମ୍ବର୍ଧନା
- Hits: 315








