ରାଉରକେଲା(ବସନ୍ତ କୁମାର ଜେନା): ଏକ ୟୁରୋପିଆନ ପ୍ରତିନିଧି ଦଳ( ଜର୍ମାନୀ ଓ ଅଷ୍ଟ୍ରିଆ) ର ରାଷ୍ଟ୍ରଦୂତ ସେଠାକାର ସଂସ୍କୃତି ଓ ଶିକ୍ଷା ର ଭାବ ବିନିମୟ ଉଦ୍ଦେଶ୍ୟରେ ରାଉରକେଲା ଠାରେ ପହଞ୍ଚି ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦେଇଥିଲେ । ଏହି ପରିପେକ୍ଷୀରେ ସେଣ୍ଟ୍ରାଲ ପାର୍କଠାରେ ରୋଟାରୀ କ୍ଲବ ଅଫ୍ ରାଉରକେଲା ଷ୍ଟିଲ ସିଟି ତରଫରୁ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଉକ୍ତ ପ୍ରତିନିଧି ଦଳ ଯୋଗଦେଇ ଭାବବିନିମୟ ସହ ସେମାନଙ୍କ ଦେଶର ଶିକ୍ଷା ବ୍ୟବସ୍ଥା ଓ ଭାରତର ଶିକ୍ଷା ବ୍ୟବସ୍ଥା ଉପରେ ଆଲୋଚନା କରିଥିଲେ । ଏହି ପ୍ରତିନିଧି ଦଳରେ ଜର୍ମାନ୍ ର ରାଷ୍ଟ୍ରଦୂତ ଯିଏ କି ଦିଲ୍ଲୀରେ ଅବସ୍ଥାପିତ ସାର୍ କ୍ରିଷ୍ଟୋଫ୍ ଉଇଲଡ ଫାଙ୍ଗ୍, ଅଷ୍ଟ୍ରିଆ ର ରାଷ୍ଟ୍ରଦୂତ ମାଇକେଲ ପଲ, ଇଣ୍ଡୋ ଜର୍ମାନ୍ ଚାମ୍ବର ଅଫ କମର୍ସର ମୁଖ୍ୟ ନିର୍ଦ୍ଦେଶକ ଭାବେ ମୁମ୍ବାଇରେ ଅବସ୍ଥାପିତ ବର୍ଣ୍ଣାହାଡ ଷ୍ଟେନରୁକ୍, ଡଃ ଗୁଡୁରୁନ୍ ଲୋନର, ନୂଆଦିଲ୍ଲୀରେ ଅବସ୍ଥାପିତ ଜର୍ମାନ୍ କୁଟନୀତିଜ୍ଞ ହାନେଲୋର୍ ଆଲବର୍ଟ ଓ ଫେଡରିକ୍ ନ୍ୟୁମାନ ଫାଉଣ୍ଡେସନର ଫ୍ରାଙ୍କ ହପମ୍ୟାନ ପ୍ରମୁଖ ଉପସ୍ଥିତ ଥିଲେ ।
ଷ୍ଟିଲ ସିଟିର ଉପଦେଷ୍ଟା ରୋଟାରୀଆନ ଡଃ ଅଞ୍ଜନା ମୈତ୍ର, ସଭାପତି ରୋଟାରୀଆନ ପୁତୁଲ ରାହୁଲ , ସାଧାରଣ ସଂପାଦିକା ରୋଟାରୀଆନ ଅର୍ଚ୍ଚନା ମହାନ୍ତି ଙ୍କ ସମେତ ସମସ୍ତ ରୋଟାରୀଆନମାନେ ଉପସ୍ଥିତ ଥିଲେ । କାର୍ଯ୍ୟକ୍ରମ ପ୍ରାରମ୍ଭରେ ଉପଦେଷ୍ଟା ଡଃ ମୈତ୍ର ଅତିଥିମାନଙ୍କ ପରିଚୟ ପ୍ରଦାନ ପରେ ଭାରତର ଜାତୀୟ ସଂଗୀତ ସହ, ଜର୍ମାନ୍ ଓ ଅଷ୍ଟ୍ରିଆର ଜାତୀୟ ସଂଗୀତ ଗାନ କରାଯାଇଥିଲା । ଶେଷରେ ରୋଟାରୀଆନ ସୁଚିସ୍ମିତା ବିଶ୍ବାସ ଧନ୍ୟବାଦ ଅର୍ପଣ କରିଥିଲେ ।
ରାଜ୍ୟ
ୟୁରୋପିଆନ ପ୍ରତିନିଧି ଦଳଙ୍କ ରାଉରକେଲା ପରିଦର୍ଶନ
- Hits: 308








